ଭୁବନ ୦୩/୧୦/୨୦୧୯ (ଓଡ଼ିଶା ସମାଚାର / ସୁଶାନ୍ତ କୁମାର ପୋଥାଳ )- ଜାତିର ପିତା ମହାତ୍ମା ଗାନ୍ଧୀଙ୍କର ୧୫୦ତମ ଜନ୍ମ ଶତବାର୍ଷିକୀ ଅବସରରେ ତାଙ୍କର ନୀତି ଆଦର୍ଶକୁ ଜନସାଧାରଣଙ୍କ ନିକଟରେ ପହଁଚାଇବା ପାଇଁ କାମାକ୍ଷାନଗର ବିଜେପି ତରଫରୁ ଭୁବନ ଠାରେ ଏକ ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି । ୫୩ ନଂ ଜାତୀୟ ରାଜପଥର କାଳୀବଜାର ସ୍ଥିତ ଶହୀଦ୍ ବାଜିରାଉତଙ୍କ ପ୍ରତିମୁର୍ତୀରେ ମୁଖ୍ୟ ଅତିଥି ପୁର୍ବତନ ସାସଂଦ ରୁଦ୍ର ନାରାୟଣ ପାଣିଙ୍କ ସମେତ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଶତୃଘ୍ନ ଜେନା ,ଜିଲ୍ଳା ସାଧାରଣ ସଂପାଦକ ପ୍ରେମାନନ୍ଦ ଜେନା, ଜିଲ୍ଲା ସଦସ୍ୟତା ପ୍ରମୁଖ ମାତୃ ପ୍ରସାଦ ନନ୍ଦ, ଜିଲ୍ଲା ଉପସଭାପତି ରତିକାନ୍ତ ସାହୁ, ରାଜ୍ୟ ପରିଷଦ ସଦସ୍ୟ ସନାତନ ପାତ୍ର, ବଣସିଂହ ମଣ୍ଡଳ ସଭାପତି ରାମଜୀ, ଭୁବନ ନଗର ମଣ୍ଡଳ ସଭାପତି ଭବାନୀ ଶଙ୍କର ବେହେରା ପ୍ରମୁଖ ପୁଷ୍ପମାଲ୍ୟ ଅର୍ପଣ କରିବା ପରେ ସେଠାରୁ ପ୍ରାୟ ୫୦୦ରୁ ଉର୍ଦ୍ଧ ବିଜେପି କାର୍ଯ୍ୟକର୍ତା ଏକ ବିଶାଳ ପଦଯାତ୍ରାରେ ବାହାରି ଭୁବନ ନଗର ପରିକ୍ରମା କରି ରକ୍ତତୀର୍ଥ ନିଳକଣ୍ଠପୁର ଗ୍ରାମ ସ୍ଥିତ ଶହୀଦ୍ ବାଜିରାଉତ ସ୍ମୃତିସ୍ତମ୍ବ ନିକଟରେ ପହଁଚି ଥିଲେ । ପରେ ମହୁଲପାଳ ମଣ୍ଡଳ ସଭାପତି ବେଣୁଧର ପ୍ରଧାନଙ୍କ ଅଧ୍ୟକ୍ଷତାରେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା । ଗାନ୍ଧୀ ବିଚାରର ଲକ୍ଷ୍ୟ-ସର୍ବୋଦୟ, ଗରିବଙ୍କ ଉତ୍ଥାନ, ଓ ବାପୁଜୀଙ୍କ ସ୍ୱପ୍ନକୁ ସାକାର କରିବା ପାଇଁ ମୋଦୀ ସରକାର ଅଙ୍ଗୀକାର ବଦ୍ଧ । ଏହାର ସ୍ୱରୁପ ହେଉଛି “ମେକ୍ ଇନ୍ ଇଣ୍ଡିଆ” ଗାନ୍ଧୀଜୀଙ୍କ ଦର୍ଶନର ସମାହାର ହିଁ ମୋଦୀଙ୍କ ମନ୍ତ୍ର । ସବ୍କା ସାଥ୍, ସବକ୍ା ବିକାଶ, ସବକା୍ ବିଶ୍ୱାସ କହିବା ସହ ଗାନ୍ଧିଜୀଙ୍କ ନୀତି ଆଦର୍ଶରେ ଅନୁପ୍ରାଣିତ ହେବା ସହ ଆଜିଠାରୁ ପ୍ଲାଷ୍ଟିକ୍ ମୁକ୍ତ ଭାରତ ଦେଶ ଗଠନ ପାଇଁ ସଂକଳ୍ପ ନେବାକୁ ଆହ୍ୱାନ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଠ କାର୍ଯ୍ୟକର୍ତା ମୋହନ ନାୟକ, ପବିତ୍ର ସାହୁ, ନିରଞ୍ଜନ ଗୁରୁ, ମାୟାଧର ଗୁରୁ, ବିଶ୍ୱନାଥ ସାହୁ, ସଂଜୟ କୁମାର ସାହୁ, ରସାନନ୍ଦ ମହାପାତ୍ର, ରବିନାରାୟଣ ସ୍ୱାଇଁ, ଗଣେଶ୍ୱର ନାୟକ, ଗଗନ ସାହୁ, ଜୟନ୍ତ ରାଉତ, ଅଭୟ ନାଏକ, ସଂଜୟ ଦାସ, ଅନାମ ମହାଳିକ, ଯାଜ୍ଞସେନ ଖିଲାର, ଦିବ୍ୟସିଂହ ଦଳାଇ, ପ୍ରମୁଖ ବହୁ କାର୍ଯ୍ୟକର୍ତା ଏହି ପଦଯାତ୍ରାରେ ସାମିଲ ହୋଇଥିଲେ । ଶେଷରେ ଜିରାଳ ମଣ୍ଡଳ ସଦସ୍ୟତା ପ୍ରମୁଖ ରଂଜନ ବାରିକ ଧନ୍ୟବାଦ ଅର୍ପଣ କରିଥିଲେ । ଓଡ଼ିଶା ସମାଚାର