ନିଶ୍ଚିନ୍ତକୋଇଲି, ୦୨/୧୦/୨୦୧୯ (ଓଡ଼ିଶା ସମାଚାର/ ଅଭୟ ଜେନା)- ନିଶ୍ଚିନ୍ତକୋଇଲି ପଂଚାୟତ ସମିତିର ବୈଠକ ଓ ବରିଷ୍ଠ ନାଗରୀକ ସମ୍ବର୍ଦ୍ଧନା ସମାରୋହ ପଂଚାୟତ ସମିତି ସଭାଗୃହରେ ସେମାବାର ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ରାଜ୍ୟ ପଂଚାୟତିରାଜ ନଗର ଉନ୍ନୟନ ଓ ଆଇନ୍ ମନ୍ତ୍ରୀ ପ୍ରତାପ ଜେନା ଯୋଗଦେଇଥିଲେ । ବିଶ୍ୱ ନାଗରୀକ ଦିବସ ଅବସରରେ ବ୍ଲକ୍ ର ବରିଷ୍ଠ ନାଗରୀକ ମାନଙ୍କର ଏକ ସମାବେଶରେ ମୁଖ୍ୟ ଅତିଥି ଶ୍ରୀ ଜେନା ଉଦବୋଧନ ଦେଇ କହିଥିଲେ ଯେ, ପୂଜ୍ୟପୂଜା ତଥା ବୟୋଜ୍ୟେଷ୍ଠ ମାନଙ୍କୁ ଉପଯୁକ୍ତ ସମ୍ମାନ ହିଁ ଈଶ୍ୱର ପ୍ରାପ୍ତି ର ପ୍ରକୃଷ୍ଠମାର୍ଗ । ଏହି ଅବସରରେ ଉପସ୍ଥିତ ଶତାଧିକ ବରିଷ୍ଠ ନାଗରୀକଙ୍କୁ ଉପଢ଼ୈାକନ ଓ ପୁଷ୍ପଗୁଚ୍ଛ ପ୍ରଦାନ କରି ସମ୍ବର୍ଦ୍ଧିତ କରିଥିଲେ । ଶ୍ରୀମତୀ ସବିତା ଓଝାଙ୍କ ପୈାରୋହିତ୍ୟରେ ଅନୁଷ୍ଠିତ ସମିତି ବୈଠକରେ ମହାତ୍ମାଗାନ୍ଧୀ ଜାତୀୟ କର୍ମନିଯୁକ୍ତି ଯୋଜନାରେ କିପରି ୫୦ଲକ୍ଷ ରୁ ଅଧିକ ଟଙ୍କା ଖର୍ଚ୍ଚ କରାଯାଇ ଉନ୍ନୟନମୂଳକ କରାଯାଇପାରିବ ସେ ନେଇ ପରାମର୍ଶ ଦେଇଥିଲେ । ପାଇପ ଯୋଗେ ପାନୀୟ ଜଳ ଯୋଗାଣ, ଅଚଳ ନଳକୂପର ମରାମତି , ଚାଷୀମାନଙ୍କୁ ନିର୍ଦ୍ଧାରିତ ମୂଲ୍ୟରେ ୟୁରିଆସାର ଯୋଗାଣ ଉପରେ କୃଷିବିଭାଗ ଅଧିକାରୀ ମାନେ ଧ୍ୟାନ ଦେବାକୁ ପରାମର୍ଶ ଦେଇଥିଲେ । ବୈଠକରେ ତହସିଲଦାର ଜିତେନ୍ଦ୍ର କୁମାର ପାତ୍ର, ବି.ଡ଼ି.ଓ. ସୁଶାନ୍ତ କୁମାର ରଣା, ଗ୍ରାମପଂଚାୟତ ଅଧିକାରୀ ବିଷ୍ଣୁଚରଣ ବେହେରା , ପଂଚାୟତ ସମିତି ଅଧ୍ୟକ୍ଷା ସବିତା ଓଝା, ଊପାଧ୍ୟକ୍ଷା ସବିତା ମହାନ୍ତି, ପ୍ରାକ୍ତନ ଅଧ୍ୟକ୍ଷ ଗିରିଶ ରଂଜନ ମହାପାତ୍ର, କଟକ ସାଂସଦଙ୍କ ପ୍ରତିନିଧି ସ୍ୱାଧିନ ଭୂୟାଁ, ବ୍ଲକ୍ ବିଜେଡ଼ି ସଭାପତି ରମାକାନ୍ତ ମହାନ୍ତି, ବିଜେଡ଼ି ନେତା ଅଶୋକ ଓଝା, ବ୍ଲକ୍ ସହକାରୀ ନିର୍ବାହୀ ଯନ୍ତ୍ରୀ ଅଶୋକ କୁମାର ନାୟକ, ସହକାରୀ ଯନ୍ତ୍ରୀ ପ୍ରଫୁଲ୍ଲ କୁମାର ସାହୁ, କନିଷ୍ଠଯନ୍ତ୍ରୀ ମୀନାକୁମାରୀ ସିନ୍ଧୁ , ବନ୍ୟା ମହାନ୍ତି, ବେଳାଭୂମି ସାହୁ, ଗ୍ରାମ୍ୟଉନ୍ନୟନ ସହକାରୀଯନ୍ତ୍ରୀ ସତ୍ୟଜିତ୍ ଦଳାଇ , ସେସୁ ସହକାରୀ ଯନ୍ତ୍ରୀ ମାନସ ମହାନ୍ତି, ଯୋଗାଣ ଅଧିକାରୀ ପ୍ରୀତମ୍ ଦାସ ପ୍ରମୁଖ ବିଭିନ୍ନ ବିଭାଗୀୟ ଅଧିକାରୀ ଯୋଗଦେଇଥିଲେ । ଓଡ଼ିଶା ସମାଚାର