Saturday , December 4 2021
Home / ବିଶେଷ / ସୌରଶକ୍ତି ବିଦୁ୍ୟତ ଆଲୋକ ବ୍ୟବହାର ଜଳବାୟୁ ପରିବର୍ତନ ବିପଦରୁ ରକ୍ଷା କରିବ

ସୌରଶକ୍ତି ବିଦୁ୍ୟତ ଆଲୋକ ବ୍ୟବହାର ଜଳବାୟୁ ପରିବର୍ତନ ବିପଦରୁ ରକ୍ଷା କରିବ

କୋରାପୁଟ, ୦୨/୧୦/୨୦୧୯ (ଓଡ଼ିଶା ସମାଚାର)- ବହୁଳ ସୌରଶକ୍ତି ବିଦୁ୍ୟତ ଆଲୋକ ବ୍ୟବହାର କରାଗଲେ, ପୃଥିବୀର ଜଳବାୟୁ ପରିବର୍ତନ ବିପଦରୁ ରକ୍ଷା ହୋଇପାରିବ ବୋଲି ପ୍ରଗତି ସ୍ୱେଚ୍ଛାସେବୀ ଅନୁଷ୍ଠାନର ସମ୍ପାଦକ ପ୍ରଭାକର ଅଧିକାରୀ ପ୍ରକାଶ କରିଛନ୍ତି । ଏକ ସାକ୍ଷାତକାରରେ ସେ କହିଛନ୍ତି ଯେ, ବ୍ୟାପକ ବିଦୁ୍ୟତ ଆଲୋକ ବ୍ୟବହାର ଫଳରେ ରାଜ୍ୟ ଓ ଦେଶରେ ଥିବା ବିଭିନ୍ନ ବିଦୁ୍ୟତ ଉତ୍ପାଦନ  କେନ୍ଦ୍ର ବା ଥର୍ମାଲ ଉପରେ ଚାପ ପକାଉଛି । ଫଳରେ ବିଦୁ୍ୟତ ଉତ୍ପାଦନ  କେନ୍ଦ୍ରର ତାପମାତ୍ରା ଜଳବାୟୁ ଉପରେ କୁ- ପ୍ରଭାବ ପଡିବା ଫଳରେ ସାରାଦେଶରେ ବର୍ତମାନ ଜଳବାୟୁ ପରିବର୍ତନ ସାଙ୍ଗକୁ ପ୍ରଦୂଷଣର କରାଳ ବିଭୀଷିକା ଦେଶକୁ ବିପଦ ମୁଖକୁ ଟାଣିନେଉଛି । ପୂର୍ବଦିନ ଅପେକ୍ଷା ବର୍ତମାନ ପାଣି ପାଗର ଅସାମଞ୍ଜସ୍ୟ ଫଳରେ ୨୦ରୁ ୨୫ବର୍ଷରେ ଥରେ ହେଉଥିବା ବିରାଟ ଝଡ ବର୍ତମାନ ୫ବର୍ଷରେ ଦେଖାଯାଉଛି । ବର୍ତମାନ ଏହାକୁ ରୋକିବା ପାଇଁ ପ୍ରଗତି କୋରାପୁଟ ଓ ଭୁବନେଶ୍ୱରସ୍ଥିତ ‘କରମା’ ଆଇଟିଆଇ ମିଳିତ ଉଦ୍ୟମରେ ସହରାଂଚଳରେ ଦେଖାଯାଉଥିବା ପ୍ରବଳ ବିଦୁ୍ୟତ ବ୍ୟବହାର ରୋକିବା ନେଇ ସୁଲଭ ମୂଲ୍ୟରେ ସୌରଶକ୍ତି ଚାଳିତ ବିଦୁ୍ୟତ ଆଲୋକ ବ୍ୟବହାର ନିମନ୍ତେ ପଦକ୍ଷେପ ଗ୍ରହଣ କରାଯାଇଛି । ଯାହାକି ବିଦୁ୍ୟତ ଉପଭୋକ୍ତା ନିଜ ଗୃହରେ ଇନଭର୍ଟର ବ୍ୟବହାର କରୁଛନ୍ତି । ସେମାନେ ମାତ୍ର ୧୩ହଜାର ୫ଶହ ଟଙ୍କାରେ ସେମାନଙ୍କ ଘରେ ଏହି ସଂଯୋଗ ପାଇପାରିବେ । ଫଳରେ ବିଦୁ୍ୟତ ବ୍ୟବହାର କମିବା ସହିତ ସେମାନଙ୍କର ମାସିକ ବିଦୁ୍ୟତ ବ୍ୟୟ ବହୁ ପରିମାଣରେ ହ୍ରାସ ପାଇବ । ପ୍ରତ୍ୟେକ ବ୍ୟକ୍ତି  ବାୟମୁ ଣ୍ଡଳକୁ ପ୍ରଦୁଷଣ ମୁକ୍ତ କରିବା ଏବଂ ସମାଜରେ ଜଳବାୟୁ ପରିବର୍ତନର କୁପ୍ରଭାବକୁ ରୋକିବା ପାଇଁ ଏହାର ବ୍ୟବହାର କଲେ ୨୫ବର୍ଷର ବୃକ୍ଷ ଯେତିକି ପରିମାଣର ଅଙ୍ଗରକାମ୍ଲ ସଂଗ୍ରହ କରି ବାୟୁମଣ୍ଡଳକୁ ଅମ୍ଲଜାନ ଦେଇଥାଏ । ଜଣେ ବ୍ୟକ୍ତି ଏହି ସୌରଶକ୍ତି ବିଦୁ୍ୟତ ଆଲୋକ ବ୍ୟବହାର କଲେ ସେତିକି ପରିମାଣର ଅମ୍ଲଜାନ ରକ୍ଷା କରିବାରେ ସହାୟତା ହୋଇଥାଏ । ଯାହାକି ୦.୫ଟନ ସିଓ-୨ ବର୍ଷକୁ ସଂଗ୍ରହ କରି ବାୟୁମଣ୍ଡଳ ସୁରକ୍ଷାରେ ସହାୟତା ହୋଇଥାଏ । ଏହାଫଳରେ ଉପଭୋକ୍ତାମାନଙ୍କର ଅଯଥା ବିଦୁ୍ୟତ ଭାର ହ୍ରାସ କରିବା, ବିଦୁ୍ୟତ କାଟର ପ୍ରଭାବ ନ ପଡିବା ଏବଂ ବିଦୁ୍ୟତ ଉପôାଦନ କେନ୍ଦ୍ରଗୁଡିକ ଚାପମୁକ୍ତ ହେବା ଭଳି ବିଭିନ୍ନ ଉପକାର ସମାଜକୁ ମିଳିପାରିବ ବୋଲି ସୂଚାନ ଦେଇଛନ୍ତି । ଓଡ଼ିଶା ସମାଚାର

About admin

Check Also

ସଡକ ଦୁର୍ଘଟଣାରେ ଯୁବକ ମୃତ

ଭୁବନ,୦୩/୧୨/୨୦୨୧(ଓଡ଼ିଶା ସମାଚାର)- ଭୁବନ ସହର ଦେଇ ଯାଇଥିବା ୫୩ ନମ୍ବର ଜାତୀୟ ରାଜପଥର ଅନନ୍ତପୁର ନିକଟରେ ଆଜି ମଧ୍ୟାହ୍ନରେ ଏକ  …

Leave a Reply

Your email address will not be published. Required fields are marked *