Saturday , October 16 2021
Breaking News
Home / ତାଜା ଖବର / ରାମଚଣ୍ଡୀ ସେତୁ ଆପ୍ରୋଚ୍ ରାସ୍ତା ଦବିଲା

ରାମଚଣ୍ଡୀ ସେତୁ ଆପ୍ରୋଚ୍ ରାସ୍ତା ଦବିଲା

ମହାକାଳପଡା, ୦୨/୧୦/୨୦୧୯ (ଓଡ଼ିଶା ସମାଚାର)-ପ୍ରଭାକରପୁର- ଖରିନାସୀ ରାସ୍ତାର ରାମଚଣ୍ଡୀ ସେତୁର ଉଭୟ ପଟର ସଂଯୋଗୀ ରାସ୍ତା ବିପର୍ଯ୍ୟସ୍ତ ହୋଇପଡ଼ିଛି । ସେତୁ ନିର୍ମାଣର ମାତ୍ର ୬ ମାସ ପରେ ଉଭୟ ପଟର ସଂଯୋଗୀକରଣ ରାସ୍ତା ଫାଟିଗଲାଣି । ଅତଡ଼ା ଖସିବା ଭଳି ପରିସ୍ଥିତି ଦେଖାଦେଇଛି । ପୂର୍ତବିଭାଗ ବାରମ୍ବାର ପ୍ୟାଚ୍ ପକାଇ ଦୁର୍ବଳତାକୁ ଘୋଡ଼ାଇବାକୁ ଚେଷ୍ଟା କଲେ ମଧ୍ୟ ଏହା ପୁଣି ପଦାକୁ ଆସୁଛି । ସରକାର ପୂର୍ତ ବିଭାଗ ଜରିଆରେ କୋଟି କୋଟି ଟଙ୍କା ବ୍ୟୟ କରି ସେତୁ ନିର୍ମାଣ କଲେ ଉଭୟ ପଟର ସଂଯୋଗୀକରଣ ରାସ୍ତା ମଧ୍ୟ ତିଆରି କଲେ; ହେଲେ ସଂଯୋଗୀ ରାସ୍ତା ମାତ୍ର ୬ ମାସ ପରେ କାହିଁକି ଫାଟିଲା, ଯାହା ପାଇଁ ଯାତ୍ରୀବାହୀ ବସ୍, ମାଲବାହୀଟ୍ରକ୍, ଏ ରାସ୍ତାରେ ଯିବାକୁ ନିରାପଦ ମଣୁ ନାହାନ୍ତି । ଏନେଇ ସାଧାରଣରେ ନାନା ପ୍ରଶ୍ନବାଚୀ ସୃଷ୍ଟି କରୁଛନ୍ତି । ଏ ନେଇ ସ୍ଥାନୀୟ ଲୋକେ ପୂର୍ତବିଭାଗ ନିକଟରେ ଫେରାଦ ହେଲେ ମଧ୍ୟ କିଛି ସୁଫଳ ମିଳୁନି । ଶେଷରେ ଏକ ଟ୍ରକ୍ ସେତୁ ପାର ହେବାକୁ ବସିଥିବା ବେଳେ ସଂଯୋଗୀକରଣ ରାସ୍ତାରେ ଫସି ଯାଇଥିଲା । ଏତେ ନିମ୍ନମାନର କାମ କେମିତି ହେଲା ଓ ସଂଯୋଗୀକରଣ ରାସ୍ତା ତିଆରି ବେଳେ ଏହାକୁ ବିଭାଗୀୟ ଯନ୍ତ୍ରୀ ତଦାରଖ କରୁନଥିଲେ କେମିତି ବୋଲି ଲୋକେ ପ୍ରଶ୍ନ କରୁଛନ୍ତି । ରାମନଗର ଭଳି ଏକ ବ୍ୟାବସାୟିକ ପେଣ୍ଠସ୍ଥଳୀକୁ ୨୦୦ରୁ ଊଦ୍ଧ୍ୱର୍ ବ୍ୟବସାୟୀ ନିଜର ପଣ୍ୟ ଦ୍ରବ୍ୟ ଚାରିଚକିଆ ଗାଡ଼ିରେ ଏହି ସେତୁର ସଂଯୋଗୀକରଣ ରାସ୍ତା ଦେଇ ନେବାଆଣିବା କରୁଛନ୍ତି । ଟ୍ରକ୍ ଧସିଯିବା ପରେ ଏବେ ଏହି ସେତୁ ଦେଇ ଆଉ କୌଣସି ଗାଡ଼ି ଯିବାକୁ ସାହାସ ଜୁଟାଇ ପାରୁନାହାନ୍ତି । ଓଡ଼ିଶା ସମାଚାର

About admin

Check Also

ଟାଟା ମ୍ୟାଜିକ କୁ ଧକ୍କାଦେଇ ବାଇକ ଆରୋହୀ ମୃତ

ବାଲିଗୁଡା,୧୫/୧୦/୨୧(ଓଡିଶା ସମାଚାର/ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜ଼ିଲ୍ଲା ବାଲିଗୁଡା ଟାଉନ ସୁନାପାଙ୍ଗା ରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି …

Leave a Reply

Your email address will not be published. Required fields are marked *