Wednesday , December 8 2021
Home / ବିଶେଷ / କଂଗ୍ରେସ କମିଟି ପକ୍ଷରୁ ଗାନ୍ଧୀ  ଓ ଶାତ୍ସ୍ରୀ ଜୟନ୍ତି ପାଳିତ 

କଂଗ୍ରେସ କମିଟି ପକ୍ଷରୁ ଗାନ୍ଧୀ  ଓ ଶାତ୍ସ୍ରୀ ଜୟନ୍ତି ପାଳିତ 

ଗରଦପୁର, ୦୩/୧୦/୨୦୧୯ (ଓଡ଼ିଶା ସମାଚାର)-ଗରଦପୁର ବ୍ଲକ କଗ୍ରେସ କିମଟି ପକ୍ଷରୁ ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ୧୫୦ ତମ ଜୟନ୍ତି ଉତ୍ସବ ଓ ଲାଲବାହାଦୂର ଶାତ୍ସ୍ରିଜୀଙ୍କ ଜୟନ୍ତି ବେଡାରୀ ପଂଚାୟତ ଅନ୍ତର୍ଗତ ହରିଦାସପୁର ଗ୍ରାମ ଠାରେ ପାଳିତ ହୋଇଯାଇଛି । ଗରଦପୁର ବ୍ଲକର ପୂର୍ବତନ ଉପାଧ୍ୟକ୍ଷ ଜ୍ୟୋତି ରଞ୍ଜନ ପରିଡାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ଜୟନ୍ତି ଉତ୍ସବରେ ଗରଦପୁର ବ୍ଳକ୍ର ତିନି ଗୋଟି ଜୋନ୍ ର କଂଗ୍ରେସ ସଭାପତି ଦିଲ୍ଲୀପ କୁମାର ରାଉତ,ରଞ୍ଜନ କୁମାର ରାଉତ ଓ ଯୁବ କଂଗ୍ରେସ ନେତା ସଂଗ୍ରାମ କେଶରୀ ପୃଷ୍ଟି ଉପସ୍ଥିତ ରହି ଗାନ୍ଧିଜୀଙ୍କ ଅହଂସା ଆନ୍ଦୋଳନର ମାର୍ଗ, କଂଗ୍ରେସ ପ୍ରତି ଗାନ୍ଧିଜୀଙ୍କ  ଅବଦାନ, ସ୍ୱାଧିନତା ଆଣିବା ପାଇଁ ବିଭିନ୍ନ ସମୟରେ କରିଥିବା  ସତ୍ୟାଗ୍ରହ ସମ୍ପର୍କରେ ଆଲୋଚନା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଓବିସି ସେଲ୍ ର ସଭାପତି ନାରାୟଣ ରାଉତ, ସୁବାଷ ଚନ୍ଦ୍ର ରାଉତ, ଅମିତାଭ ପଣ୍ଡା, ସୁଶିଲ କୁମାର ମହାନ୍ତି, ଅରବିନ୍ଦ ନାୟକ, ଅମ୍ବାକା କାନୁନଗୋ ଓ ଅରବିନ୍ଦ ନାୟକ ପ୍ରମୁଖ କଂଗ୍ରେସ କର୍ମୀମାନେ ଉପସ୍ଥିତ ରହି ଦେଶ ପାଇଁ ଗାନ୍ଧିଜୀଙ୍କର ଅବଦାନ ଓ ଲାଲବାଦୂର ଶାତ୍ସ୍ରୀଜୀଙ୍କ ଅବଦାନ ସମ୍ପର୍କରେ କହିଥିଲେ । କାର୍ଯ୍ୟକ୍ରମ ପୂର୍ବରୁ କର୍ମୀମାନେ ଗାନ୍ଧିଜୀ ଓ ଶାସ୍ତ୍ରିଜୀଙ୍କ ଫଟୋ ଚିତ୍ରରେ ମାଲ୍ୟାର୍ପଣ କରି ସଭା ପାର୍ଯ୍ୟ ଆରମ୍ଭ କରିଥିଲେ । ଓଡ଼ିଶା ସମାଚାର

About admin

Check Also

ସଙ୍କଟରେ କଳାହାଣ୍ଡି ର ଧଳାସୁନା  

ଜୁନାଗଡ଼, ୦୭/୧୨/୨୦୨୧(ଓଡ଼ିଶା ସମାଚାର / ରାକେଶ ବେମାଲ)- ବାତ୍ୟା ଜୱାଦ କେବଳ ଉପକୂଳ ଓଡ଼ିଶା ନୁହେଁ କଳାହାଣ୍ଡି ଜିଲ୍ଲାରେ ମଧ୍ୟ …

Leave a Reply

Your email address will not be published. Required fields are marked *