Friday , September 29 2023
Breaking News
Home / ବିଶେଷ / ବନବିଭାଗ ପକ୍ଷରୁ ଲକ୍ଷ୍ମୀପୁରରେ ରକ୍ତଦାନ ଶିବିର

ବନବିଭାଗ ପକ୍ଷରୁ ଲକ୍ଷ୍ମୀପୁରରେ ରକ୍ତଦାନ ଶିବିର

ଲକ୍ଷ୍ମୀପୁର, ୦୨/୧୦/୨୦୧୯ (ଓଡ଼ିଶା ସମାଚାର)-ଜାତୀୟ ରକ୍ତଦାନ ଦିବସ ଉପଲକ୍ଷେ ଲକ୍ଷ୍ମୀପୁର ବନାଞ୍ଚଳ ଓ କୋରାପୁଟ ବନଖଣ୍ଡ ଆନୁକୂଲ୍ୟରେ ଏକ ମେଗା ସ୍ୱେଛାକୃତ ରକ୍ତଦାନ ଶିବିର ମଙ୍ଗବାର ଅନୁଷ୍ଠିତ ହୋଇଯାଇଛି । ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ସଭାଗୃହରେ ଅନୁଷ୍ଠିତ ଶିବିରକୁ ବନାଂଚଳ ଅଧିକାରୀ କୁମାର ଖରା ପ୍ରଥମେ ରକ୍ତଦାନ କରି ଉଦଘାଟନ କରିଥିଲେ । ଏଠାରେ ମୋଟ ୩୭ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିଲା । ଲକ୍ଷ୍ମୀପୁର ବନାଂଚଳର ତିନିଟି ଓ ନାରାୟଣପାଟଣା ବନାଂଚଳର ୪ଟି ମୋଟ ୭ଟି ସେକ୍ସନର ଦାୟିତ୍ୱରେ ଥିବା ବନପାଳଙ୍କ ସହିତ ବନରକ୍ଷୀ, ବନସୁରକ୍ଷା ସମିତି ସଦସ୍ୟ, କର୍ମଚାରୀ ରକ୍ତଦାନ କରିଥିଲେ । ନାରାୟଣପାଟଣା ଉପ ବନାଞ୍ଚଳ ଅଧିକାରୀ ଉମାଶଙ୍କର ବିଷୋୟୀ, ବନପାଳ ସୀମାଞ୍ଚଳ ମିଶ୍ର, ହରି ମହାନନ୍ଦିଆ ଉପସ୍ଥିତ ଥିଲେ । ଲକ୍ଷ୍ମୀପୁର ବନପାଳ କେଶବ ଚନ୍ଦ୍ର ସାହୁ, କାକିରିଗୁମ୍ମା ବନପାଳ ପୂର୍ଣ୍ଣଚନ୍ଦ୍ର କଲେକା, ଡି.ଇ.ଓ ଦୀପ୍ତିରଞ୍ଜନ ସ୍ୱାଇଁ, ଦୀପକ ସାହୁ, ପ୍ରମ୍ମୁଖ କାର୍ଯ୍ୟ ପରିଚାଳନା କରିଥିଲେ । ଯୁବ ରେଡ୍କ୍ରସ ଏବଂ ଏନ.ଏସ.ଏସ. ସଂଯୋଜକ ଡଃ ପ୍ରକାଶ କୁମାର ସେନାପତି ଏବଂ ସ୍ୱେଚ୍ଛାସେବୀ , ଉଭୟ ବନାଂଚଳର ବନରକ୍ଷୀଙ୍କ ସହ ପାରା ଫରେଷ୍ଟର, ବିଭାଗର ସହଭାଗି ସ୍ୱେଚ୍ଛାସେବୀ ଅନୁଷ୍ଠାନର ରାଧାଶ୍ୟାମ ଜେନା , ଯୁବ ସ୍ୱେଚ୍ଛାସେବୀ ଶ୍ରୀବସô ଖରା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର କର୍ମଚାରୀ ପ୍ରମ୍ମୁଖ ସହଯୋଗ କରିଥିଲେ । ଲକ୍ଷ୍ମୀପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ମୁଖ୍ୟ ଡାକ୍ତର ନବ କିଶୋର କୁଣ୍ଡୁଙ୍କ ଉପସ୍ଥିତରେ ଜିଲା ରକ୍ତ ଭଣ୍ଡାର ଏଲଟି ବୁଲୁ ଗୌଡ଼, ଏଲଏ ଭି. ଗଙ୍ଗାଧର, ଷ୍ଟାଫ ନର୍ସ କବିତା ଚଣ୍ଡି, ଇଓ କେ. ଜେ ରୀନା, ଆଟେଣ୍ଡାଂଟ ସଞ୍ଜୟ ସିଂ ଏବଂ ଡ୍ରାଇଭର ରବିନ୍ଦ୍ର ମିଶ୍ର ପ୍ରମୁଖ ଶିବିର ପରିଚାଳନାରେ ସହଯୋଗ କରିଥିଲେ । ଓଡ଼ିଶା ସମାଚାର

Leave a Reply

Your email address will not be published. Required fields are marked *