କେନ୍ଦ୍ରାପଡା ୦୩/୧୦/୨୦୧୯ (ଓଡ଼ିଶା ସମାଚାର)-କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଭରତପୁର ପଂଚାୟତର ଭରତପୁର ଗ୍ରାମପଂଚାୟତ ରିଲିଫ ଟ୍ରଷ୍ଟ ପକ୍ଷରୁ ଜଣେ ଅସହାୟା ବୃଦ୍ଧାଙ୍କୁ ସହାୟତା ପ୍ରଦାନ କରାଯାଇଛି । ଭରତପୁର ସରପଂଚ ଜୀନତ ପ୍ରିୟଦର୍ଶିନୀ ରାଉତ ଜଗନ୍ନାଥପୁର ଗ୍ରାମର କୁଳମଣି ନାୟକଙ୍କ ବିଧବା ପନôୀ ଅସହାୟା ବୃଦ୍ଧା ବଦନୀ ନାୟକଙ୍କୁ ଏକଗୋଟି ଜରିପାଲ,ବିସ୍କୁଟ,ଚୂଡା ପ୍ରଭୃତି ଶୁଖିଲା ଖାଦ୍ୟ ପ୍ରଦାନ କରିଛନ୍ତି । ଏଠାରେ ସୂଚନା ଯୋଗ୍ୟ ଯେ ବଦନୀଙ୍କର ୨ପୁଅ ଥିଲେ ମଧ୍ୟ ସେମାନେ ତାଙ୍କୁ ପଚାରୁନଥିବା ବେଳେ ସେ ଅତ୍ୟନ୍ତ ଦୟନୀୟ ଅବସ୍ଥାରେ ଏକ ଭଙ୍ଗା ଚାଳଘରେ ଜୀବନ ବିତାଉଛନ୍ତି । ଏହି ସହାୟତା ପ୍ରଦାନ ସମୟରେ ରିଲିଫ ଟ୍ରଷ୍ଟର ସଦସ୍ୟ ହେମନ୍ତ କୁମାର ଜେନା, ବିଜୟ କୁମାର ଦାସ, ଶାରଦା ପ୍ରସନ୍ନ ରାଉତ, ଅରବିନ୍ଦ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ । ଓଡ଼ିଶା ସମାଚାର