Friday , September 22 2023
Breaking News
Home / ରାଜନୀତି / ନାଉଗାଁରେ ବିଜେଡିର ପଦଯାତ୍ରା,ଜିଲ୍ଲାପରିଷଦ ଉପାଧ୍ୟକ୍ଷ ଅନୁପସ୍ଥିତ, ମୁଣ୍ଡ ଟେକୁଛି ଗୋଷ୍ଟି ବିବାଦ

ନାଉଗାଁରେ ବିଜେଡିର ପଦଯାତ୍ରା,ଜିଲ୍ଲାପରିଷଦ ଉପାଧ୍ୟକ୍ଷ ଅନୁପସ୍ଥିତ, ମୁଣ୍ଡ ଟେକୁଛି ଗୋଷ୍ଟି ବିବାଦ

ନାଉଗାଁ ୦୩/୧୦/୨୦୧୯ (ଓଡ଼ିଶା ସମାଚାର / ଲିଲନପ୍ରଭା ପାଢ଼ୀ)- ଜଗତସିଂହପୁର ନିର୍ବାଚନ ମଣ୍ଡଳୀର ନାଉଗାଁ ବ୍ଲକରେ ବୁଧବାର ବିଜେଡି ତରଫରୁ ନାଉଗାଁ ବ୍ଲକ ବିଜେଡି ସଭାପତି ସୁଜିତ ମଲ୍ଲିକଙ୍କ ନେତୃତ୍ୱରେ ଜନ ସମ୍ପର୍କ ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଏହି ପଦଯାତ୍ରା ନାଉଗାଁ ବ୍ଲକଛକ ଠାରୁ ଜାମୁଗାଁ ପର୍ଯ୍ୟନ୍ତ ଯଅଇଥିଲା । ଏହି କାର୍ଯ୍ୟକ୍ରମରେ ଜଗତସିଂହପୁର ବିଧ୍ୟାୟକ ପ୍ରଶାନ୍ତ ମୁଦୁଲି, ପ୍ରକାସ ବସ୍ତିଆ,ଅଜୟ କୁମାର ମହାନ୍ତି, ପ୍ରଭୁ ସରଣ ଦାସ, ପ୍ରଦିପ୍ତ ସ୍ୱାଇଁ,କୋରୁଅ ସରପ ଅରଣ୍ୟ ନାୟକ ପୂର୍ବତନ ଜିଲ୍ଲାପରିଷଦର ସଭ୍ୟା ଏଲିନା ଦାସ, ଦିପ୍ତିମୟୀ ବାରିକ, ବ୍ଲକ ଯୁବ ସଭାପତି ନଟବର ପ୍ରଧାନ, ମନ୍ମନ୍ଥ ଓଝାଙ୍କ ସମେତ ନାଉଗାଁ ବ୍ଲକର ୧୬ଟି ପଂଚାୟତର ଶତାଧିକ ବିଜେଡି କର୍ମି ସାମିଲ ହୋଇଥିଲା । ଏହି ପଦଯାତ୍ରାକୁ ନାଉଗାଁ ବ୍ଲକର ଜାମୁଗାଁ ଠାରେ ସମାପ୍ତ କରାଯାଇଥିଲା । ଉକ୍ତ ପଦଯାତ୍ରାରେ ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ଲିଙ୍ଗରାଜ ସ୍ୱାଇଁ ଓ ୨ନଂ ଜିଲ୍ଲା ପରିଷଦ ସୁବଳ ବେହେରାଙ୍କ ସମେତ ବିଜୁ ଜୁବ ଜନତା ଓ ଛାତ୍ର ଜନତାର କର୍ମି ମାନଙ୍କୁ ଦେଖିବାକୁ ମିଳି ନଥିଲା । ଜିଲ୍ଲା ସଭାପତି ଅମରେନ୍ଦ୍ର ଦାସଙ୍କ ନାଉଗାଁ ବ୍ଲକ ଦଳିୟ କାର୍ଯ୍ୟକ୍ରମରେ ଅନୁପସ୍ଥିତ ରହୁଥିବାରୁ ନାଉଗାଁ ଅଂଚଳରେ ରାଜନୈତିକ ଚାପାଗୁଂଜରଣ ବଢିବାରେ ଲାଗିଛି । ଅଧିକାଂଶ ବିଜେଡି କର୍ମି ବିଧାୟକ ତାଙ୍କୁ ଡାକୁ ନାହାନ୍ତି ବୋଲି ନାମ ଗୋପନ ରଖି ପ୍ରକାଶ କରିଥିଲେ । ଏବଂ ଭିତରେ ଭିତରେ ବିଜେଡିରେ ଅସନ୍ତୁଷ ବଢିବାର ଦେଖିବାକୁ ମିଳୁଛି । ଓଡ଼ିଶା ସମାଚାର

Leave a Reply

Your email address will not be published. Required fields are marked *