Friday , September 29 2023
Breaking News
Home / ବିଶେଷ / ବାଇକ ରେ ଏଲଇଡି ଲାଇଟ୍ ଯୋଗୁଁ ବଢୁଛି ଦୁର୍ଘଟଣା

ବାଇକ ରେ ଏଲଇଡି ଲାଇଟ୍ ଯୋଗୁଁ ବଢୁଛି ଦୁର୍ଘଟଣା

ଗରଦପୁର,୦୩/୧୦/୨୦୧୯ (ଓଡ଼ିଶା ସମାଚାର)-ମୋଟରଯାନ ଆଇନ୍ କଡାକଡି ଭାବରେ ଲାଗୁ କରାଯିବା ପରେ କିଛି ଦିନ ପାଇଁ ଗ୍ରାମାଂଚଳର ବିଭିନ୍ନ ରାସ୍ତାଘାଟମାନଙ୍କରେ ଯାନବହାନ ଯାତାୟତ ସଂଖ୍ୟା ହ୍ରାସ ପାଇଥିଲା । ମାତ୍ର ରାଜ୍ୟ ସରକାର ୩ ମାସ ଆଇନରେ କୋହଳ କରିବା ପରେ ରାସ୍ତା ଘାଟରେ ପୁଣି ଯାନବାହାନ ଚଳାଚଳ ସଂଖ୍ୟା ବଢିବାରେ ଲାଗିଛି । ଗାଡିମଟର ଯାଂଚ କେହଳ କରାଯାଇଥିଲେ ମଧ୍ୟ ମଦ୍ୟପ ଡ୍ରାଇଭରମାନଙ୍କ ଉପରେ ପୁଲିସ ତିକ୍ଷ୍ଣ ନଜର ରଖିଛି ମାତ୍ର ଏ ସବୁ ଧର୍ମକୁ ଆଖିଠାର ସଦୃଶ ଭଳି ମନେ ହେଉଛି । ପୁଲିସ ପ୍ରଶାସନଙ୍କ ପକ୍ଷରୁ କେତେକ ରାସ୍ତା ପାଶ୍ୱର୍ସ୍ଥାନମାନଙ୍କରେ ଯାନବହାନ ଚଳାଚଳ କରୁଥିବା ସମୟରେ ଯାଂଚ କରୁଥିବାବେଳେ ,ସେଥିରୁ ମଦୁଆ ଡ୍ରାଇଭରମାନେ ଆରାମରେ ଖସି ପଳାଇ ଯାଉଥିବାର ଦେଖାଯାଉଛି । ପାଟକୁରା ପୁଲସ୍ ବିଭିନ୍ନ ଛକ ବଜାର ଓ ଅଂଚଳର ପ୍ରମୁଖ ରାସ୍ତାଘାଟମାନଙ୍କରେ ଯାନବହାନ ତନଖି କରି ୨୦ ହଜାରରୁ ଉଦ୍ଧ୍ୱର୍ ଟଙ୍କାର ଜୋରିମାନା ଆଦାୟ କରିଥିବାର ପୁଲିସ ସୂତ୍ରରୁ ଜଣାଯାଇଛି । ଅନ୍ୟପକ୍ଷରେ ଦେଖିବାକୁ ଗଲେ ରାତ୍ରି ସମୟରେ ଏବେ କେତେକ ଦୁଇ ଚକିଆଯାନ ଓ ଚାରି ଚକିଆ ଯାନମାନଙ୍କରେ ବେ-ଆଇନ୍ ଭାବରେ ଏଲଇଡି ଲାଇଟ ର ବହୁଳ ବ୍ୟବହାର କରାଯାଉଛି । ଏହି ଲାଇଟ୍ ଯୋଗୁଁ ଅଧିକାଂଶ ସମୟରେ ରାସ୍ତାରେ ଦୁର୍ଘଟଣାମାନ ଘଟୁଥିବା କୁହାଯାଉଛି । ଯଦି କେହି ବାଇକ୍ ଚାଳକ ହେଡ୍ ଲାଇଟ୍ ବ୍ୟବହାର କରିଥିବେ,ତେବେ ଅପର ଦିଗରୁ ଅନ୍ୟ କୌଣସି ଗାଡି ଆସିଲେ ତାହାକୁ ସେ ବନ୍ଦ କରି ଡିପର ଲାଇଟ୍ ବ୍ୟବହାର କରିବା କଥା । ମାତ୍ର ଅନେକ କ୍ଷେତ୍ରରେ ସେପରି କରାଯାଉ ନାହିଁ । ଯାହା ଫଳରେ ବହୁ ସମୟରେ ଦୁର୍ଘଟଣାର କାରଣ ସାଜୁଛି । ଏବେ କିନ୍ତୁ ଏଲଇଡି ଲାଇଟ୍ ଅନେକ ସମସ୍ୟା ଆଣୁଥିବା କୁହାଯାଉଛି । ରାତ୍ରୀ ସମୟରେ ଗାଡି ଚାଳକମାନେ ଏହି ଲାଇଟ କୁ ଅତି ମାତ୍ରାରେ ବ୍ୟବହାର କରୁଛନ୍ତି । ଏହି ଲାଇଟ ରେ କମ୍ ବେଶୀ କରିବାର ବ୍ୟବସ୍ଥା ରହି ନାହିଁ । ଫଳରେ ଏହି ଲାଇଟ୍ ଦେଇ ରାସ୍ତାରେ ଗାଡି ଚାଳକମାନେ ଯାତାୟତ କରିବା ବେଳେ,ଅପର ପାର୍ଶ୍ୱରୁ ଆସୁଥିବା ଗାଡି ଚାଳକ ମାନେ ହୁଅନ୍ତୁ କିମ୍ବା ସାଇକେଲ ଆରୋହୀ ହୁଅନ୍ତୁ ଏପରିକି ପଥଚାରୀମାନଙ୍କ ପାଇଁ ସମସ୍ୟାମାନ ସୃଷ୍ଟି ହେଉଛି । ରାତ୍ରୀରେ ବେ-ଆଇନ୍ ଭାବରେ ବ୍ୟବହୃତ ହେଉଥିବା ଅତି ଶଦ୍ଧକାରୀ ହର୍ଣ୍ଣ ,କର୍କଶ ଶଦ୍ଧଯୁକ୍ତ ସାଇଲେନସ୍ ଓ ଏହି ଏଲ୍ଇଡି ଲାଇଟ୍ ବ୍ୟବହାର ମଧ୍ୟ ଦଣ୍ଡନୀୟ । ହେଲେ ଆଂଚଳିକ ପରିବହନ ବିଭାଗ କିମ୍ବା ପୁଲିସ ପ୍ରଶାସନ ଏଥି ପ୍ରତି ଦୃଷ୍ଟି ଦେଉ ନ ଥିବା ଦେଖିବାକୁ ମିଳିଛି । ପୁଲିସ ପ୍ରଶାସନ ହୁଅନ୍ତୁ ବା ଆଂଚଳିକ ପରିବହନ ବିଭାଗ ହେଉ ଏଥିପ୍ରତି ଯତ୍ନବାନ ହେଲେ କିମ୍ବା ଏ ସମ୍ପର୍କରେ ସଚେତନତା କରାଇଲେ ଏହି ନିୟମ କାନୁନ୍ ପ୍ରତି ଅଧିକ ସଚେତନତା ସୃଷ୍ଟି କରାଯାଇ ପାରନ୍ତା ଓ ଦୁର୍ଘଟଣାକୁ ଏଡାଯାଇ ପାରନ୍ତା ବୋଲି ବୁଦ୍ଧିଜିବୀମାନେ ମତ ପ୍ରକାଶ କରିଛନ୍ତି । ଓଡ଼ିଶା ସମାଚାର

Leave a Reply

Your email address will not be published. Required fields are marked *