Friday , September 29 2023
Breaking News
Home / ଶିକ୍ଷା / ନିଖିଳ ଉତ୍କଳ ବେସରକାରୀ ଶିକ୍ଷକ ସଙ୍ଘ ଜିଲ୍ଲା କାର୍ଯ୍ୟକାରିଣୀ ବୈଠକରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତି

ନିଖିଳ ଉତ୍କଳ ବେସରକାରୀ ଶିକ୍ଷକ ସଙ୍ଘ ଜିଲ୍ଲା କାର୍ଯ୍ୟକାରିଣୀ ବୈଠକରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତି

କେନ୍ଦ୍ରାପଡା ୦୩/୧୦/୨୦୧୯ (ଓଡ଼ିଶା ସମାଚାର)-ନିଖିଳ ଉତ୍କଳ ବେସରକାରୀ ଶିକ୍ଷକ ସଂଘ କେନ୍ଦ୍ରାପଡା ଜିଲ୍ଲା ଶାଖାର କାର୍ଯ୍ୟକାରିଣୀ ବୈଠକ ବୁଧବାର ପୂର୍ବାହ୍ନରେ ଆଳି ମହାବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ସଂଘର ଜିଲ୍ଲା ଶାଖା ସଭାପତି ପ୍ରାଧ୍ୟାପକ ବୈକୁଣ୍ଠ ନାଥ ପରିଡା ବୈଠକରେ ସଭାପତିତ୍ୱ କରିଥିବା ବେଳେ ସମ୍ପାଦକ ଅଧ୍ୟାପକ ରଣଜିତ କୁମାର ଦାସ ଆଗାମୀ ନିଖିଳ ଭାରତ ବିଶ୍ୱ ବିଦ୍ୟାଳୟ ଓ ମହାବିଦ୍ୟାଳୟ ଶିକ୍ଷକ ସଂଘ ସାମ୍ବିଧାନିକ ସମ୍ମିଳନୀ ବିଷୟରେ ବକ୍ତବ୍ୟ ରଖି ତା’ର ସଫଳତା ପାଇଁ ଜିଲ୍ଲାର ପ୍ରସ୍ତୁତି ଖସଡା ଉପସ୍ଥାପନା କରିଥିଲେ । ଏଥିସହିତ ଶିକ୍ଷକ ଓ କର୍ମଚାରୀମାନଙ୍କ ଦାବି ହାସଲ ପାଇଁ ସରକାରଙ୍କ ସହିତ ଲଗାତର ଆଲୋଚନା ଜାରି ରଖିବା କୁ ମତବ୍ୟକ୍ତ କରିଥିଲେ । ରାଜ୍ୟ ସଂଘର ଯୁଗ୍ମ ସାଧାରଣ ସମ୍ପାଦକ  ଅଧ୍ୟାପକ ଉମାକାନ୍ତ ପାତ୍ର ସାଂଗଠନିକ କାର୍ଯ୍ୟକ୍ରମ ସମ୍ପର୍କରେ ବିସ୍ତୃତ ବୀବରଣୀ ରଖିବା ସହିତ ସାମ୍ବିଧାନିକ ସମ୍ମିଳନୀର ସଫଳତା ପାଇଁ ଜିଲ୍ଲା ଶାଖାର ସହଯୋଗ କାମନା କରିଥିଲେ । ପ୍ରାକ୍ତନ ରାଜ୍ୟ ସାଧାରଣ ସମ୍ପାଦକ ଦୁର୍ଯେ୍ୟାଧନ ପରିଡା କାର୍ଯ୍ୟକାରିଣୀରେ ଯୋଗଦେଇ ସଂଘ ଓ ସଂହତିର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିବା ସହ ଆଗାମି ସାମ୍ବିଧାନିକ ସମ୍ମିଳନୀ ଆମ ପାଇଁ ଏକ ଆହ୍ୱାନ ଓ ସୁଯୋଗ ବୋଲି ମତ ରଖିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଅଧ୍ୟାପକ ଗୋଲଖ ଚନ୍ଦ୍ର ମହାଭୋଇ, ମଥୁରୀ ଚରଣ ନାୟକ,ଦୁର୍ଯ୍ୟୋଧନ ମଲ୍ଲିକ,ପ୍ରଫୁଲ୍ଲ କୁମାର ପରିଡା,ବିକ୍ରମ କୁମାର ବେହୁରା ପ୍ରମୁଖ ଉପସ୍ଥିତ ରହି ସମ୍ମିଳନୀ ପ୍ରତି ଦୃଢ ସମର୍ଥନ ଜଣାଇଥିଲେ । ଓଡ଼ିଶା ସମାଚାର

Leave a Reply

Your email address will not be published. Required fields are marked *