Saturday , November 27 2021
Breaking News
Home / ବିଶେଷ / ପରିବାରକୁ ଗାଁରୁ ତଡ଼ିଦେବା ନେଇ ଜିଲାପାଳଙ୍କୁ ଅଭିଯୋଗ

ପରିବାରକୁ ଗାଁରୁ ତଡ଼ିଦେବା ନେଇ ଜିଲାପାଳଙ୍କୁ ଅଭିଯୋଗ

କେନ୍ଦ୍ରାପଡା, ୦୨/୧୦/୨୦୧୯ (ଓଡ଼ିଶା ସମାଚାର)- ଗାଁରୁ ଏକ ପରିବାରକୁ ବାହାର କରିଦିଆଯିବା ନେଇ ଜିଲାପାଳଙ୍କ ନିକଟରେ ଅଭିଯୋଗ ହୋଇଛି  । ତନ୍ତିଆପାଳ ଥାନା ଅନ୍ତର୍ଗତ ମାଳିଅଂଚ ଗ୍ରାମର ଅରୁଣ କୁମାର ମଲ୍ଲିକ ଏବଂ ତାଙ୍କ ପରିବାରବର୍ଗ ଜିଲାପାଳଙ୍କୁ ଭେଟି ଅଭିଯୋଗ କରିଥିଲେ ଯେ ଗ୍ରାମର ବାବାଜୀ ମଲ୍ଲିକ ଓ ତାଙ୍କ ସହଯୋଗୀ ୨୭ତାରିଖ ରାତିରେ ତାଙ୍କଘର ଉପରେ ଅତର୍କିତ ଆକ୍ରମଣ କରିବା ସହିତ ସେମାନଙ୍କ ଉପରେ ପ୍ରାଣାନ୍ତକ ଆକ୍ରମଣ କରିଥିଲେ ଏବଂ ତାଙ୍କ ଘରୁ ଧାନ, ଚାଉଳ,ଟଙ୍କା, ସୁନାରୂପା ଆଦି ଲୁଟି ନେଇଥିଲେ । ଲୁଟ ତରାଜପରେ ଘରଟିକୁ ସଂପୂର୍ଣ୍ଣ ଭାଙ୍ଗି ଦେଇଥିଲେ । ଜୀବନ ବିକଳରେ ଅରୁଣର ପରିବାରବର୍ଗ ଘର ଛାଡି ଅନ୍ୟ ଗ୍ରାମକୁ ପଳାଇ ଯାଇଥିଲେ । ସେମାନେ ଯେଉଁ ଜମିରେ ଘର କରିଛନ୍ତି ତାହା ତାଙ୍କର କବଲା ସମ୍ପତିି । ଅନ୍ୟ କାହାରି ସେଥିରେ ଅଧିକାର ନାହିଁ । ଏ ସମ୍ପର୍କରେ ଅରୁଣ ମଲ୍ଲିକ ଏବଂ ତାଙ୍କ ପରିବାର ବର୍ଗ ତନ୍ତିଆପାଳ ଥାନାକୁ ୨୮ତାରିଖ ସକାଳେ ଯାଇ ଅଭିଯୋଗ କରିଥିଲେ ସୁଦ୍ଧା ତନ୍ତିଆପାଳ ଥାନା ପୁଲିସ ଏ ସମ୍ପର୍କରେ କୌଣସି କଥା ବୁଝୁନଥିବାରୁ କିମ୍ବା ତଦନ୍ତ କରିବା ପାଇଁ ଗ୍ରାମକୁ ଆସୁନଥିବାରୁ ଅରୁଣ ବାଧ୍ୟ ହୋଇ ନିଜ ପରିବାରର ସୁରକ୍ଷା ପାଇଁ ପରିବାରର ସମସ୍ତ ଲୋକ ଓ ବନ୍ଧୁବାନ୍ଧବଙ୍କୁ ଧରି ଜିଲାପାଳଙ୍କୁ ଭେଟିଥିଲେ  । ଏ ନେଇ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ଜିଲାପାଳ ସମର୍ଥ ବର୍ମା ଜିଲା ଆରକ୍ଷୀ ଅଧିକ୍ଷକଙ୍କ ସହିତ ଆଲୋଚନା କରିଥିବା ଜଣାପଡିଛି । ଓଡ଼ିଶା ସମାଚାର

About admin

Check Also

ସଡ଼କ ଦୁର୍ଘଟଣାରେ ମୃତ ୩ ଛାତ୍ର ଙ୍କ ପରିବାରକୁ ଅନୁକମ୍ପା ମୂଳକ ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର ,୨୭/୧୧/୨୦୨୧(ଓଡ଼ିଶା ସମାଚାର)- ୧୬ ନମ୍ବର ଜାତୀୟ ରାଜପଥର ବାଲୁଗାଁ ନିକଟ ବେଲପଡ଼ା ଠାରେ ଏକ ସଡ଼କ ଦୁର୍ଘଟଣାରେ ୩ …

Leave a Reply

Your email address will not be published. Required fields are marked *