Saturday , October 16 2021
Breaking News
Home / ବିଶେଷ / ଆନ୍ତର୍ଜାତିକ ଗ୍ରିନ୍ ୱାକାଥନର ଶୁଭାରମ୍ଭ – ବୃକ୍ଷ ଆମ ଜୀବନ ଓ ସଂସ୍କୃତିର ପ୍ରମୁଖ ଅଂଶ : ରାଜ୍ୟପାଳ

ଆନ୍ତର୍ଜାତିକ ଗ୍ରିନ୍ ୱାକାଥନର ଶୁଭାରମ୍ଭ – ବୃକ୍ଷ ଆମ ଜୀବନ ଓ ସଂସ୍କୃତିର ପ୍ରମୁଖ ଅଂଶ : ରାଜ୍ୟପାଳ

ଭୁବନେଶ୍ୱର,୦୫/୧୦/୨୦୧୯ ( ଓଡ଼ିଶା ସମାଚାର)-ବୃକ୍ଷର ବିକଳ୍ପ ନାହିଁ । ଆମର ଜୀବନକୁ ବୃକ୍ଷ ବହୁ ଭାବରେ ପ୍ରତିପାଳିତ କରୁଛି । ବୃକ୍ଷ ହେଉଛି ଧୈର୍ଯ୍ୟ ଓ ପରୋପରାକର ଜୀବନ୍ତ ପ୍ରତୀକ । ନିଜ ଉପରେ ଯେତେ ବିପଦ ଆସିଲେ ମଧ୍ୟ ତାକୁ ସହ୍ୟ କରି ଅପରର ଉପକାର ପାଇଁ ସଦା ତତ୍ପର ବୃକ୍ଷ । ଏହି ଦିବ୍ୟ ଭାବ ପାଇଁ ଭାରତୀୟ ସଂସ୍କୃତିର ବୃକ୍ଷ ଦେବତା ଭାବରେ ପୂଜିତ ବୋଲି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ପ୍ରକାଶ କରିଛନ୍ତି । ଗୁରୁବାର ରବୀନ୍ଦ୍ର ମଣ୍ଡପରେ ଆନ୍ତର୍ଜାତିକ ଗ୍ରିନ୍ ୱାକାଥନ୍କୁ ଶୁଭାରମ୍ଭ କରି ରାଜ୍ୟପାଳ ପ୍ରଫେସର ଲାଲ କହିଲେ ଯେ ବୃକ୍ଷ ଆମ ଜୀବନ ଓ ସଂସ୍କୃତିର ପ୍ରମୁଖ ଅଂଶ ବିଶେଷ । ବୃକ୍ଷକୁ ଆଧାର କରି ଭାରତୀୟ ଧର୍ମ ଧାରଣା ଐତିହ୍ୟ ପରମ୍ପରା ଓ ଜୀବନବୋଧ ନିର୍ମିତ ହୋଇଛି । ପୁରାଣ ଓ ଇତିହାସରେ ବୃକ୍ଷର ମହିମା ଓ ମହାତ୍ମ୍ୟର ଭୁରି ଭୁରି ବର୍ଣ୍ଣନା ରହିଛି ା ଏଣୁ ବ୍ୟାପକ ବୃକ୍ଷ ରୋପଣ ଓ ଲାଳନ ପାଳନ ଉପରେ ଗୁରୁତ୍ୱ ଦେବାକୁ ରାଜ୍ୟପାଳ ପରାମର୍ଶ ଦେଇଛନ୍ତି । ପୃଥିବୀ ନାମକ ଏକ ସୁନ୍ଦର ଗ୍ରହ ଏବେ ବିପଦରେ । ଏହି ବିପଦର କାରଣ ମଣିଷମାନେ । ଏହି ଗ୍ରହର ଭବିଷ୍ୟତକୁ ସୁରକ୍ଷିତ ରଖିବାକୁ ହେଲେ ବୃକ୍ଷର ବିଶେଷ ଆବଶ୍ୟକତା ରହିଛି । ଜଳବାୟୁ ପରିବର୍ତନ ଓ ତାର କୁପ୍ରଭାବକୁ ପ୍ରତିହତ କରିବା ପାଇଁ ପ୍ରତ୍ୟେକ ନିଜ ନିଜ ସ୍ତରରେ ବୃକ୍ଷକୁ ଭଲ ପାଇବାକୁ ରାଜ୍ୟପାଳ ଆହ୍ୱାନ ଦେଇଛନ୍ତି । ପ୍ରେରଣାର ଅଧ୍ୟକ୍ଷ ଡ଼. ଦିଲ୍ଲୀପ ଶ୍ରୀଚନ୍ଦନ ଗ୍ରିନ୍ ଆର୍ମିର ଲକ୍ଷ୍ୟ ଓ ଉଦ୍ଧେଶ୍ୟ ସଂପର୍କରେ ସୂଚନା ଦେଇଥିଲେ । ସାଂସଦ ଅପରାଜିତା ଷଡ଼ଙ୍ଗୀ ପରିବେଶ ସଂପର୍କିତ ସମସ୍ତ ପ୍ରସଂଗକୁ ପ୍ରଗତି ପ୍ରକ୍ରିୟାରେ ଅଗ୍ରାଧିକାର ଦେବା ଆବଶ୍ୟକ ବୋଲି ପ୍ରକାଶ କରିବା ସହିତ ସେ ପ୍ରାୟ ୧୦ ଲକ୍ଷରୁ ଉଦ୍ଧ୍ୱ୍ୱର୍ ବୃକ୍ଷ ରୋପଣ ପାଇଁ ପ୍ରୟାସ କରିବେ ବୋଲି ପ୍ରକାଶ କରିଥିଲେ । ଲୋକ ସେବକ ମଣ୍ଡଳର ସଂପାଦକ ନିରଂଜନ ରଥ ଗ୍ରିନ୍ ୱାକାଥନର ପ୍ରଶଂସା କରିବା ସହିତ ଏହାର ସଫଳତା କାମନା କରିଥିଲେ । ପ୍ରେରଣା ଓ ସ୍ମାଇଲ୍ ପ୍ଲିଜ୍ ଆୟୋଜିତ ବୃକ୍ଷ ପ୍ରେମୀ ସମାବେଶ ଓ ସଂବର୍ଦ୍ଧନା ଉସôବରେ ଅମୀୟ ଦାସ, ବିଶ୍ୱମୋହନ ପଟ୍ଟନାୟକ, ପ୍ରକାଶ ଶ୍ରୀଚନ୍ଦନ, ସବ୍ୟସାଚୀ ମିଶ୍ର, ଅର୍ଚ୍ଚିତା ସାହୁ ପ୍ରମୁଖ ଉପସ୍ଥିତ ଥିଲେ । ଏହି ଅବସରରେ ରାଜ୍ୟପାଳ ବୃକ୍ଷରୋପଣ ଓ ପରିବେଶ ସୁରକ୍ଷା କ୍ଷେତ୍ରରେ ବିଶେଷ ଅବଦାନ ପାଇଁ ସାମ୍ବାଦିକ ମାଧବ ବେହୁରା, ସରିତା ପଟେଲ, ସ୍କୃତି ସୁଧା ନାୟକ, ଲୁସି ମହାପାତ୍ର, ସତ୍ୟନାରାୟଣ ସେଣ, ପଦ୍ମଜା ପ୍ରିୟଦର୍ଶନୀ ଜେନା, ପ୍ରକାଶ ସାମନ୍ତରାୟ ପ୍ରମୁଖକୁ ସମ୍ବର୍ଦ୍ଧିତ କରିଥିଲେ । ଓଡ଼ିଶା ସମାଚାର

About admin

Check Also

କଳାହାଣ୍ଡି ଜିଲା ରେ ରାଷ୍ଟ୍ରୀୟ ପଛୁଆ ବର୍ଗ ମୋର୍ଚ୍ଚା ପକ୍ଷରୁ ମହାମହିମ ରାଷ୍ଟ୍ରପତି ଙ୍କ ଉଦ୍ଧେଶ୍ୱ ରେ ଜିଲ୍ଲାପାଳ ଙ୍କୁ ଦାବିପତ୍ର ପ୍ରଦାନ

କଳାହାଣ୍ଡି ,୧୫/୧୦/ ୨୦୨୧ (ଓଡିଶା ସମାଚାର /ସଂଜୟ ସିଂହ) – ଜାତି ଆଧାରିତ ଜନଗଣନା, ତିନି ଗୋଟି କୃଷି ଆଇନ୍ …

Leave a Reply

Your email address will not be published. Required fields are marked *