କେନ୍ଦ୍ରାପଡା ୦୩/୧୦/୨୦୧୯ (ଓଡ଼ିଶା ସମାଚାର)-ଅଟାବୁହା ଗ୍ରାମରେ ଫନି ବାତ୍ୟା ସହାୟତାରେ ଅନୀୟମିତତା ହୋଇଥିବା ଅଭିଯୋଗ ହୋଇଛି । ଘଟଣାରୁ ପ୍ରକାଶ ଯେ ଗରଦପୁର ତହସିଲ ଅଧିନସ୍ତ ରାମଚନ୍ଦ୍ରପୁର ପଂଚାୟତର ଅଟାବୁହା ଗ୍ରାମର ଅଧିବାସୀ ଗୁରୁବାର ଜିଲ୍ଲାପାଳଙ୍କୁ ଭେଟି ଅଭିଯୋଗ କରିଛନ୍ତି ଯେ ଗତ ଫନି ବାତ୍ୟାରେ ଘର ଭାଙ୍ଗିନଥିବା ଓ କ୍ଷତି ହୋଇନଥିବା ଲୋକଙ୍କ ନାମରେ ସହାୟତା ମଞ୍ଜୁର ହୋଇଥିବା ବେଳେ ପ୍ରକୃତ ଘର ଭାଙ୍ଗିଥିବା ଲୋକମାନଙ୍କ ନାମରେ ବାତ୍ୟା ସହାୟତା ମଞ୍ଜୁର ହୋଇନଥିବା ଅଭିଯୋଗ କରିଛନ୍ତି । ଏତଦଭିନ୍ନ ବହୁ କୋଠାଘର ଥିବା ଲୋକ ଏବଂ ଏକାନ୍ନବର୍ି ପରିବାରର ଏକାଧିକ ଲୋକଙ୍କ ନାମରେ ଏହି ସହାୟତା ମଞ୍ଜୁର ହୋଇଥିବା ସେମାନେ ଅଭିଯୋଗ କରିଛନ୍ତି । ତେଣୁ ବିଭାଗୀୟ ଅଧିକାରୀଙ୍କ ଦ୍ୱାରା ପୁନର୍ବାର ତଦନ୍ତ କରାଯାଇ ପ୍ରକୃତ କ୍ଷତିଗ୍ରସ୍ତଙ୍କୁ ବାତ୍ୟା ସହାୟତା ପ୍ରଦାନ କରାଯିବାକୁ ଏବଂ ଅନୀୟମିତତା କରିଥିବା କର୍ମଚାରୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଅଟାବୁହା ଗ୍ରାମର ସବିତା ନାଥ,ବୃନ୍ଦାବନ ବେହେରା, ଅନୁସୟା ମହାନ୍ତି, ଗୁନି ଦାସ, ଅନ୍ନପୂର୍ଣ୍ଣା ମହାନ୍ତି, ବିରତି ମହାନ୍ତି, ବିଳାସ ସେଠୀ, ଧନେଶ୍ୱର ସେଠୀ, ଶୁକାନ୍ତ ନାଥଶର୍ମା ପ୍ରମୁଖ ଜିଲ୍ଲାପାଳଙ୍କ ନିକଟରେ ଦାବି କରିଛନ୍ତି । ଓଡ଼ିଶା ସମାଚାର