ଗରଦପୁର,୦୩/୧୦/୨୦୧୯ (ଓଡ଼ିଶା ସମାଚାର)-ଗରଦପୁର ବ୍ଲକ୍ ଅନ୍ତର୍ଗତ କଳାବୁଦା ଠାରେ ପ୍ରତି ବର୍ଷ ପରି ଚଳିତ ବର୍ଷ ମଧ୍ୟ ୯ ଟି ସ୍ଥାନରେ ଦୁର୍ଗତୀ ନାଶିନୀ ମା ଦୂର୍ଗାଙ୍କର ପୂଜା ଉତ୍ସବ ଅନୁଷ୍ଠିତ ହେଉଅଛି । ଏହି ପୂଜା ଓ ଭଷାଣୀ ଉତ୍ସବକୁ ଶାନ୍ତି ଶୃଙ୍ଖଳାର ସହ ସମାହିତ କରିବା ପାଇଁ ଗତକାଲି କଳାବୁଦା ପଂଚାୟତ କାର୍ଯ୍ୟାଳୟରେ ଏକ ଶାନ୍ତି କମିଟି ବୈଠକ ଅନୁଷ୍ଠିତ ହୋଇ ଯାଇଛି । କଳାବୁଦା ସରପଂଚ ପ୍ରକାଶ ଚନ୍ଦ୍ର ସାହୁ ଙ୍କ ଆବାହକତ୍ୱରେ ଅନୁଷ୍ଠିତ ବୈଠକରେ ଶାନ୍ତି କମିଟି ସଭାପତି ଶୈଳେନ୍ଦ୍ର କୁମାର ମହାନ୍ତି ସଭାପତିତ୍ୱ କରିଥିଲେ । ବୈଠକରେ ପାଟକୁରା ଥାନା ପକ୍ଷରୁ ଫାଣ୍ଡି ଅଧିକାରୀ ଜାମସେଦ ମହମ୍ମଦ ଙ୍କ ସମେତ ବିଭିନ୍ନ ପୂଜା କମିଟିର ସଭାପତି ଓ ସମ୍ପାଦକମାନେ ଯୋଗଦେଇ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ । ଏହି ବୈଠକରେ ପୂଜା ଓ ଭଷାଣି ଉତ୍ସବକୁ ଶୃଙ୍ଖଳିତ କରିବା ପାଇଁ କେତେକ ପ୍ରସ୍ତାବ ଗ୍ରହଣ କରାଯାଇଥିଲା । ପୂଜା ଓ ଭଷାଣି ଉତ୍ସବରେ ଶବ୍ଦ ପ୍ରଦୁଷଣ ରୋକିବା ପାଇଁ ଡ଼ିଜେ ସାଉଣ୍ଡ ବ୍ୟବହାର ହେବ ନାହିଁ ବୋଲି ନିଷ୍ପତି ନିଆଯାଇଥିଲା । ସେହିପରି ଅଶ୍ଳିଳ ନୃତ୍ୟ ପ୍ରଦର୍ଶନ ଉପରେ ରୋକ ଲଗାଯିବା ସହିତ ଭଷାଣି ଉତ୍ସବରେ ପ୍ରତି ମେଢ଼ ସଂକ୍ଷିପ୍ତ ସାଉଣ୍ଡ ବକ୍ସ ବ୍ୟବହାର କରିବେ । ମେଢ଼ ଗୁଡ଼ିକ ଚିତ୍ରୋପôଳା ନଦୀରେ ଜଳ ସମାଧିପାଇଁ ୯ ଟି ମେଢ଼ ପାଇଁ ସ୍ୱତନ୍ତ୍ର ଭାବେ ଅଲଗା ଅଲଗା ସମୟ ସ୍ଥିର କରାଯାଇଛିା ତେବେ ୯ ତାରିଖ ଦିନ ଭଷାଣି ରାତି ୧୦ ଟା ସୁଦ୍ଧା ସବୁ ମେଢ଼ ର ବିଷର୍ଜନ ପାଇଁ ସ୍ଥିର ହୋଇଛି । ୪ ଟି ମେଢ଼ ଚିତ୍ରୋପôଳା ସେତୁ ଉପରେ , ଗୋଟିଏ ମେଢ଼ ବାରୁଣି ତୁଠରେ ଓ ଅନ୍ୟ ୪ ଟି ମେଢ଼ ଶନି ମନ୍ଦିର ନିକଟ ଚିତ୍ରୋପôଳା ନଦୀରେ ବିଷର୍ଜନ ପାଇଁ ନିଷ୍ପତି ହୋଇଛି । ଓଡ଼ିଶା ସମାଚାର