Monday , December 6 2021
Breaking News
Home / ବିଶେଷ /   ଜାତିର ଜନକ ମହାତ୍ମାଗାନ୍ଧୀ ଜଣେ ଯୁଗ ପୁରୁଷ ଥିଲେ

  ଜାତିର ଜନକ ମହାତ୍ମାଗାନ୍ଧୀ ଜଣେ ଯୁଗ ପୁରୁଷ ଥିଲେ

ଜଗତସିଂହପୁର, ୦୪/୧୦/୨୦୧୯ (ଓଡ଼ିଶା ସମାଚାର)- ଜାତିର ପିତା ମହାତ୍ମା ଗାନ୍ଧୀ ଜଣେ ରାଜନେତା ଓ କୁଟନିତିଜ୍ଞ ନୁହଁନ୍ତି । ସମଗ୍ର ବିଶ୍ୱରେ ଜଣେ ଯୁଗ ପୁରୁଷ ଥିଲେ । ଗତକାଲି ସଂଧ୍ୟାରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପଡିଆରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଆୟୋଜିତ ମହାତ୍ମାଗାନ୍ଧୀଙ୍କର ୧୫୦ତମ ଜନ୍ମ ଜୟନ୍ତୀ ଓ  ଶାସ୍ତ୍ରୀ ଜୟନ୍ତୀ  ଉପଲକ୍ଷେ    ଆୟୋଜିତ ସଭାରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜଳସଂପଦ,ସୂଚନା ଓ ଲୋକ ସଂପର୍କ  ବିଭାଗ ମନ୍ତ୍ରୀ ଶ୍ରୀ ରଘୁନନ୍ଦନ ଦାସ ମତବ୍ୟକ୍ତ କରିଥିଲେ ।   ଆମରି ଭିତରୁ ୧୫୦ ବର୍ଷ ତଳେ ଏକ ସାଧାରଣ ପରିବାରରେ ଜନ୍ମ ଗ୍ରହଣ କରି ଗାନ୍ଧିଜୀ ଅଂହିସା,ସତ୍ୟ,ଧର୍ମ,ନ୍ୟାୟ ଓ ସମୟାନୁ ବର୍ତିତା କୁ  ପାଥେୟ କରି ଦେଶକୁ  ସ୍ୱାଧୀନ କରିଥିଲେ । ସାରା ଭାରତବାସୀ ଗାନ୍ଧୀଙ୍କୁ ପାଗଳ ଭଳି ସମର୍ଥନ କରିଛନ୍ତି । ପୂର୍ବ ଉପକୂଳ ରେ ଲୁଣମରା ଆନ୍ଦୋଳନରେ ଗାନ୍ଧୀଙ୍କୁ ଚାଷୀମାନେ ସମର୍ଥନ କରିଥିଲେ । ଗାନ୍ଧୀ ଚିନ୍ତାଧାରା,ଦର୍ଶନ ଓ ଚେତନାକୁ ବଚାଂଇ  ରଖିବାକୁ ବିଶ୍ୱଚିନ୍ତା କରୁଛି । ସାରା ବିଶ୍ୱରେ ଗାନ୍ଧୀଙ୍କର ୧୫୦ତମ ଜୟନ୍ତୀ ପାଳନ କରାଯାଉଛି । ରାଜ୍ୟର ବିଦ୍ୟାଳୟ ଓ ମହାବିଦ୍ୟାଳୟ ସ୍ତରରେ ଆଲୋଚନା,ସେମିନାର ଆଦି ଆୟୋଜିତ ହୋଇଛି । ମହାତ୍ମାଗାନ୍ଧୀଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ସମୟକୁ ସଦ୍ଉପଯୋଗ କରି ଜିଲ୍ଲା,ରାଜ୍ୟ ଓ ଦେଶର ଉନ୍ନତି କଥା ଚିନ୍ତା କରିବାକୁ ମନ୍ତ୍ରୀ ଉପଦେଶ ଦେଇଥିଲେ । ଗାନ୍ଧୀଙ୍କର ପଟ୍ଟଶିଷ୍ୟ ପୂର୍ବତନ ପ୍ରଧାନମନ୍ତ୍ରୀ ଲାଲ୍ ବାହାଦୁର ଶାସ୍ତ୍ରୀଙ୍କ ଜୟ ଜବାନ୍ ଜୟ କିଷାନ୍ ଧ୍ୱନୀ କଥା ସ୍ମରଣ କରାଇଥଲେ । ଏହି ଦିବସରେ ଅଧ୍ୟକ୍ଷତା କରି ଜିଲ୍ଲାପାଲ  ଶ୍ରୀ ସଂଗ୍ରାମ କେଶରୀ ମହାପାତ୍ର    କହିଲେ ମହାତ୍ମାଗାନ୍ଧୀ ଜଣେ ମହାମାନବ ଥିଲେ ।  ମହାତ୍ମାଗାନ୍ଧୀଙ୍କର ଉତରଣ ହୋଇଥିଲା । ଯେପରି ଦସୁ୍ୟ ରତ୍ନାକରରୁ ବାଲ୍ମିକୀ ଋଷି,ସିଦ୍ଧାର୍ଥରୁ ଗୈାତମ ବୁଦ୍ଧ ପରିଣତ ହୋଇଥିଲେ । କବି ଗୁରୁ ରବୀନ୍ଦ୍ର ନାଥ ଟାଗୋର ଗାନ୍ଧିଜୀଙ୍କୁ ମହାତ୍ମା ଗାନ୍ଧୀ ଆଖ୍ୟା ଦେଇଥିଲେ । ସୁବାଷ ଚନ୍ଦ୍ର ବୋଷ ଗାନ୍ଧୀଙ୍କୁ ବାପୁ ଓ ଜାତିର ପିତା ସମ୍ବୋଧନ କରିଥିଲେ । ଗାନ୍ଧୀ ସର୍ବଦା ଅନ୍ୟାୟ ବିରୁଦ୍ଧରେ ପ୍ରତିରୋଧ କରି ମାନବିକତାର ପରିଚୟ ଦେଇଥିଲେ । ଗାନ୍ଧୀଙ୍କର  ଅହିଂସା,ସତ୍ୟାଗ୍ରହ ଅରଟରେ ସୂତା କାଟିବା ଓ ଲୁଣମରା ଆନ୍ଦୋଳନରେ ବ୍ରିଟିଶ୍ ରାଜଗାଦୀ ଦୋହଲି ଯାଇଥିଲା । ରାଜ୍ୟ କାଜୁ ଉନ୍ନୟନ ନିଗମର ଅଧ୍ୟକ୍ଷ ଶ୍ରୀ ଅମରେନ୍ଦ୍ର ଦାସ,ସମ୍ମାନୀତ ଅତିଥି ଭାବେ ଯୋଗଦେଇ ଦିବସ  ବ୍ୟାପି ମହାତ୍ମା ଗାନ୍ଧିଜୀଙ୍କର  ୧୫୦ ତମ ଜୟନ୍ତୀ ଜିଲ୍ଲା ପ୍ରଶାସନ ପକ୍ଷରୁ ପାଳନ ହେଉଥିବାରୁ ଜିଲ୍ଲାପାଳଙ୍କର ଭୂୟସୀ  ପ୍ରଶଂସା କରିôଥିଲେ ।ଗାନ୍ଧିଜୀଙ୍କର ସତ୍ୟ,ଅଂହିସା,ଓ ମାନବିକତାରେ ଦେଶବାସୀ ଉଦ୍ବୁଧ ହେବାକୁ ପରାମର୍ଶ ଦେଇଥିଲେ । ପ୍ରକଳ୍ପ ନିର୍ଦ୍ଧେଶକ ଶ୍ରୀ ସରୋଜ କାନ୍ତ ମହାନ୍ତି ,ଉପ-ଜିଲ୍ଲାପାଳ ଶ୍ରୀ ମହେନ୍ଦ୍ର ପ୍ରସାଦ ମହାନ୍ତି ସମ୍ମାନୀତ ଅତିଥି  ଭାବେ ଯୋଗଦେଇ ମହାତ୍ମା ଗାନ୍ଧୀଙ୍କର ଜୀବନାଦର୍ଶ ଓ ଦର୍ଶନ ସଂପର୍କରେ ମତବ୍ୟକ୍ତ କରିଥିଲେ । ଗାନ୍ଧୀ ଜୟନ୍ତୀ ଅବସରରେ  ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ପ୍ରାତଃରେ ରାମଧୁନ୍  ପରିବେଷଣ କରାଯାଇଥିଲା । ଗାନ୍ଧୀ ଜୟନ୍ତୀ ପାଳନ ଅବସରରେ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତିରେ  ମାଲ୍ୟାର୍ପଣ କରି ସ୍ଥାନୀୟ ବିଧାୟକ ତଥା ଜିଲ୍ଲା ଯୋଜନା   କମିଟି ଅଧ୍ୟକ୍ଷ, ଶ୍ରୀ  ପ୍ରଶାନ୍ତ କୁମାର ମୁଦୁଲି,ଜିଲ୍ଲାପାଳ  ଶ୍ରୀ ସଂଗ୍ରାମ କେଶରୀ ମହାପାତ୍ର, କାଜୁ ନିଗମ ଅଧ୍ୟକ୍ଷ ଶ୍ରୀ ଅମରେନ୍ଦ୍ର ଦାସ, ଏସ୍.ପି,ଶ୍ରୀ ପ୍ରକାଶ  ଆର୍,ଜିଲ୍ଲା ପରିଷଦ ସଭାପତି ଶ୍ରୀମତୀ ପ୍ରିୟଦର୍ଶିନୀ ବିଶ୍ୱାଳ,ପ୍ରକଳ୍ପ ନିର୍ଦ୍ଧେଶକ ଶ୍ରୀ ସରୋଜ କାନ୍ତ ମହାନ୍ତି, ଉପ-ଜିଲ୍ଲାପାଳ ଶ୍ରୀ ମହେନ୍ଦ୍ର ପ୍ରସାଦ ମହାନ୍ତି, ଅତିରିକ୍ତ ଆରକ୍ଷୀ  ଅଧିକ୍ଷକ ଶ୍ରୀ ବିଶ୍ୱନାଥ ମିଶ୍ର, ସମସ୍ତ ଜିଲ୍ଲାସ୍ତରୀୟ ଅଧିକାରୀ, ସହରର ବୁଦ୍ଧିଜୀବି, ଗଣ ମାଧ୍ୟମ ପ୍ରତିନିଧିଗଣ ,ବିଦ୍ୟାଳୟ ଓ ମହାବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଗାନ୍ଧୀଛକ ଠାରୁ ଥାନା ପର୍ଯ୍ୟନ୍ତ ଏକ ବିରାଟ ଶୋଭାଯାତ୍ରାରେ ଯୋଗଦେଇ ଥିଲେ ।  ଓଡ଼ିଶା ସମାଚାର

About admin

Check Also

ରାଜଧାନୀର ଡ଼େଲଟା ଛକ ରେ ଥିବା ଲକ୍ଷ୍ମୀନାରାୟଣ ଜୁଏଲାରୀ ରୁ କୋଟିଏ ଟଙ୍କାର ସୁନା ଗହଣା ଓ ନଗଦ ଟଙ୍କା ଲୁଟ ଅଭିଯୋଗ

ଭୁବନେଶ୍ୱର,୦୫/୧୨/୨୦୨୧ (ଓଡ଼ିଶା ସମାଚାର)-ଗତକାଲି ବିଳମ୍ବିତ ରାତିରେ ରାଜଧାନୀର ଡ଼େଲଟା ଛକ ରେ ଥିବା ଲକ୍ଷ୍ମୀନାରାୟଣ ଜୁଏଲାରୀ ର ଗ୍ରୀଲ ଓ …

Leave a Reply

Your email address will not be published. Required fields are marked *