Tuesday , December 7 2021
Breaking News
Home / ବିଶେଷ / ଆତ୍ମା ଅଧ୍ୟକ୍ଷ ଙ୍କ ଅନୁପସ୍ଥିତିକୁ ନେଇ ପଂଚାୟତ ସମିତି ବୈଠକରେ ହୋ ହଲା – ବୈଠକ ବାତିଲ –

ଆତ୍ମା ଅଧ୍ୟକ୍ଷ ଙ୍କ ଅନୁପସ୍ଥିତିକୁ ନେଇ ପଂଚାୟତ ସମିତି ବୈଠକରେ ହୋ ହଲା – ବୈଠକ ବାତିଲ –

ରଘୁନାଥପୁର,୦୪/୧୦/୨୦୧୯ (ଓଡ଼ିଶା ସମାଚାର / ଦୀପ୍ତିରଂଜନ କାନୁନଗୋ)- ଦୀର୍ଘ ୧୪ ମାସର ବ୍ୟବଧାନ ପରେ ଆଜି ହେବାକୁ ଥିବା ପଂଚାୟତ ସମିତିର ୫ମ ତଥା ବରାଦି ବୈଠକ ସରପଂଚ ଓ ସମିତି ସଭ୍ୟ ସଭ୍ୟାଙ୍କ ପକ୍ଷରୁ ସାଧରାରଣ ଜନତାଙ୍କ ସମସ୍ୟା ଓ ଉନ୍ନତିମୂଳକ କାର୍ଯ୍ୟ ସମ୍ପର୍କରେ ହୋଇଥାନ୍ତା ଆଲୋଚନା ତେବେ ବିଦ୍ଧିବଦ୍ଧ ଭାବେ ବୈଠକ ଆରମ୍ଭ ହେବା ମାତ୍ରେ ସବୁଥିରେ ବିଭ୍ରାଟ ଘଟିଲା । ଆତ୍ମା ଅଧ୍ୟକ୍ଷଙ୍କୁ ବୈଠକକୁ ଆମନ୍ତ୍ରଣ କରାନଯିବାକୁ ନେଇ ବୈଠକରେ ଆରମ୍ଭ ହୋଇଗଲା ହୋ ହଲା ଓ ଯୁକ୍ତି ତର୍କ । ସାଧାାରଣ ଜନତାଙ୍କ ପକ୍ଷରୁ ପ୍ରତିନିଧିତ୍ୱ କରୁଥିବା ଜନ ପ୍ରତିନିଧିମାନେ ପ୍ରକୃତ ଲକ୍ଷରୁ ଓହରିଯାଇ କଥା କଟା କଟି ଓ ବାଦ ବିବାଦରେ ଲିପ୍ତ ରହିଲେ । ଯାହାକି ଅଂଚଳରେ ଚର୍ଚ୍ଚାର ବିଷୟ ପାଲଟିଥିବାବେଳେ ଆମନ୍ତ୍ରିତ ହୋଇ ବୈଠକରେ ଉତରଦାୟୀ ରହିବା ପାଇଁ ଆସିଥିବା ବିଭାଗୀୟ ଅଧିକାରୀମାନେ ବସି ରହିବା ସାର ହୋଇଥିଲା । ଅଧିକାରୀଙ୍କ ବହୁମୂଲ୍ୟ ସମୟ ଅପଚୟ ହେବା ସହ ଦିନକର ଖର୍ଚ୍ଚ ହେଉଥିବା ଦିନକର ଖର୍ଚ୍ଚ ଏକ ପ୍ରକାର ପାଣିରେ ପଡ଼ିଲା ବୋଲି ଆଲୋଚ୍ୟର ବିଷୟ ପାଲଟିଛି । ଖୋଦ ବିଧାୟକ ଓ ସାଂଦଙ୍କ ଉପସ୍ଥିତିରେ ଚାଲିଥିବା ହଟଗୋଳ ପ୍ରସମିତ ହୋଇନପାରିବାରୁ ବାଧ୍ୟ ହୋଇ ସମିତି ବୈଠକକୁ ଅଧ୍ୟକ୍ଷତା କରୁଥିବା ବ୍ଲକ୍ ଅଧ୍ୟକ୍ଷା ସ୍ୱପ୍ନାସରିତା ବଳ ବାତିଲ କରିଥିଲେ । ପୂର୍ବ ସୂଚନା ଅନୁଯାୟୀ ନିର୍ଦ୍ଧାରିତ ସମୟରେ ପଂଚାୟତର ସରପଂଚ ଓ ସଭ୍ୟ ସଭ୍ୟାମାନେ ସଭା ଗୃହରେ ଉପସ୍ଥିତ ହୋଇଥିଲେ । ସାଂସଦ ଡ଼ଃ ରାଜଶ୍ରୀ ମଲିକ ନିଜ ସମର୍ଥକଙ୍କ ସହ ବୈଠକରେ ପହଂଚିଥିଲେ । ତେବେ ବିଧାୟକ ବିଷ୍ଣୁ ଦାସ ଦଳ ପକ୍ଷରୁ ଅନୁଷ୍ଠିତ ହେଉଥିବା ଜନ ସମ୍ପର୍କ ପଦଯାତ୍ରା ସାରି ବିଳମ୍ବରେ ସମିତି ବୈଠକରେ ପହଂଚିଥିଲେ । ବୈଠକ ଆରମ୍ଭ ହେବା ମାତ୍ରେ ପୂର୍ବ ବୈଠକର ବିବରଣୀର ଜେରକ୍ସ କପି ଜନ ପ୍ରତିନିଧି ମାନଙ୍କୁ ପ୍ରଦାନ କରାଯାଇନଥିବାରୁ ବିରକ୍ତି ପ୍ରକାଶ ପାଇଥିଲା । ଏହାପରେ ଶାସକ ଦଳର ଦୁଇ ଗୋଷ୍ଠିଙ୍କ ମଧ୍ୟରୁ ଗୋଟିଏ ଗୋଷ୍ଠି ଆତ୍ମା ଅଧ୍ୟକ୍ଷଙ୍କୁ ବୈଠକକୁ କାହିଁକି ଆମନ୍ତ୍ରିତ କରାଗଲା ନାହିଁ ବୋଲି ସ୍ପଷ୍ଟି କରଣ ଚାହିଁଥିଲେ । ସେମାନଙ୍କ ଯୁକ୍ତି ଥିଲାକି ପୂର୍ବରୁ ଚିଠି କରାଯାଇ ବନ୍ଦ ହୋଇଥିବା ସମିତି ବୈଠକରେ ଆତ୍ମା ଅଧ୍ୟକ୍ଷଙ୍କୁ ଆମନ୍ତ୍ରଣ କରାଯାଇଥିଲା । ତେବେ ଚଳିତ ବୈଠକରେ କାହିଁକି ତାଙ୍କୁ ଚିଠି କରାଗଲା ନାହିଁ ବୋଲି ଅଡ଼ି ବସିଥିଲେ । ବିପକ୍ଷ ଗୋଷ୍ଠିଙ୍କ ପକ୍ଷରୁ ଏହାକୁ ପ୍ରତିହତ କରାଯିବା ସହ ବୈଠକୁ ଆଗୋଇ ନେବା ପାଇଁ ଯଥା ସମ୍ଭବ ଚେଷ୍ଟା କରାଯାଇଥିଲା । ଦୀର୍ଘ ୩ ଘଂଟା କାଳ ହୋ ହଲା ଓ ବଚଷାରେ ସମୟ ଅତିବାହିତ ହୋଇଯାଇଥିଲା । କୌଣସି ନିର୍ଯ୍ୟାସ ନବାହାରିବା ଏବଂ ଦିନ ୩ଟା ବେଳେ ବିଧାୟକ ଅସୁସ୍ଥତା ଅନୁଭବ କରି ଆଉଥରେ ବୈଠକ କରିବା ପାଇଁ ପରାମର୍ଶ ରଖି ସ୍ଥାନ ପରିତ୍ୟାଗ କରିଥିଲେ । ଏପରି ହେବା ପଛରେ ବିଡ଼ିଓ ପଂଚାନନ ପଟାୟତଙ୍କୁ ଦାୟୀ କରାଯିବାରୁ ସେ ଏକ ପ୍ରକାର ଅପଦସ୍ଥ ହୋଇପଡ଼ିଥିଲେ । ଶେଷରେ ଅଧ୍ୟକ୍ଷା ବଳ ବୈଠକ ବାତିଲ ଘୋଷଣା କରି ପୂନର୍ବାର ଆଉ ଦିନେ ବୈଠକ ପାଇଁ ମତ ରଖିବା ପରେ ସାଂସଦ ଡ଼ଃ ମଲିକ ମଧ୍ୟ ସ୍ଥାନ ପରିତ୍ୟାଗ କରିଥିଲେ । ଆତ୍ମା ଅଧ୍ୟକ୍ଷଙ୍କୁ ବୈଠକକୁ ଆମନ୍ତ୍ରିତ ନକରିବାକୁ ନେଇ ବିଡ଼ିଓ ପଟାୟତ ଅଧ୍ୟକ୍ଷା ବଳଙ୍କୁ ଇଙ୍ଗିତ କରିଥିଲେ । ଏହାର ଉତରରେ ଆତ୍ମା ଅଧ୍ୟକ୍ଷଙ୍କୁ ଡ଼ାକିବା ପାଇଁ ସେମିତି କିଛି ଗାଇଡ଼ ଲାଇନ୍ ନାହିଁ ବୋଲି କହିବା ସହ ଜନ ସାଧାରଣଙ୍କ ହିତ ପାଇଁ ଆୟୋଜିତ ବୈଠକକୁ ଚଳାଇ ନଦେବା ନିନ୍ଦନିୟ ବୋଲି ସେ କହିଥିଲେ । ବୈଠକରେ ଉପସ୍ଥିତ ଥିବା ଜିଲାପରିଷଦ ସଭ୍ୟ ଅଶୋକ କୁମାର ମହରରଣା ଏପରି ଆଚରଣକୁ କଟାକ୍ଷ କରିବା ସହ ଏହାକୁ ନେଇ ବୈଠକ ଚଳାଇ ନଦେବା ଦୁର୍ଭାଗ୍ୟ ଜନକ ବୋଲି ପ୍ରକାଶ କରିଥିଲେ । ବୈଠକରେ ଏବିଡ଼ିଓ ଅଶୋକ କୁମାର ମହାନ୍ତି, ଜିଲା ପରିଷଦ ସଭ୍ୟା ଡ଼େଜାଲିନ ମହାପାତ୍ର, ବ୍ଲକ୍ ଉପାଧ୍ୟକ୍ଷ ଦେବାଶିଷ ତ୍ରିପାଠୀ , ସରପଂଚ ଜାନକୀ ବଲଭ ସ୍ୱାଇଁ, ସୂର୍ଯ୍ୟ ନାରାୟଣ ନାୟକ, ଚନ୍ଦନା ମହାନ୍ତି, ବାସନ୍ତୀ ସାହୁ, ଶର୍ମିଷ୍ଠା ସ୍ୱାଇଁ, ପ୍ରମୋଦ ଜେନା, ସରୋଜ କୁମାର ଦାସ, ଅଭିମନ୍ୟୁ ନାୟକ, ଡ଼ମ୍ବରୁଧର ବେହେରା, ଶୁଭ୍ରାନ୍ତ କୁମାର ସ୍ୱାଇଁ, କବିତା ନାୟକ, ପୁଷ୍ପଲତା ସୂତାର, ଛବିତା ମହାନ୍ତି, ଜ୍ୟୋତିର୍ମୟୀ ଜେନା, ଶେଷ ଦେବ ସେଠୀ, ସମିତି ସଭ୍ୟ ସଭ୍ୟା ସରୋଜ କୁମାର ଦାଶ,ବୈଜୟନ୍ତୀ ପାତ୍ର, ବିଦ୍ୟାଧର ମହାନ୍ତି, ମେହେବୁବ ବେଗ ଙ୍କ ସମେତ ସମସ୍ତ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ଥିବାବେଳେ ପୋଲିସ ବିଭଗରୁ ଏସଡ଼ିପିଓ ଡ଼ିଆର ଜେନା, ରଘୁନାଥପୁର ଥାନା ଆଇଆଇସି ବିବିତା ଦଳେଇ ଙ୍କ ସମେତ ୧ ପ୍ଲାଟୁନ ପୋଲିସ ଫୋର୍ସ ଶାନ୍ତି ଶୃଙ୍ଖଳା ପାଇଁ ମୁତୟନ ଥିଲେ । ଓଡ଼ିଶା ସମାଚାର

About admin

Check Also

ଏମ୍ ରାମପୁର କୁ ରାଜସ୍ୱ ଉପଖଣ୍ଡ ମାନ୍ୟତା ଦାବି ରେ ୧୨ ଘଣ୍ଟିଆ ବନ୍ଦ ପାଳନ

କଳାହାଣ୍ଡି ,୬/୧୨/୨୧(ଓଡିଶା ସମାଚର /ସଂଜୟ ସିଂହ)-କଳାହାଣ୍ଡି ଜିଲ୍ଲା ରେ ଦିର୍ଘ ୪୦ବର୍ଷ ହେଲା ଏମ୍ ରାମପୁର ବ୍ଲକ କୁ ରାଜସ୍ୱ …

Leave a Reply

Your email address will not be published. Required fields are marked *