Tuesday , December 7 2021
Breaking News
Home / ତାଜା ଖବର / କେନ୍ଦ୍ରାପଡ଼ାରେ ପୋଲିସ୍ ର ଡ଼ବଲ ଏନକାଉଂଟର

କେନ୍ଦ୍ରାପଡ଼ାରେ ପୋଲିସ୍ ର ଡ଼ବଲ ଏନକାଉଂଟର

କେନ୍ଦ୍ରାପଡ଼ା,୦୫/୧୦/୨୦୧୯ (ଓଡ଼ିଶା ସମାଚାର)- କେନ୍ଦ୍ରାପଡ଼ାରେ ପୋଲିସ୍ ର ଡ଼ବଲ ଏନକାଉଂଟର । ଚଳିତ ବର୍ଷର ଏହା ୧୫ ତମ ଏନକାଉଂଟର । ଗତକାଲି ବିଳମ୍ବିତ ରାତିରେ ମାର୍ଶାଘାଇ ପୋଲିସ୍ ଓ ସ୍ପେଷାଲ ସ୍କ୍ୱାର୍ଡ଼ ପୋଲିସ ମିଳିତ ଭାବେ ମାର୍ଶାଘାଇ ଥାନା ଅନ୍ତର୍ଗତ ମାର୍ଶାଘାଇ ଅଙ୍ଗୁଳାଇ ରାସ୍ତାର କ୍ରସିଂ ଛକ କଳାପୋଲ ନିକଟରେ ଅପରାଧୀ ଅନନ୍ତ ଜେନା ଓ ସହଯୋଗୀ ପ୍ରଭାତ ନାୟକ ଙ୍କୁ ଏନକାଉଂଟର କରିଛି । ହସ୍ତଗତ ହୋଇଥିବା ତାଜା ସୂଚନା ଅନୁସାରେ କଳପଡ଼ା ସେତୁ ଉପରେ ହୋଇଥିବା ଫାୟରିଂ ଓ ନିକଟରେ ହାତିଆ ମଣିକୁଣ୍ଡା ଗଗନ ସାହୁ ନାମକ ଔଷଧ ବ୍ୟବସାୟୀ ଫାୟରିଂ ଘଟଣାର ମାଷ୍ଟର ମାଇଣ୍ଡ ଅନନ୍ତ ଜେନା ଓ ତାର ସହଯୋଗୀ ପ୍ରଭାତ ନାୟକ ଏକ ନମ୍ବର ବିହିନ ପଲସର ରେ ମାର୍ଶାଘାଇ ଅଙ୍ଗୁଳାଇ ରାସ୍ତାରେ ଯାଉଥିବା ସୂଚନା ପାଇ ମାର୍ଶାଘାଇ ଥାନା ପୋଲିସ୍ ଓ ସ୍ପେଷାଲ ସ୍କ୍ୱାର୍ଡ଼ ପୋଲିସ ମିଳିତ ଭାବେ ମାର୍ଶାଘାଇ ଅଙ୍ଗୁଳାଇ ରାସ୍ତାରେ କ୍ରସିଂ ଛକ କଳାପୋଲ ନିକଟରେ ଭେଟା ଭେଟି ହୋଇଥିଲେ । ପୋଲିସ୍ ଙ୍କୁ ସାମ୍ନାରେ ଦେଖି ପ୍ରଥମେ ସେ ପୋଲିସ୍ ଉପରକୁ ଗୁଳି ଚଳାଇ ଖସିପଳାଇବାକୁ ଉଦ୍ୟମ କରିଥିଲେ । ପୋଲିସ୍ ର ପାଲଟା ଗୁଳି ଉଭୟଙ୍କ ଗୋଡ଼ରେ ବାଜିବାରୁ ଯାଇପାରିନଥିଲେ । ପୋଲିସ୍ ତାଙ୍କ ନିକଟରୁ ଏକ ନମ୍ବର ବିହିନ ପଲସର ବାଇକ୍ ଓ ପିସ୍ତଲ ଜବତ କରିଛି । ଦୁଇ ଆହତ ଅପରାଧୀଙ୍କୁ ଜିଲା ହସପିଟାଲ ରେ ଭର୍ତି କରାଯାଇଛି । ଉଭୟଙ୍କ ନାମରେ ହତ୍ୟା, ଫାୟରିଂ ଭଳି ୧୫ ରୁ ଅଧିକ ଅପରାଧୀକ ମାମଲା ରହିଛି । ଓଷଧ ବ୍ୟବସାୟୀ ଗଗନ ସାହୁ ଫାୟରିଂ ମାମଲାରେ ପୂର୍ବରୁ ୯ ଜଣ ଗିରଫ ହୋଇଥିବାବେଳେ ଏହି ଦୁଇ ଜଣ ଫେରାର ରହିଥିଲେ । ଓଡ଼ିଶା ସମାଚାର

About admin

Check Also

ଶିକାରୀ ଗୁଳିରେ ମହିଳା ଆହତ

ଫୁଲବାଣୀ/ଖଜୁରୀପଡ଼ା,୦୪/୧୨/୨୦୨୧(ଓଡ଼ିଶା ସମାଚାର)-ଜଙ୍ଗଲରୁ କାଠ ସଂଗ୍ରହ କରି ଫେରୁଥିବାବେଳେ ଶିକାରୀ ଗୁଳି ରେ ଜଣେ ମହିଳା ଆହତ ହୋଇଛନ୍ତି । ପ୍ରାପ୍ତ …

Leave a Reply

Your email address will not be published. Required fields are marked *