Monday , December 6 2021
Breaking News
Home / ତାଜା ଖବର / ବାପାଙ୍କୁ ହତ୍ୟା ଅଭିଯୋଗରେ ପୁଅ ଗିରଫ

ବାପାଙ୍କୁ ହତ୍ୟା ଅଭିଯୋଗରେ ପୁଅ ଗିରଫ

କେନ୍ଦ୍ରାପଡା ୦୪/୧୦/୨୦୧୯ (ଓଡ଼ିଶା ସମାଚାର)-ବାପାକୁ ହତ୍ୟା କରିଥିବା ଅଭିଯୋଗରେ ପୁଅକୁ ଗିରଫ କରାଯାଇଥିବା ଜଣାପଡିଛି । ଖବରରୁ ପ୍ରକାଶ ଯେ କେନ୍ଦ୍ରାପଡା ସଦର ଥାନା ଅନ୍ତର୍ଗତ ଗୁଲନଗର ଗ୍ରାମର ଜଗା ଓରଫ ଜଗନ୍ନାଥ ସେଠୀ(୪୦) ଶୁକ୍ରବାର ମଧ୍ୟାହ୍ନ ପ୍ରାୟ ୧୨ଟା ୪୦ମିନିଟ ସମୟରେ ପାରିବାରିକ କଳହ କାରଣରୁ  ତା’ର ବାପା ଘନଶ୍ୟାମ ସେଠୀ(୭୦)କୁ ଗୋଟିଏ କାଠ ଫାଳିଆରେ ବାଡେଇ ବାଡେଇ ମାରିଦେଇଥିବା ଧନେଶ୍ୱର ସେଠୀଙ୍କ ପତ୍ନୀ ଭାମା ସେଠୀ ସଦର ଥାନାରେ ଅଭିଯୋଗ କରିଛନ୍ତି । ସେହି ଅଭିଯୋଗକୁ ଆଧାରକରି ସଦର ଥାନା ପୋଲିସ ୨୭୯/୨୦୧୯ରେ ଆଇ.ପି.ସି.ର ୩୦୨ଦଫାରେ ଏକ ହତ୍ୟା ମାମଲା ରୁଜୁ କରିବା ସହିତ ଅଭିଯୁକ୍ତ  ଜଗନ୍ନାଥ ସେଠୀକୁ ଗିରଫ  କରି ଥାନାରେ ରଖିଛି ।  ଏଥିସହିତ ମୃତ ଘନଶ୍ୟାମଙ୍କ ଶବକୁ ଜବତକରି ଜିଲ୍ଲା ମୁଖ୍ୟ ଚିକିସôାଳୟକୁ ବ୍ୟବଛେଦ ନିମନ୍ତେ  ପଠାଇ ଘଟଣାର ଅନୁସନ୍ଧାନ କରୁଥିବା  ସଦର ଥାନା ଅଧିକାରୀ ପ୍ରମୋଦ କୁମାର ମଲ୍ଲିକ ସୂଚନା ଦେଇଛନ୍ତି । ଓଡ଼ିଶା ସମାଚାର

About admin

Check Also

ଶିକାରୀ ଗୁଳିରେ ମହିଳା ଆହତ

ଫୁଲବାଣୀ/ଖଜୁରୀପଡ଼ା,୦୪/୧୨/୨୦୨୧(ଓଡ଼ିଶା ସମାଚାର)-ଜଙ୍ଗଲରୁ କାଠ ସଂଗ୍ରହ କରି ଫେରୁଥିବାବେଳେ ଶିକାରୀ ଗୁଳି ରେ ଜଣେ ମହିଳା ଆହତ ହୋଇଛନ୍ତି । ପ୍ରାପ୍ତ …

Leave a Reply

Your email address will not be published. Required fields are marked *