Thursday , September 28 2023
Home / ବିଶେଷ / କେନ୍ଦୁଝର ଜେଲରୁ ମୁକ୍ତ ହେଲେ ୫ କଏଦୀ

କେନ୍ଦୁଝର ଜେଲରୁ ମୁକ୍ତ ହେଲେ ୫ କଏଦୀ

କେନ୍ଦୁଝର, ୦୫/୧୦/୨୦୧୯ (ଓଡ଼ିଶା ସମାଚାର)- କେନ୍ଦୁଝର ଜେଲ ରେ ସଜ୍ଜା କାଟୁଥିବା ୫ ଜଣ କଏଦୀ ହୋଇଛନ୍ତି ମୁକ୍ତ । ୧୫୦ତମ ଗାନ୍ଧୀ ଜୟନ୍ତୀ ଅବସର ରେ ରାଜ୍ୟ ସରକାରଙ୍କ ପକ୍ଷରୁ ସେମାନଙ୍କୁ ମୁକ୍ତ କରାଯାଇଛି । ଏହି ପାଂଚ ଜଣ କଏଦୀ ହେଲେ କେନ୍ଦୁଝର ଜିଲ୍ଲା ର ଘଟଗାଁ ଥାନା ଅଂଚଳର ୪୧ ବର୍ଷିୟ ଯଦୁମଣି ନାଏକ । ଯଦୁମଣି ନାଏକ ଅଣ୍ଡର ସେକ୍ସନ ୩୦୪ ଧାରା ରେ ୧୦ ବର୍ଷ ସଜ୍ଜା କାଟୁଥିଲା । ଅନୁରୁପ ଭାବେ ତୁରୁମୁଙ୍ଗା ଥାନା ଅଂଚଳର ୩୨ ବର୍ଷିୟ ଡମ୍ବରୁ ନାଏକ । ଡମ୍ବରୁ ନାଏକ ଅଣ୍ଡର ସେକ୍ସନ ୩୨୩- ୫୦୬-୩୦୪ ଧାରା ରେ ଆଠ ବର୍ଷର ସଜ୍ଜା କାଟୁଥିଲେ । ସେହିପରି କାଞ୍ଜିପାଣି ଥାନା ଅଂଚଳର ୩୧ ବର୍ଷିୟ ବିଜୁ ଜୁଆଙ୍ଗ ଅଣ୍ଡର ସେକ୍ସନ ୩୦୪ ପାର୍ଟ ଟୁ ଅଫ ଆଇପିସି ଧାରା ରେ ଦୁଇ ହଜାର ଟଙ୍କା ଜୋରିମାନା ସହ ୭ ବର୍ଷ ସଜ୍ଜା କାଟୁଥିଲେ । ଏବଂ ନୟାକୋଟ ଥାନା ଅଂଚଳର ୪୪ ବର୍ଷୟ ଭାଗି ମୁଣ୍ଡା ଅଣ୍ଡର ସେକ୍ସନ ୩୦୪ ପାର୍ଟ ଟୁ ଅଫ ଆଇପିସି ଧାରା ରେ ୬ ବର୍ଷ ଜେଲ ଦଣ୍ଡ ସଜ୍ଜା କାଟୁଥିବା ବେଳେ ତେଲକୋଇ ଥାନା ଅଂଚଳର ୬୩ ବର୍ଷିୟ ଜଳଧର ନାଏକ ଅଣ୍ଡର ସେକ୍ସନ ୩୨୪ ଧାରା ରେ ୫୦୦ ଟଙ୍କା ଜୋରିମାନ ସହ ୨ ବର୍ଷ ର ସଜ୍ଜା କଟୁଥିଲା । ଏହି ପାଂଚଜଣ କଏଦୀ ଙ୍କୁ ଗାନ୍ଧୀଙ୍କର ୧୫୦ ତମ ଜୟନ୍ତୀ ଅବସରରେ କେନ୍ଦୁଝର ଜିଲ୍ଲା କାରାଗାର ରୁ ମୁକ୍ତ କରି ଦିଆଯାଇଛି । ଓଡ଼ିଶା ସମାଚାର

Leave a Reply

Your email address will not be published. Required fields are marked *