Monday , October 18 2021
Breaking News
Home / ଶିକ୍ଷା / ସରସ୍ୱତୀ  ଶିଶୁ ବିଦ୍ୟା ମନ୍ଦିରେ ଗାନ୍ଧିଜୟନ୍ତି ପାଳିତ 

ସରସ୍ୱତୀ  ଶିଶୁ ବିଦ୍ୟା ମନ୍ଦିରେ ଗାନ୍ଧିଜୟନ୍ତି ପାଳିତ 

ଗରଦପୁର,୦୩/୧୦/୨୦୧୯ (ଓଡ଼ିଶା ସମାଚାର)-ଗରଦପୁର ବ୍ଲକ ଅନ୍ତର୍ଗତ ବେଡାରୀ ପଂଚାୟତର ହରିଦାସପୁରସ୍ଥିତ ସରସ୍ୱତୀ ଶିଶୁ ମନ୍ଦିରରେ ଗାନ୍ଧିଜୀଙ୍କ ୧୫୦ତମ ଜୟନ୍ତି ଉତ୍ସବ ପାଳନ କରାଯାଇଛି । ଏହି ଅବସରରେ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଚିତ୍ରାଙ୍କନ, ପ୍ରବନ୍ଧ, ସୁନ୍ଦର ହସ୍ତାକ୍ଷର ଓ ବକୃତି ପ୍ରତିଯୋଗୀତା କରାଯାଇଥିଲା । ବକ୍ତୃତା ପ୍ରତିଯୋଗୀତାରେ ବିଦ୍ୟାଳୟର ସପ୍ତମ ଶ୍ରେଣୀର ଛାତ୍ର ଶାନ୍ତନୁ ଦାସ ପ୍ରଥମ ହୋଇ ଥିବାବେଳେ, ନିତିଶ କୁମାର୨ୟ,ଦେବସ୍ମିତା ସାହୁ ତୃତୀୟ ହୋଇଛନ୍ତି । ସେହିପରି ବିଦ୍ୟାଳୟରେ ଚିତ୍ରାଙ୍କନ ପ୍ରତିଯୋଗୀତା କରାଯିବା,ସୁନ୍ଦର ହସ୍ତାକ୍ଷର ପ୍ରତିଯୋଗୀତା କରାଯିବା ସହିତ ଗାନ୍ଧିଜୀ  ଓ ଲାଲବାହାଦୂର ଶାତ୍ସ୍ରୀଙ୍କ ଉପରେ ପ୍ରବନ୍ଧ ପ୍ରତିଯୋଗୀତା ଅନୁଷ୍ଠିତ କରାଯାଇଥିଲା । ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ବିଜୟ କୁମାର ତ୍ରିପାଠୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ପୁରଷ୍କାର ବିତରଣ ଉତ୍ସବରେ ବିଦ୍ୟାଳୟ ପରିଚାଳନା କମିଟ୍ ର ସଭାପତି ଜ୍ୟୋତିରଞ୍ଜନ ପରିଡା,ସମ୍ପାଦକ ନିରାକାର ରାଉତ,ଜ୍ଞାନ ରଂଜନ ପ୍ରଧାନ ଅତିଥି ଭାବରେ ଉପସ୍ଥିତ ରହି ଆଜିର ଦିନରେ ଗାନ୍ଧିଜୀଙ୍କ ମୂଲ୍ୟବୋଧର ଆବଶ୍ୟକତା ରହିଥିବା ସମ୍ପର୍କରେ କହିଥିଲେ । ବିଦ୍ୟାଳୟର ସତ୍ୟଜିତ୍ ନାୟକ, କେଦାରନାଥ ସ୍ୱାଇଁ, ଚିନ୍ମୟ କୁମାର ସାହୁ, ରୋଜାଲିନ୍ ସାହୁ, ଗୀତାଞ୍ଜଳି ବେହେରା, ସଂଯୁକ୍ତା ସାହୁ, ମଧୁସ୍ମିତା ନାୟକ ପ୍ରମୁଖ ଗୁରୁଜୀ / ଗୁରୁମା’ମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।  ସେହିପରି ହରିଦାସପୁର ଗ୍ରାମର ଅନ୍ୟ ଏକ ସରସ୍ୱତୀ ଶିଶୁ  ବିଦ୍ୟାମନ୍ଦିରରେ ଗାନ୍ଧିଜୀ ଓ ଶାସ୍ତ୍ରିଜିଙ୍କ ଜୟନ୍ତି ଉତ୍ସବ ବିଦ୍ୟାଳୟର ସମ୍ପାଦକ  ପ୍ରମୋଦ ମହାପାତ୍ରଙ୍କ ସଭାପତିତ୍ୱରେ ଅନୁଷ୍ଟିତ ହୋଇଯାଇଛି । ପ୍ରଧାନ ଆଚାର୍ଯ୍ୟ ପ୍ରଭୁସାଗର ମହାପାତ୍ର, ସୁବାଷ ଚନ୍ଦ୍ର ସାହୁ, ଏମ.ବି.ଶୈଳଜା, ଅନୁପମା ନାୟକ ଓ ପ୍ରଭାତି ପରିଡା ପ୍ରମୁଖ ଗୁରୁଜୀ/ଗୁରୁମା’ମାନେ ଉପସ୍ଥିତ ରହି ଗାନ୍ଧିଜୀଙ୍କ ଦେଶପ୍ରେମ ଉପରେ ଛାତ୍ରଛାତ୍ରୀମାନଙ୍କୁ କହିଥିଲେ । ଓଡ଼ିଶା ସମାଚାର

About admin

Check Also

କେନ୍ଦ୍ରାପଡ଼ା ମହାବିଦ୍ୟାଳୟରେ ଋଷ ଦେଶର ଟ୍ୟାଙ୍କ୍

କେନ୍ଦ୍ରାପଡ଼ା, ୧୬/୧୦/୨୦୨୧(ଓଡ଼ିଶା ସମାଚାର)-କେନ୍ଦ୍ରାପଡ଼ା ସ୍ୱୟଂଶାସିତ ମହାବିଦ୍ୟାଳୟକୁ ଆସିଛି ୧୯୭୧ ମସିହାରେ ଭାରତ ପାକିସ୍ତାନ ଯୁଦ୍ଧରେ ବ୍ୟବହୃତ ହୋଇଥିବା ଋଷ ଦେଶର …

Leave a Reply

Your email address will not be published. Required fields are marked *