Saturday , October 8 2022
Breaking News
Home / ତାଜା ଖବର / ୫ ଡକାୟତ ଗିରଫ – ନଗଦ ୮୦୦୦ ଟଙ୍କା, ଗୋଟିଏ ମୋବାଇଲ ଫୋନ, ଗୋଟିଏ ମୋବାଇଲ ଟ୍ୟାବ ଜବତ

୫ ଡକାୟତ ଗିରଫ – ନଗଦ ୮୦୦୦ ଟଙ୍କା, ଗୋଟିଏ ମୋବାଇଲ ଫୋନ, ଗୋଟିଏ ମୋବାଇଲ ଟ୍ୟାବ ଜବତ

ଜୟପୁର, ୦୨/୧୦/୨୦୧୯ (ଓଡ଼ିଶା ସମାଚାର)-ପୁଲିସକୁ ମିଳିଛି ବଡ଼ ସଫଳତା । ୫ଡକାୟତଙ୍କୁ ଗିରଫ କରିଛି ପୁଲିସ । ଗତ ୧୮ ତାରିଖରେ ଦେଅଗୁଡାରେ ଭାରତ ଫାଇନାନ୍ସ କର୍ମଚାରୀଙ୍କ ଠାରୁ ୧୬୦୦୦ ଟଙ୍କା ଲୁଟ ଘଟଣାର ପର୍ଦ୍ଧାଫାସ କରିଛି ପୁଲିସ । ଏହି ଲୁଟ ଘଟଣା ପରେ ଜୟପୁର ସଦର ଥାନା ପୁଲିସ ୧୬୧/୧୯ ନମ୍ବରରେ ମାମଲା ରୁଜ୍ଜୁ କରି ତଦନ୍ତ ଆରମ୍ଭ କରିଥିଲା । ଏହି ଘଟଣାରେ କୁନ୍ଦାରୀଗୁଡାର କିରଣ ମୁଦୁଲି(୨୧), ବାପୁଜୀ ନଗରର ବିଜୟ ନାୟକ, ବାପୁଜୀ ନଗରର ମନୋଜ ସାଗର, କୁନ୍ଦାରିଗୁଡାର ବିକ୍ରମ ବାଘ ଏବଂ ବ୍ରାହ୍ମଣିଗାଁ ଅଂଚଳର ରଞ୍ଜିତ ହରିଜନଙ୍କୁ ଗିରଫ କରୀଛି ସଦର ଥାନା ପୁଲିସ । ସେମାନଙ୍କ ଠାରୁ ନଗଦ ୮୦୦୦ ଟଙ୍କା, ଗୋଟିଏ ମୋବାଇଲ ଫୋନ, ଗୋଟିଏ ମୋବାଇଲ ଟ୍ୟାବ ଜବତ କରାଯାଇଛି । ସେମାନଙ୍କୁ ସଦର ଥାନା ପୁଲିସ ଦ୍ୱାରା କୋର୍ଟଚାଲାଣ କରାଯାଇଥିବା ସଦର ଥାନା ଅଧିକାରୀ ଶିବଶଙ୍କର ସାହୁ ପ୍ରକାଶ କରିଛନ୍ତି । ଓଡ଼ିଶା ସମାଚାର

Leave a Reply

Your email address will not be published.