Friday , October 22 2021
Home / ବିଶେଷ / ବ୍ଲକସ୍ତରୀୟ ରାଷ୍ଟ୍ରୀୟ ପୋଷଣ ଦିବସ

ବ୍ଲକସ୍ତରୀୟ ରାଷ୍ଟ୍ରୀୟ ପୋଷଣ ଦିବସ

ରାଜନଗର,୦୨/୧୦/୨୦୧୯ (ଓଡ଼ିଶା ସମାଚାର)- ରାଜନଗର ବ୍ଲକ ରାଜୀବ ଗାନ୍ଧି ବିକାଶ ଭବନ କକ୍ଷରେ ବ୍ଲକସ୍ତରୀୟ ରାଷ୍ଟ୍ରୀୟ ପୋଷଣ ଦିବସ ପାଳିତ ହୋଇଯାଇଛି । ମହିଳା ଶିଶୁ ବିକାଶ ବିଭାଗ ପକ୍ଷରୁ ଶିଶୁ ବିକାଶ ପ୍ରକଳ୍ପ ଅଧିକାରିଣୀ ପୁଷ୍ପଲତା ଦାଶଙ୍କ ପୈାରହିତ୍ୟରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ରଶ୍ମିରଂଜନ ମହାନ୍ତି ଯୋଗଦେଇ ଅପପୁଷ୍ଟି ପାଇଁ ଶିଶୁ ଓ ମା ଅନେକ ସମୟରେ ବିଭିନ୍ନ ରୋଗର ଶୀକାର ହେଉଛନ୍ତି । ଏନେଇ ପରିବାରର ସଦସ୍ୟମାନେ ଯତ୍ନବାନ ହେବା ଆବଶ୍ୟକ ବୋଲି କହିଥିଲେ । ଆଶା କର୍ମୀ, ଅଙ୍ଗନବଡି କର୍ମୀ ଓ ସ୍ୱୟଂ ସହାୟକ ଗୋଷ୍ଠୀର କର୍ମକର୍ତାମାନେ ସଚେତନତା ସୃଷ୍ଟି କରିବାକୁ ଆହ୍ୱାନ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ବରିଷ୍ଠ ସାମ୍ବାଦିକ ଭାଷ୍କର ରାଉତରାୟ, ସୁପରଭାଇଜର ରଜନୀ ରାଉଳ, ସନ୍ଦ୍ୟାରାଣୀ ବେହେରା, ପ୍ରତିଭା ମହାନ୍ତି, ମିନତି ମିଶ୍ର, ସୁଲୋଚନା ବେହେରା, ଶଶୀରେଖା ତରାଇ ଓ ସ୍ୱାଗତିକା ତରାଇ ପ୍ରମୁଖ କୁ-ପୋଷଣ ଜନିତ ସମସ୍ୟା ସଂପର୍କରେ ଆଲୋକପାତ କରିଥିଲେ । ଏହି ଅବସରରେ ସ୍ୱୟଂ ସହାୟିକା ଗୋଷ୍ଠୀର ମହିଳା ଓ ଅଙ୍ଗନବାଡି କର୍ମୀମାନେ ପୋଷଣ ପାଇଁ ବିଭିନ୍ନ ଖାଦ୍ୟ ପ୍ରଦର୍ଶନ କରିଥିଲେ । ଯଦୁଚନ୍ଦ୍ରପୁରର ନିମନାହାକାଣୀ ସ୍ୱୟଂ ସହାୟିକା ଗୋଷ୍ଠୀର ସଂପାଦିକା ମଂଜୁଲତା ସାହୁଙ୍କୁ ପ୍ରଥମ ପୁରସ୍କାର ପ୍ରଦାନ କରାଯାଇଥିଲା । ପିଛାଂପାଟିଆ ଅଙ୍ଗନବାଡି କର୍ମୀ ପଦ୍ମାବତୀ କୁଣ୍ଡୁ ଦ୍ୱିତୀୟ ଓ ରାଜନଗର ୫ନଂ ଅଙ୍ଗନବାଡି କେନ୍ଦ୍ରର କର୍ମୀ ସଂଯୁକ୍ତା ମଳିକଙ୍କୁ ତୃତୀୟ ପୁରସ୍କାର ପ୍ରଦାନ କରାଯାଇଥିଲା । ଓଡ଼ିଶା ସମାଚାର

About admin

Check Also

ସନ୍ଦେହ ଘେରରେ ଯୁବ ବ୍ୟବସାୟୀ ଲିଟୁ (କବାଡିଆ)ନିଖୋଜ ମାମଲା

ପାରାଦୀପ,୨୨/୧୦/୨୦୨୧(ଓଡ଼ିଶା ସମାଚାର)- ପାରାଦୀପ ଅଂଚଳର ଜଣାଶୁଣା କବାଡିଆ ବ୍ୟବସାୟୀ ବିଶ୍ୱ ଭୂଷଣ ରାଉତରାୟ (ଲିଟୁ) ନିଖୋଜ ମାମଲାର ପର୍ଦ୍ଧାଫାଶ୍ ଏଯାଏ …

Leave a Reply

Your email address will not be published. Required fields are marked *