ନବରଙ୍ଗପୁର, ୦୨/୧୦/୨୦୧୯ (ଓଡ଼ିଶା ସମାଚାର)- ନବରଙ୍ଗପୁର ପୌରାଂଚଳ ପକ୍ଷରୁ ଅନ୍ତର୍ଜାତିକ ବରିଷ୍ଠ ନାଗରିକ ଦିବସ ପାଳନ ହୋଇଛି । ଏହି ଅବସରରେ ଏକ ଶୋଭାଯାତ୍ରା ମା’ ଭଣ୍ଡାର ଘରଣୀ ମନ୍ଦିର ନିକଟରୁ ବାହରିଥିଲା । ଜିଲାପାଳ ଡ. ଅଜିତ କୁମାର ମିଶ୍ର ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ । ସମାଜସେବୀ ଜଗନ୍ନାଥ ମହାପାତ୍ର ଗାନ୍ଧିଜୀଙ୍କର ପ୍ରତିମୂର୍ତିରେ ମାଲ୍ୟାର୍ପଣ କରିଥିଲେ । ଗୌଡସାହିସ୍ଥିତ ଆଖଣ୍ଡଳମଣି ମନ୍ଦିର ପରିସରରେ ଆୟୋଜିତ ସଭାରେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଜିଲାପାଳ ନିମାଇଁ ଚରଣ ସୁତାର ଯୋଗ ଦେଇଥିଲେ । ପୌର ନିର୍ବାହୀ ଅଧିକାରୀ ବିନୟ କୁମାର ପଟେଲ ସଭାପତିତ୍ୱ କରି ସ୍ୱାଗତ ଭାଷଣ ଦେଇଥିଲେ । ସମ୍ମାନିତ ଅତିଥି ଭାବେ ତହସିଲଦାର ଜ୍ୟୋତିପ୍ରକାଶ ସେଠୀ ଯୋଗ ଦେଇଥିଲେ । ବରିଷ୍ଠ ନାଗରିକ ସଂଘର ସଭାପତି ଶିକ୍ଷାବିତ ଡ. ରାଧାନାଥ ବେହେରା ଏହି ଦିବସର ମହତ୍ୱ ସମ୍ପର୍କରେ ବିସ୍ତୃତ ଭାବେ କହିଥିଲେ । ସାଧାରଣ ସମ୍ପାଦକ ବି. ରାମମୂର୍ତି ପଟ୍ଟନାୟକ ବାର୍ଷିକ ବିବରଣୀ ପାଠ କରିଥିଲେ । ବରିଷ୍ଠ ନାଗରିକ ନରସିଂହ ତ୍ରିପାଠୀ, ଗୋପବନ୍ଧୁ ବିଷାୟୀ ଓ ଗିରିଜାଭୂଷଣ ବେହେରାଙ୍କୁ ମାନପତ୍ର ଓ ଉପଢୋ÷ନ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ନିରଞ୍ଜନ ମିଶ୍ର, ସର୍ବେଶ୍ୱର ପାତ୍ର ଓ ଗଣେଶ ଦାଶ ପ୍ରମୁଖ ବରିଷ୍ଠ ନାଗରିକଙ୍କର ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା ହୋଇଥିଲା । ଅବସରପ୍ରାପ୍ତ ପୌର ନିର୍ବାହୀ ଅଧିକାରୀ ଭି. ପ୍ରସାଦ ରାଓ ଧନ୍ୟବାଦ ଦେଇଥିଲେ । ଏଥିରେ ୭୦ ବରିଷ୍ଠ ନାଗରିକ ଯୋଗ ଦେଇଥିଲେ । ଓଡ଼ିଶା ସମାଚାର