Thursday , June 30 2022
Breaking News
Home / ତାଜା ଖବର / ଅଭିଯୋଗ ପଞ୍ଜିକରଣ ନକରି ଅଭିଯୁକ୍ତକୁ ଗିରଫ କରିନଥିବାରୁ ଏ.ଏସ.ଆଇ ନିଲମ୍ବିତ

ଅଭିଯୋଗ ପଞ୍ଜିକରଣ ନକରି ଅଭିଯୁକ୍ତକୁ ଗିରଫ କରିନଥିବାରୁ ଏ.ଏସ.ଆଇ ନିଲମ୍ବିତ

କେନ୍ଦ୍ରାପଡା,୦୪/୧୦/୨୦୧୯ (ଓଡ଼ିଶା ସମାଚାର)-ଏକ ଅଭିଯୋଗକୁ ପଞ୍ଜିକରଣ ନକରିବା ଓ ଅଭିଯୁକ୍ତକୁ ଗିରଫ ନକରିବା ଅଭିଯୋଗରେ ପୋଲିସ ମହାନିର୍ଦେଶକ ମାର୍ଶାଘାଇ ଥାନା ଏ.ଏସ.ଆଇ. ଯୁଧିଷ୍ଟିର ସାହୁଙ୍କୁ ନିଲମ୍ବନ କରିଥିବା କେନ୍ଦ୍ରାପଡା ଏସଡିପିଓ ରାଜୀବ ଲୋଚନ ପଣ୍ଡାଙ୍କ ଠାରୁ ସୂଚନା ମିଳିଛି । ସୂଚନା ଅନୁଯାଇ ଗତ ମାର୍ଚ୍ଚମାସ ୬ତାରିଖରେ ମାର୍ଶାଘାଇ ଥାନା ଅନ୍ତର୍ଗତ ପାଟଳିପଙ୍କ ଗ୍ରାମର କୁନିଲତା ବାରିକ ଏ.ଏସ.ଆଇ ଯୁଧିଷ୍ଟିର ସାହୁଙ୍କ ନିକଟରେ ଲିଖିତ ଅଭିଯୋଗ କରିଥିଲେ ଯେ ତାଙ୍କୁ ସେହିଦିନ ଗାଳିମନ୍ଦ କରାଯାଇଥିବା ତାଙ୍କ ଘରକୁ ଟେକାପଥର ଫୋପଡାଯିବା ଓ ଜୀବନରେ ମାରିଦେବାକୁ ତାଙ୍କୁ ଧମକ ଦିଆଯାଇଥିଲା । କିନ୍ତୁ ଏ.ଏସ.ଆଇ ଶ୍ରୀ ସାହୁ ଏହି ଅଭିଯୋଗ କୁ ପଞ୍ଜିକରଣ କରିନଥିଲେ । ଅଭିଯୋଗକାରୀଙ୍କ ପକ୍ଷରୁ ଏସମ୍ପର୍କରେ କୋର୍ଟରେ କେଶ କରାଯିବା ପରେ ଗତ ମାର୍ଚ୍ଚମାସ ୧୩ତାରିଖରେ ଅଭିଯୁକ୍ତ କୋର୍ଟରେ ଆତ୍ମ ସମର୍ପଣ କରିଥିଲେ । ଏହି ଘଟଣାରେ ପୋଲିସ ମହାନିର୍ଦେଶକ ଏ.ଏସ.ଆଇ ଶ୍ରୀ ସାହୁଙ୍କୁ ନିଲମ୍ବିତ କରିଥିବା ଜଣାପଡିଛି । ଓଡ଼ିଶା ସମାଚାର

About admin

Check Also

ବଡ଼ଚଣା ବିଡ଼ିଓଙ୍କ ଚିଠି ପରି ଗରଦପୁର ବିଡ଼ିଓ ଙ୍କ ଚିଠି କେବେ ?

ଗରଦପୁର, ୨୯/୬/୨୦୨୨(ଓଡ଼ିଶା ସମାଚାର)- ଗତ କରୋନା ମହାମାରୀ ସମୟରେ ଗରଦପୁର ବ୍ଲକ୍ ର ପ୍ରତି ପଂଚାୟତ ସ୍ତରରେ ଅସ୍ଥାୟୀ ସ୍ୱାସ୍ଥ୍ୟ …

Leave a Reply

Your email address will not be published. Required fields are marked *