Saturday , December 4 2021
Home / ବିଶେଷ / ନିଶାସକ୍ତ ଅବସ୍ଥାରେ ଗାଡ଼ି ଚାଳନା କରୁଥିବା ୨ଡ୍ରାଇଭର କୋର୍ଟ ଚାଲାଣ

ନିଶାସକ୍ତ ଅବସ୍ଥାରେ ଗାଡ଼ି ଚାଳନା କରୁଥିବା ୨ଡ୍ରାଇଭର କୋର୍ଟ ଚାଲାଣ

ସାଲେପୁର , ୦୨/୧୦/୨୦୧୯ (ଓଡ଼ିଶା ସମାଚାର/ ଅଭୟ ଜେନା)- ଏବେ ନିଶାଖୋର ଗାଡ଼ି ଚାଳକଙ୍କ ଉପରେ ସାଲେପୁର ପୋଲିସର ତୀକ୍ଷ୍ଣ ନଜର ରହିଛି । ନିଶାସକ୍ତ ଅବସ୍ଥାରେ ବିଭିନ୍ନ ପ୍ରକାର ୪ଚକିଆ ଯାନ ଚଳାଉଥିବା ଚାଳକମାନଙ୍କୁ ପୋଲିସ ଧରି ସେମାନଙ୍କୁ ବ୍ରେଥ୍ ଆନାଲାଇଜର ମାଧ୍ୟମରେ ସେମାନଙ୍କୁ ଚିହ୍ନଟ କରି ଗିରଫ କରି କୋର୍ଟ ଚାଲାଣ କରୁଛି । ଏହାନେଇ ସାଲେପୁର ଅଂଚଳରେ ନିଶାଖୋର ଗାଡ଼ି ଚାଳକମାନଙ୍କ ମଧ୍ୟରେ କୋକୁଆ ଭୟ ସୃଷ୍ଟି ହୋଇଛି । ଗତକାଲି ନିଶାସକ୍ତ ଅବସ୍ଥାରେ ଏକ ଯାତ୍ରୀବାହୀ ବସ୍ ଚଳାଇ ଦୁର୍ଘଟଣାଗ୍ରସ୍ତ କରାଇଥିବା ଗାଡ଼ି ଚାଳକକୁ ପୋଲିସ ଆଜି ଗିରଫ କରି କୋର୍ଟ ଚାଲାଣ କରିଥିବାବେଳେ ଅନ୍ୟ ଜଣେ ହାଇୱା ଡ୍ରାଇଭରକୁ ମଧ୍ୟ ନିଶାସକ୍ତ ଅବସ୍ଥାରେ ଗାଡ଼ି ଚାଳନା କରୁଥିବାରୁ ଗିରଫ କରି କୋର୍ଟ ଚାଲାଣ କରିଛି । ପୋଲିସ ସୂତ୍ରରୁ ପ୍ରକାଶ ଯେ ଗତକାଲି ସନ୍ଧ୍ୟାରେ କଟକ-ସାଲେପୁର ରାସ୍ତାର ନାନ୍ଦୋଳଗଡ଼ା ନିକଟରେ ସାବିତ୍ରୀ ନାମକ ଏକ ଘରୋଇ ବସ କୁ ପଟ୍ଟାମୁଣ୍ଡାଇ ଥାନା ଅଂଚଳ ଗଗୁଆ ଗ୍ରାମର କୁମରମଣି ଦାସଙ୍କ ପୁଅ ହିମାଂଶୁ ଦାସ ନିଶାସକ୍ତ ଅବସ୍ଥାରେ ଚଳାଉଥିବାରୁ ଏହି ବସଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଅଳ୍ପକେ ବସ ରେ ଥିବା ଯାତ୍ରୀମାନେ ଦୁର୍ଘଟଣାରୁ ବର୍ତି ଯାଇଥିଲେ । ଏହାର ପ୍ରତିବାସରେ ସ୍ଥାନୀୟ ଲୋକେ କିଛି ସମୟ ପାଇଁ ରାସ୍ତାରୋକ କରିବାସହ ନିଶାସକ୍ତ ଅବସ୍ଥାରେ ଗାଡ଼ି ଡ୍ରାଇଭରକୁ ଅଟକ ରଖି ପୋଲିସ ଜିମା ଦେଇଥିଲେ । ସାଲେପୁର ପୋଲିସ ସଂପୃକ୍ତ ଡ୍ରାଇଭର ଜଣକର ପରୀକ୍ଷା ନିରୀକ୍ଷା କରିବା ପରେ ସେ ନିଶାସକ୍ତ ଅବସ୍ଥାରେ ଗାଡ଼ି ଚଳାଉଥିବାରୁ ଏହି ଦୁର୍ଘଟଣା ଘଟିଥିବାର ଅଭିଯୋଗରେ ତାକୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାଯାଇଛି । ସେହିପରି ଗତକାଲି ରାତିରେ ଏହି ରାସ୍ତାରେ ପଟ୍ଟାମୁଣ୍ଡାଇ ଅଂଚଳର ମୂଳବସନ୍ତ ଗ୍ରାମର ବଂଶୀଧର ପାତ୍ରଙ୍କ ପୁତ୍ର ଦିଲୁପ୍ରସାଦ ପାତ୍ର ନିଶାସକ୍ତ ଅବସ୍ଥାରେ ହାଇୱା ଗାଡ଼ି ଚଳାଉଥିବାରୁ ସାଲେପୁର ପୋଲିସ ଦିଲୁ ପ୍ରସାଦକୁ ଗିରଫ କରି କୋର୍ଟ ଚାଲାଣ କରିବା ସହ ହାଇୱା ଗାଡ଼ିଟିକୁ ଜବତ କରିଥିବା ଜଣାଯାଇଛି । ଏହାନେଇ ଏହି ରାସ୍ତାରେ ନିୟମିତ ନିଶା ସେବନ କରି ଗାଡ଼ି ଚଳାଚଳ କରୁଥିବା ଚାଳକମାନଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଛି । ଓଡ଼ିଶା ସମାଚାର

About admin

Check Also

ସଡକ ଦୁର୍ଘଟଣାରେ ଯୁବକ ମୃତ

ଭୁବନ,୦୩/୧୨/୨୦୨୧(ଓଡ଼ିଶା ସମାଚାର)- ଭୁବନ ସହର ଦେଇ ଯାଇଥିବା ୫୩ ନମ୍ବର ଜାତୀୟ ରାଜପଥର ଅନନ୍ତପୁର ନିକଟରେ ଆଜି ମଧ୍ୟାହ୍ନରେ ଏକ  …

Leave a Reply

Your email address will not be published. Required fields are marked *