Saturday , December 10 2022
Home / ତାଜା ଖବର / ଅଚେତ୍ ଅବସ୍ଥାରେ ମହିଳା ସହ କାନ୍ଦୁଥିବା ଶିଶୁପୁତ୍ର ଉଦ୍ଧାର

ଅଚେତ୍ ଅବସ୍ଥାରେ ମହିଳା ସହ କାନ୍ଦୁଥିବା ଶିଶୁପୁତ୍ର ଉଦ୍ଧାର

ସାଲେପୁର,୦୫/୧୦/୨୦୧୯ (ଓଡ଼ିଶା ସମାଚାର/ ଅଭୟ ଜେନା) -ଜଣେ ମହିଳା ସଂଜ୍ଞାହୀନ ଅବସ୍ଥାରେ ରାସ୍ତାକଡ଼ରେ ପଡିଥିବାବେଳେ ତା’ ନିକଟରେ ଏକ ଶିଶୁପୁତ୍ରଟି ବସି କାନ୍ଦୁଥିବାର ଦେଖି ପଥଚାରୀମାନେ ଘଟଣାସ୍ଥଳରେ ପହଂଚି ସାଲେପୁର ଦମକଳ ବିଭାଗ ଓ ପୋଲିସକୁ ଖବର ଦେବାପରେ ସାଲେପୁର ଦମକଳ ବାହିନୀ ଘଟଣାସ୍ଥଳରେ ପହଂଚି ସଂଜ୍ଞାହୀନ ଅବସ୍ଥାରେ ପଡିଥିବା ମହିଳା ଏବଂ ତାଙ୍କ ପୁଅକୁ ଉଦ୍ଧାର କରି ଚିକିତ୍ସା ନିମନ୍ତେ ସାଲେପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତି କରିଥିବା ଜଣାଯାଇଛି ।  ଖବରରୁ ପ୍ରକାଶ ଯେ ଆଜି ସନ୍ଧ୍ୟାରେ କଟକ-ସାଲେପୁର ରାସ୍ତାର ନାଳିଆମୁହଁ ନିକଟରେ ଜଣେ ମହିଳା ଯାହାର ବୟସ ପାଖାପାଖି ୩୫ ହେବ ବୋଲି ଅନୁମାନ କରାଯାଉଛି, ସେ ଅଚେତ ଅବସ୍ଥାରେ ରାସ୍ତାକଡ଼ରେ ପଡିଥିବାବେଳେ ତାଙ୍କ ନିକଟରେ ଏକ ଦେଢ଼ ବର୍ଷର ଛୋଟ ପୁଅ ବସି କାନ୍ଦୁଥିବାର ସ୍ଥାନୀୟ ଲୋକେ ଦେଖି ଘଟଣାସ୍ଥଳରେ ପହଂଚି ଦମକଳ ବିଭାଗକୁ ଖବର ଦେଇଥିଲେ । ଦମକଳ ବାହିନୀ ମହିଳା ଜଣକୁ ସଂଜ୍ଞାହୀନ ଅବସ୍ଥାରେ  ଓ ଶିଶୁପୁତ୍ରକୁ ଉଦ୍ଧାର କରି ସାଲେପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତି କରିଛନ୍ତି । ମହିଳା ଜଣକ ସଂଜ୍ଞାହୀନ ଅବସ୍ଥାରେ ଥିବାରୁ ତାଙ୍କର କୌଣସି ପରିଚୟ ମିଳିପାରିନାହିଁ । ମହିଳା ଜଣକ ଏଠାରେ କିଭଳି ସଂଜ୍ଞାହୀନ ଅବସ୍ଥାରେ ପଡିଲେ ତାହା ସଠିକ୍ ଜଣାପଡିନଥିବାବେଳେ ପୋଲିସ ଘଟଣାର ତଦନ୍ତ କରୁଛି । ଓଡ଼ିଶା ସମାଚାର

Leave a Reply

Your email address will not be published.