Thursday , September 28 2023
Home / ତାଜା ଖବର / ପରିବାରର ଏକ ମାତ୍ର ପୁତ୍ର ର ବିଦ୍ୟୁତ୍ ଆଘାତରେ ମୃତ୍ୟୁ, ସହାୟତା ପାଇଁ ଗ୍ରାମବାସୀଙ୍କ ଆକୁଳ ନିବେଦନ

ପରିବାରର ଏକ ମାତ୍ର ପୁତ୍ର ର ବିଦ୍ୟୁତ୍ ଆଘାତରେ ମୃତ୍ୟୁ, ସହାୟତା ପାଇଁ ଗ୍ରାମବାସୀଙ୍କ ଆକୁଳ ନିବେଦନ

ନାଉଗାଁ ୦୩/୧୦/୨୦୧୯ (ଓଡ଼ିଶା ସମାଚାର)- ନାଉଗାଁ ବ୍ଲକ ବଛାଳୋ ପଂଚାୟତର ବଛାଳୋ (ବିଲସାହି) ଗ୍ରାମରେ ଏକ ଅଭାବନିୟ ଦୁଃଖଦ ଘଟଣା ଘଟିଯାଇଛି । ଉକ୍ତ ଗ୍ରାମର ଉପେନ୍ଦ୍ର ବିଶ୍ୱାଳଙ୍କର ଏକମାତ୍ର ୧୭ ବର୍ଷର ପୁଅ ସୁଦର୍ଶନ ବିଶ୍ୱାଳ ନିଜ ଘରେ ଝୁଲୁଥିବା ଛିଣ୍ଡା ତାର ରିପ୍ୟାରିଙ୍ଗ୍ କରୁଥିବା ସମୟରେ ବିଦ୍ୟୁୁତ୍ ଆଘାତରେ ଗୁରୁତର ଆହତ ହୋଇ ନାଉଗାଁ ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରକୁ ଅଣାଯଅଇଥିଲା । ହସପିଟାଲରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ଏହି ଖବର ପାଇ ଗାଁ ଓ ବଛାଳୋ ପଂଚାୟତରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା । ପୁର୍ବରୁ ୫ ବର୍ଷର ପୁଅ ଆରପାରିକୁ ଚାଲିଯାଇଥିଲା ବେଳେ ଏବେ ୨ଟି ଝିଅ ଏହି ପରିବାରକୁ ଏପରି ଦୁଃଖଦ ପରିସ୍ଥିତି ସମସ୍ତଙ୍କ ପାଇଁ ଶୋକାକୁଳ ପରିବେଶ ସୃଷ୍ଟି କରିଛି । ମା ଏବେ ଗାଁ ଦାଣ୍ଡରେ ମୁଣ୍ଡ ପିଟି ପାଗଳି ହୋଇ ପୁଅକୁ ବଂଚାଇବା ପାଇଁ ଆକୁଳ ନିବେଦନ କରୁଛି । ଏହି ଅସହାୟ ପରିବାରକୁ ଏପରି ଦୁଃଖଦ ସମୟରେ ସରକାର ସାହାଯ୍ୟ ସହେଯାଗ କରିବା ପାଇଁ ଯୁବ ସମାଜ ସେବି ଚନ୍ଦନ କୁମାର ଲେଙ୍କା ଓ ପପିନ୍ଦ୍ର ଲେଙ୍କା ସମେତ ଗ୍ରାମବାସୀ ସରକାର ଦୃଷ୍ଟି ଦେବା ସହ ସରକାରୀ ସାହାଯ୍ୟ ଯୋଗାଇ ଦେବାକୁ ଦାବି କରିଛନ୍ତି । ଓଡ଼ିଶା ସମାଚାର

Leave a Reply

Your email address will not be published. Required fields are marked *