Tuesday , October 19 2021
Breaking News
Home / ବିଶେଷ / ମଦମୁକ୍ତ ଓଡ଼ିଶା ଦାବିରେ ଗରଦପୁର ରେ ଗଣ ଧାରଣା 

ମଦମୁକ୍ତ ଓଡ଼ିଶା ଦାବିରେ ଗରଦପୁର ରେ ଗଣ ଧାରଣା 

ଗରଦପୁର,୦୨/୧୦/୨୦୧୯ (ଓଡ଼ିଶା ସମାଚାର)- ଆଜି ଗାନ୍ଧି ଜୟନ୍ତି ଅବସରରେ ମିଳିତ ଓଡ଼ିଶା ନିଶା ନିବାରଣ ଅଭିଯାନ ପକ୍ଷରୁ ମଦମୁକ୍ତ ଓଡ଼ିଶା ଦାବିରେ ଗରଦପୁର ବଜାରରେ ଏକ ଗଣ ଧାରଣା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।  ଅନୁଷ୍ଠାନର ସଦସ୍ୟ ସଦସ୍ୟାମାନେ ସକାଳ ୧୦ ଟା ରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ଗଣ ଧାରଣା ରେ ବସି ରହି ଜନ ସାଧାରଣଙ୍କୁ ନିଶା ନିବାରଣ ସମ୍ପର୍କରେ ଜନ ସଚେତନତା ସୃଷ୍ଟି କରିଥିଲେ । ଓଡ଼ିଶା ସରକାର ଗୋଟିଏ ପଟରେ ଟଙ୍କିକିଆ ଚାଉଳ ଦେଇ ଭୋଟ ହାତଉଥିବାବେଳେ  ଅନ୍ୟପକ୍ଷରେ ଗାଁ ଗାଁ ରେ ମଦର ପ୍ରସାର କରି ଲକ୍ଷ ଲକ୍ଷ ନିରିହ ଲୋକଙ୍କ ଜୀବନକୁ ଦୁର୍ବିସହ କରିଦେଉଥିବା ଓ ଲକ୍ଷ ଲକ୍ଷ ପରିବାରର ସଂସାର ଉଜାଡ଼ି ଦେଇଥିବା ଅଭିଯୋଗ ହୋଇଥିଲା ।  ଆଜିର ଏହି କାର୍ଯ୍ୟକ୍ରମରେ ଜିଲା ସଂଯୋଜକ ଅଶୋକ କୁମାର ମହାରଣା , ବ୍ଲକ୍ ସଂଯୋଜକ ଉମେଶ ନାୟକ , ମିନତୀ ପଣ୍ଡା,  ଯାଜ୍ଞସେନୀ କାକୁନଗୋ,ପୁଷ୍ପଲତା ନାୟକ, ଅମିୟ ରଂଜନ ସାହୁ,  ଜ୍ଞାନ ରଂଜନ ସେଠୀ,  ବନ୍ଧୁ ସଂଗଠନର ସଂଜୟ କୁମାର ସ୍ୱାଇଁ, ପ୍ରତାପ କୁମାର ସାହୁ, ଅଂଜନ ଜେନା , ନୃସିଂହ ନାୟକ, ସମାଜ ସେବୀ ଅରୁଣ କୁମାର ପଣ୍ଡା,  ଯୋଗଗୁରୁ ଦେବ କୁମାର ପାଣି, ନବାବ ପଣ୍ଡା ପ୍ରମୁଖ ଏହି କାର୍ଯକ୍ରମର ନେତୃତ୍ୱ ନେଇଥିଲେ । ଓଡ଼ିଶା ସମାଚାର

About admin

Check Also

ଗଜଲକ୍ଷ୍ମୀ ପୂଜା ପାଇଁ କେନ୍ଦ୍ରାପଡା ସହରରେ ୨୨ ପ୍ଲାଟୁନ୍ ପୋଲିସ ଫୋର୍ସ ମୁତୟନ

କେନ୍ଦ୍ରାପଡ଼ା, ୧୯/୧୦/୨୦୨୧(ଓଡ଼ିଶା ସମାଚାର)- କେନ୍ଦ୍ରାପଡ଼ାର ଗଣପର୍ବ ଗଜଲକ୍ଷ୍ମୀ ପୂଜା ପାଇଁ ଜିଲ୍ଲା ପ୍ରଶାସନ ବେସ ତତ୍ପର ହୋଇ ଉଠିଥିବା ଦେଖାଯାଇଛି …

Leave a Reply

Your email address will not be published. Required fields are marked *