Tuesday , October 26 2021
Breaking News
Home / ଶିକ୍ଷା / ଶିକ୍ଷକ ଦେଶର ଭବିଷ୍ୟତମାନଙ୍କୁ ନିର୍ମାଣ କରିଥାନ୍ତି

ଶିକ୍ଷକ ଦେଶର ଭବିଷ୍ୟତମାନଙ୍କୁ ନିର୍ମାଣ କରିଥାନ୍ତି

 ରଘୁନାଥପୁର, ୦୨/୧୦/୨୦୧୯ (ଓଡ଼ିଶା ସମାଚାର)- ସମାଜର ସବୁଠାରୁ ଅଧିକ ସମ୍ମାନର ଅଧିକାରୀ ଶିକ୍ଷକ ବୋଲି ରଘୁନାଥପୁର ବ୍ଲକ ବରାଗୋଳ ପଞ୍ଚାୟତ ସାନତିହଡା ଗ୍ରାମରେ ଥିବା ସରକାରୀ ଉଚ୍ଚପ୍ରାଥମିକ ବିଦ୍ୟାଳୟର ଶିକ୍ଷୟିତ୍ରୀ ଭାନୁବତୀ ସାହୁଙ୍କ ଅବସରକାଳୀନ ସମ୍ବର୍ଦ୍ଧନା ଉସôବରେ ବ୍ଲକ ଅଧ୍ୟକ୍ଷା ସ୍ୱପ୍ନା ସରିତା ବଳ କହିଛନ୍ତି  । ସମ୍ମାନିତ ଅତିଥି ଭାବେ ପୂର୍ବତନ ଜିଲା ପରିଷଦ ସଭ୍ୟ ସରୋକକାନ୍ତ ସ୍ୱାଇଁ କହିଲେ, ସମାଜର ଦର୍ପଣ ଶିକ୍ଷକ ଏବଂ ଦେଶର ଶ୍ରେଷ୍ଠ ନାଗରିକଙ୍କୁ ସେମାନେ ଗଢିତୋଳିଥାନ୍ତି । ଶିକ୍ଷକ ଓ ଡାକ୍ତରଙ୍କ ଅବସର ନଥାଏ ବୋଲି ଶ୍ରୀ ସ୍ୱାଇଁ କହିଥିଲେ  । ମୁଖ୍ୟବକ୍ତା ଭାବେ ପୂର୍ବତନ ମଣ୍ଡଳ ଶିକ୍ଷା ଅଧିକାରୀ ଶରତ କୁମାର ରାଉତରାୟ ଶିକ୍ଷକମାନେ ଆଦର୍ଶ ଚରିତ୍ରର ଅଧିକାରୀ ହେବା ଉଚିତ ବୋଲି କହିଥିଲେ । ବିଦ୍ୟାଳୟ ପରିଚାଳନା କମିଟିର ଅଧ୍ୟକ୍ଷ ଦିଲୀପ କୁମାର ବେହେରା ସଭାପତିତ୍ୱ କରି ଅବସରପ୍ରାପ୍ତ ଶିକ୍ଷୟିତ୍ରୀ ଶ୍ରୀମତୀ ସାହୁ ଜଣେ ଆଦର୍ଶ ଶିକ୍ଷୟିତ୍ରୀ ବୋଲି କହିଥିଲେ । ଏଥିରେ ସମ୍ମାନିତ ଅତିଥି ଭାବେ ସମିତି ସଭ୍ୟା ଜୟନ୍ତୀ ଦାସ, ପୂର୍ବତନ ସରଂପଚ ପ୍ରମୋଦ କୁମାର ଜେନା, ପଲ୍ଲୀପ୍ରଭା ଉଚ୍ଚ ବିଦ୍ୟାଳୟର ସଭାପତି ନଟବର ସ୍ୱାଇଁ, ଅବସରପ୍ରାପ୍ତ ଶିକ୍ଷକ ଆଦିକନ୍ଦ ନାୟକ, ଅବସରପ୍ରାପ୍ତ ଶିକ୍ଷକ ବୀରକିଶୋର ରାଉତରାୟ, ସିଆରସିସି ମହମ୍ମଦ ମୁଶାରଫ ଅଲ୍ଲୀ, ସମାଜସେବୀ ନରି ଞ୍ଜନ ଦାସ, ପଲ୍ଲୀପ୍ରଭା ପ୍ରଧାନଶିକ୍ଷୟିତ୍ରୀ ମିନର୍ଭା ମହାପାତ୍ର ପ୍ରମୁଖ ଯୋଗଦେଇ ଶିକ୍ଷକ ଦେଶର ଭବିଷ୍ୟତମାନଙ୍କୁ ନିର୍ମାଣ କରିଥାନ୍ତି ବୋଲି କହିଥିଲେ । ପ୍ରଧାନ ଶିକ୍ଷୟିତ୍ରୀ ମିନର୍ଭା ସ୍ୱାଗତ ଭାଷଣ ଦେଇଥିଲେ । ଏଥିରେ ଶିକ୍ଷକ ପ୍ରମୋଦ କୁମାର ମିଶ୍ର କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଶିକ୍ଷୟିତ୍ରୀ ପ୍ରମିଳା ମହାପାତ୍ର, ମମତା ବେହେରା, ପ୍ରମିଳା ମଲ୍ଲିକ, ସରୋଜୀନି ଦାସ, ପୁଷ୍ପାଞ୍ଜଳି ବେହେରା, କଳ୍ପନା ସ୍ୱାଇଁ, ଶିକ୍ଷକ ନିରାକାର ମହାପାତ୍ର, ଶିକ୍ଷୟିତ୍ରୀ ଜ୍ୟୋସ୍ନାରାଣୀ ସ୍ୱାଇଁ, ଲୀଳାବତି ମହାନ୍ତି, ପ୍ରକାଶ ଚନ୍ଦ୍ର ବେହେରା, ଦୈତାରୀ ବେହେରା, ବିମୋଦ କୁମାର ଜେନା ପ୍ରମୁଖ ଯୋଗଦେଇଥିଲେ । ଅବସର ପ୍ରାପ୍ତ ଶିକ୍ଷୟିତ୍ରୀ ଭାନୁବତି ସାହୁଙ୍କୁ ମୁଖ୍ୟ ଅତିଥି ଉତରୀୟ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରିଥିଲେ । ପୂର୍ବତନ ସିଆରସିସି କୁଶ ମଲ୍ଲିକ ଧନ୍ୟବାଦ ଦେଇଥିଲେ । ଓଡ଼ିଶା ସମାଚାର

About admin

Check Also

୨୦୨୧-୨୨ରୁ ଦଶମରୁ ଦ୍ୱାଦଶ ସବୁ ପାଠ୍ୟପୁସ୍ତକରେ ରହିବ “କୁ୍ୟଆର କୋଡ’

ଭୁବନେଶ୍ୱର,୨୫/୧୦/୨୦୨୧(ଓଡ଼ିଶା ସମାଚାର)- ଏଚ୍ଚିକି ପ୍ରଥମରୁ ଅଷ୍ଟମଶ୍ରେଣୀ ପାଠ୍ୟ ପୁସ୍ତକ ଭଳି ୨୦୨୧-୨୨ ଶିକ୍ଷାବର୍ଷରୁ ଦଶମ, ଏକାଦଶ, ଦ୍ୱାଦଶ (+୨) ଶ୍ରେଣୀ …

Leave a Reply

Your email address will not be published. Required fields are marked *