Monday , October 18 2021
Breaking News
Home / ବିଶେଷ / ଜିଲ୍ଲାସ୍ତରୀୟ ୧୬୫ ତମ ଅନ୍ତିମ ପେନସନ୍ ଅଦାଲତ ଅନୁଷ୍ଠିତ

ଜିଲ୍ଲାସ୍ତରୀୟ ୧୬୫ ତମ ଅନ୍ତିମ ପେନସନ୍ ଅଦାଲତ ଅନୁଷ୍ଠିତ

ଜଗତସିଂହପୁର୦୪/୧୦/୨୦୧୯(ଓଡ଼ିଶା ସମାଚାର)-ଆଜି ପୂର୍ବାହ୍ନରେ ଜିଲ୍ଲାପାଳଙ୍କ ସଦଭାବନା ସଭାଗୃହ ଠାରେ ସାଧାରଣ ଅଭିଯୋଗ ଓ ପେନସନ୍ ପ୍ରଶାସନ ବିଭାଗ ଆନୁକୂଲ୍ୟରେ ୧୬୫ ତମ ଜିଲ୍ଲାସ୍ତରୀୟ ଅନ୍ତିମ ପେନସନ୍  ଅଦାଲତ ଅନୁଷ୍ଠିତ ହୋଇଯାଇଛି । ଏହି ଅଦାଲତରେ ଯୋଗଦେଇ ଜିଲ୍ଲ୍ାପାଳ ଶ୍ରୀ ସଂଗ୍ରାମ କେଶରୀ ମହାପାତ୍ର ଅଦାଲତରେ ଯୋଗଦେଇଥିବା ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗର ନିର୍ଦ୍ଧେଶକ-ତଥା-ଅତିରିକ୍ତ ଶାସନ ସଚିବ,ଉପ-ହିସାବରକ୍ଷକ,ଏ.ଜି,ଓଡିଶା,କଂଟ୍ରୋଲର ଅଫ୍ ଆକାଉଂଟ୍ସ ଓ ବରିଷ୍ଠ ଅଧିକାରୀଙ୍କୁ  ସ୍ୱାଗତ  ଜଣାଇ ଥିଲେ । ଆମ ଜିଲ୍ଲାର ପେନସନ୍ ଅନୁମୋଦନ ଅଧିକାରୀମାନେ  କର୍ମଚାରୀଙ୍କ ଅବସର ଗ୍ରହଣ ପୂର୍ବରୁ ପେନସନ୍ ସମ୍ବନ୍ଧୀୟ କାଗଜାତ୍ ପ୍ରସ୍ତୁତ କରିବା  ଆବଶ୍ୟକ । ଯେପରି ଅବସର ପରେ କର୍ମଚାରୀଟି ତାର ସମସ୍ତ ପ୍ରାପ୍ୟ ପାଇ ପାରିବ । ଦଶହରା ପୂର୍ବରୁ ଜିଲ୍ଲାର ୪୦୦ ଜଣ ଶିକ୍ଷା ସହାୟକଙ୍କୁ ଆଜି ନିୟମିତ ଶିକ୍ଷକ ଭାବେ ନିଯୁକ୍ତି ପ୍ରଦାନ କରାଯାଇଛି । ବୈଠକରେ ଯୋଗଦେଇ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗର ନିର୍ଦ୍ଧେଶକ ଶ୍ରୀ ସୁଧାଂଶୁ ଶେଖର ଭୁୟାଁ କହିଲେ ରାଜ୍ୟ ପ୍ରଶାସନ ତରଫରୁ ଜିଲ୍ଲାର ଅବସର ପ୍ରାପ୍ତ କର୍ମଚାରୀମାନଙ୍କୁ ଦଶହରା ଭେଟି ସ୍ୱରୁପ ପେନସନ୍ ପ୍ରଦାନ ଆଦେଶ ପ୍ରଦାନ  କରାଯାଉଛି । ଜଗତସିଂହପୁର ଜିଲ୍ଲାପାଳ ଶ୍ରୀ ସଂଗ୍ରାମ କେଶରୀ ମହାପାତ୍ର ଫନୀ ପରେ ଉଜୁଡା ଜଗତସିଂହପୁର ଜିଲ୍ଲାକୁ ସଜାଡୁଛନ୍ତି । ଭାରତର ପ୍ରଧାନମନ୍ତ୍ରୀ ପ୍ରଥମଥର ଭାବେ ୧୮.୯.୨୦୧୮ ତାରିଖରେ ସର୍ବ ଭାରତୀୟ ପେନସନ୍ ଅଦାଲତ୍ ଆରମ୍ଭ କରିଥିଲେ । ଜିଲ୍ଲାସ୍ତରୀୟ ପେନସନ୍ ଅଦାଲତ ପୁରୀ ଜଗନ୍ନାଥ ଧାମରୁ ଆରମ୍ଭ ହୋଇଛି । ପେନସନ୍ ଅନୁମୋଦନ ଅଧିକାରୀମାନେ ଭାବିବା ଉଚିତ୍ ଯେ ସେମାନେ ଦିନେ ଅବସର ଗ୍ରହଣ କରିବେ । ଓଡିଶାର ମୁଖ୍ୟମନ୍ତ୍ରୀ ଜିରୋଟଲରାନ୍ସ,ମୋ ସରକାର ଓ ୫ଟି ମନ୍ତ୍ର ଉପରେ ଅଧିକ ଗୁରୁତ୍ୱ ଦେଉଛନ୍ତି ମୁଖ୍ୟମନ୍ତ୍ରୀଙ୍କ ବୈଦିକ ମହାମନ୍ତ୍ର ୫ଟି ସମୟ ସୀମା,ପ୍ରଯୁକ୍ତି ବିଦ୍ୟାର ସହାୟତା,ସଂଘବଦ୍ଧ ପ୍ରଚେଷ୍ଟା,ସଚ୍ଚୋଟ ପଣିଆ ଏବଂ ଅବସ୍ଥା ଓ ବ୍ୟବସ୍ଥାରେ ଗୁଣାତ୍ମକ ପରିବର୍ତନ ଉପରେ ପ୍ରାଥମିକତା ଦେଉଛନ୍ତି । ବିଳମ୍ବିତ ନ୍ୟାୟ ହେଉଛି ବିଡମ୍ବିତ ନ୍ୟାୟ । ଜଗତସିଂହପୁର ଜିଲ୍ଲାକୁ ପେନସନ୍  ଅମିମାଂସିତ ମୁକ୍ତ ଜିଲ୍ଲାରେ ପରିଣତ କରାଯିବ  । ଏହି ପେନ୍ସନ୍  ଅଦାଲତରେ ଯୋଗଦେଇ କଣ୍ରୋଲର ଅଫ୍ ଆକାଉଂଟ୍ସ୍ ଶ୍ରୀ ସୁବ୍ରତ ସେନାପତି କହିଲେ ରାଜ୍ୟରେ ତିନି ଦସନ୍ଧି ଧରି ପେନସନ୍ ଅଦାଲତ ଅନୁଷ୍ଠିତ ହୋଇଆସୁଛି । ସମସ୍ତ ଅଧିକାରୀ ଉସôର୍ଗୀକୃତ ଭାବେ ଠିକ୍ ସମୟରେ ପେନସନରଙ୍କୁ  ନ୍ୟାୟ ପ୍ରଦାନ କରିବାକୁ ପରାମର୍ଶ ଦେଇଥିଲେ । କେତେକ କ୍ଷେତ୍ରରେ ଅଧିକାରୀ ମାନେ ପେନସନ୍  ପେପର ଗୁଡିକୁ ଠିକ୍ ଭାବେ ତନଖି ନକରି ପଠାଇ ଦେଉଥିବାରୁ ସମସ୍ୟା  ହେଉଛି । ଶିକ୍ଷା ଅଧିକାରୀମାନେ ପେନସନ୍ ନିୟମ ଅନୁଯାୟୀ କର୍ମଚାରୀ ଅବସର ଗ୍ରହଣ ୪ମାସ ପୂର୍ବରୁ  ପେନସନ୍ ପେପର ପ୍ରସ୍ତୁତ କରି ପଠାଇବେ । ଏହି ଶିବିରରେ ଯୋଗଦେଇ ଉପ ହିସାବ ମହାଲେଖାକାର(ପେନସନ୍)ଶ୍ରୀ ନନ୍ଦ ଦୁଲାଲ୍ ଦାସ କହିଲେ ପୂର୍ବରୁ ପେନସନ୍ ପେପର ହାର୍ଡ କପି ମାଧ୍ୟମରେ ଦାଖଲ କରାଯାଉଥିଲା । ସମୟର ପରିବର୍ତନରେ ବର୍ତମାନ ଅନ୍ ଲାଇନରେ ପେନସନ ୍ପୋର୍ଟାଲ ମାଧ୍ୟମରେ ପେନସନ୍ ପେପର ପଠାଯାଉଛି । ଏଥିରେ ସମସ୍ତେ ଅଭ୍ୟସ୍ତ ହେବାକୁ ପରାମର୍ଶ ଦେଇଥିଲେ । ଅନଲାଇନରେ ପେନସନ୍ ମଂଜୁର କରାଯିବ । ଆଜିର ଅନ୍ତିମ ପେନସନ୍ ଅଦାଲତରେ କଣ୍ରୋଲର ଅଫ୍ ଏକାଉଂଟ ଅଧୀନରେ ୪୫ ଟି ମହାଲେଖାକାର(ଏ.ଜି) ଅଧୀନରେ ୦୯ ମୋଟ୍ ୫୪ ଟି ପେନସନ୍ ମଂଜୁର ଆଦେଶ ପତ୍ର ପ୍ରଦାନ କରାଯାଇଥିଲା । ଏହି ଅଦାଲତରେ ଏ.ଜି,ଆକାଉଂଟସ୍ ଅଫିସର ଶ୍ରୀ ମନୋରଂଜନ ପାଣିଗ୍ରାହୀ,ସାଧାରଣ ପ୍ରଶାସନ ଓ   ସାଧାରଣ ଅଭିଯୋଗ ସେକ୍ସନ ଅଫିସର ଶ୍ରୀ ସୁବୋଧ କୁମାର ଦାସ,ଉପ ବିଭାଗ ଅଧିକାରୀ ଶ୍ରୀ ସତୀଶ  ସୋରେନ୍,ଶ୍ରୀ  ସୁଶିଲ କୁମାର ମିଶ୍ର,ଶ୍ରୀ ସନ୍ତୋଷ କୁମାର ପାତ୍ର ପ୍ରମୁଖ ଯୋଗଦେଇ କାର୍ଯ୍ୟକ୍ରମ ପରିଚାଳନାରେ ଭାଗ ନେଇଥିଲେ । ଏହି ଅଦାଲତରେ ଜିଲ୍ଲାସ୍ତରୀୟ ଅଧିକାରୀ,ଅବସରପ୍ରାପ୍ତ କର୍ମଚାରୀ  ଅବସରପ୍ରାପ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଉପସ୍ଥିତ ଥିଲେ । ଓଡ଼ିଶା ସମାଚାର

About admin

Check Also

ଅସ୍ଥାୟୀ ଲଂଚ ଡ୍ରାଇଭର ଓ ଖଲାସୀ ମହାସଂଘର ଜରୁରୀ ବୈଠକ

ଭୁବନେଶ୍ୱର,୧୮/୧୦/୨୦୨୧(ଓଡ଼ିଶା ସମାଚାର)- ରବିବାର ଦିନ ଅସ୍ଥାୟୀ ଲଂଚ ଡ୍ରାଇଭର ଓ ଖଲାସୀ ମହାସଂଘର ଏକ ଜରୁରୀ ବୈଠକ ନାଗଭୂଷଣ ଭବନ, …

Leave a Reply

Your email address will not be published. Required fields are marked *