Monday , January 24 2022
Breaking News
Home / ତାଜା ଖବର / ଏକ ଅପହରଣ ମାମଲାର ମାଷ୍ଟର ମାଇଣ୍ଡ ତଥା ଅପରାଧୀ ଅମିତ ପୋଲିସ୍ ର ଏନକାଉଂଟରରେ ଆହତ – ଅପହୃତ ବାଳକ ଉଦ୍ଧାର – ପିସ୍ତଲ ଓ ଗୁଳି ଜବତ

ଏକ ଅପହରଣ ମାମଲାର ମାଷ୍ଟର ମାଇଣ୍ଡ ତଥା ଅପରାଧୀ ଅମିତ ପୋଲିସ୍ ର ଏନକାଉଂଟରରେ ଆହତ – ଅପହୃତ ବାଳକ ଉଦ୍ଧାର – ପିସ୍ତଲ ଓ ଗୁଳି ଜବତ

ସମ୍ବଲପୁର,୦୪/୧୦/୨୦୧୯ (ଓଡ଼ିଶା ସମାଚାର)- ଏକ ଅପହରଣ ମାମଲାର ମାଷ୍ଟର ମାଇଣ୍ଡ ତଥା ଅପରାଧୀ ଅମିତ ବିହାରୀ ଆଲିଆସ ଅମିତ ସାହୁ ପୋଲିସ୍ ର ଏନକାଉଂଟରରେ ଆହତ ହୋଇଛି । ଅପହୃତ ହୋଇଥିବା ୨୨ ବର୍ଷର ବାଳକ ଉଦ୍ଧାର ହୋଇଛି । ମିଳିଥିବା ତାଜା ସୂଚନା ଅନୁସାରେ ଜଣେ ୨୨ ବର୍ଷର ବାଳକକୁ ଅପହରଣ କରାଯାଇ ତାକୁ ଖଲାସ କରିବା ପାଇଁ ପରିବାରଙ୍କୁ ୬୦ ହଜାର ଟଙ୍କା ଦାବି କରାଯାଇଥିଲା । ଏ ସମ୍ପର୍କରେ ଶୁକ୍ରବାର ଅପହୃତ ବାଳକର ପରିବାର ପକ୍ଷରୁ କ୍ଷେତରାଜପୁର ଥାନାରେ ଏକ ମାମଲା ରୁଜୁ ହୋଇଥିଲା । ଏହି ଘଟଣାରେ ଅପାରାଧୀ ଅପରାଧୀ ଅମିତ ବିହାରୀ ଆଲିଆସ ଅମିତ ସାହୁ ମାଷ୍ଟରମାଇଣ୍ଡ ବୋଲି ପୋଲିସ୍ ଜାଣିବାକୁ ପାଇଥିଲା । କ୍ଷେତରାଜପୁର ଥାନା ଆଇଆଇସି ମମତା ନାୟକଙ୍କ ନେତୃତ୍ୱରେ ଏକ ସ୍ପେଷାଲ ସ୍କ୍ୱାର୍ଡ଼ ଗଠନ କରାଯାଇଥିଲା । ଅମିତ ର ଲୋକେସନ୍ ଟ୍ରାକ୍ କରାଯାଇ କ୍ଷେତରାଜପୁର ଥାନା ଅନ୍ତର୍ଗତ ଗୁଡ଼େଶ୍ୱର ବାବା ମନ୍ଦିର ନିକଟରେ ସେ ଉପସ୍ଥିତ ଥିବା ଜଣା ପଡ଼ିଥିଲା । ଆଇଆଇସି ମମତା ନାୟକଙ୍କ ନେତୃତ୍ୱରେ ଗଠନ କରାଯାଇଥିବା ସ୍ପେଷାଲ ସ୍କ୍ୱାର୍ଡ଼ ଅତର୍କିତଭାବେ ସେଠାରେ ଚଢ଼ାଉ କରିଥିଲା । ପୋଲିସ୍ କୁ ଦେଖି ଅମିତ ପୋଲିସ୍ ଉପରକୁ ୨ ରାଉଣ୍ଡ ଗୁଳି ଚଳାଇଥିଲା । ଆଇଆଇସି ମମତା ନାୟକ ଆହତ ହୋଇଥିଲେ । ପୋଲିସ୍ ଏହାର ଜବାବରେ ୨ ରାଉଣ୍ଡ ଗୁଳି ଚଳାଇଥିଲା । ପୋଲିସ୍ ର ଗୁଳି ଅମିତ୍ ର ବାମ ଗୋଡ଼ରେ ବାଜିବାରୁ ସେ ଗୁରୁତର ଆହତ ହୋଇଥିଲା । ପୋଲିସ୍ ତା ନିକଟରୁ ଗୋଟିଏ ପିସ୍ତଲ ଓ ଗୁଳି ଜବତ କରିଛି । ଆହତ ଅମିତ କୁ ବୁର୍ଲା ହସପିଟାଲ ରେ ଭର୍ତି କରାଯାଇଥିଲାବେଳେ ଅପହୃତ ବାଳକ କୁ ଉଦ୍ଧାର କରାଯାଇଛି । ଅମିତ ର ମାଡ଼ରେ ଆହତ ହୋଇଥିବା ଅପହୃତ ବାଳକ ଓ ଆହତ ଆଇଆଇସି ଙ୍କୁ ମଧ୍ୟ ଚିକିତ୍ସା ପାଇଁ ହସପିଟାଲରେ ଭର୍ତି କରାଯାଇଛି । ଅମିତ ନାଁ ରେ ସମ୍ବଲପୁର ଓ ବରଗଡ଼  ର ବିଭିନ୍ନ ଥାନାରେ ୮ ରୁ ଅଧିକ ଅପରାଧିକ ମାମଲା ରହିଥିବା ଏସପି କେବି ସିଂହ କହିଛନ୍ତି । ଓଡ଼ିଶା ସମାଚାର

About admin

Check Also

ଭାରସାମ୍ୟ ହରାଇ ଓଲଟିଲା କାର୍‌ : ଅଳ୍ପକେ ବର୍ତ୍ତିଲେ ଗୋଟିଏ ପରିବାରର ୪ଜଣ ଯାତ୍ରୀ

ବାଲିଗୁଡ଼ା,୨୦/୦୧/୨୨(ଓଡିଶା ସମାଚାର/ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା ଜକିକିଆ ୫୯ନଂ ଜାତୀୟ ରାଜପଥରେ ଏକ କାର୍‌ ଦୁର୍ଘଟଣା …

Leave a Reply

Your email address will not be published. Required fields are marked *