Monday , October 18 2021
Breaking News
Home / ତାଜା ଖବର / ଜୁଆ ଆଡ୍ଡା ଉପରେ ଚଢ଼ଉ : ୧ ଲକ୍ଷ ଟଙ୍କା ସହ ୬ ଜୁଆଡି ଗିରଫ

ଜୁଆ ଆଡ୍ଡା ଉପରେ ଚଢ଼ଉ : ୧ ଲକ୍ଷ ଟଙ୍କା ସହ ୬ ଜୁଆଡି ଗିରଫ

ଜୟପୁର,୦୨/୧୦/୨୦୧୯ (ଓଡ଼ିଶା ସମାଚାର)- ଜୁଆ ଆଡ୍ଡା ଉପରେ ଚଢ଼ଉ କରାଯାଇ ୬ଜଣ ଜୁଆଡିଙ୍କୁ ପୁଲିସ ଗିରଫ କରିଛି । ପାର୍ବଣ ଋତୁ ଚାଲିଥିବାରୁ କୋରାପୁଟ ଆରକ୍ଷୀ ଅଧିକ୍ଷକ ଏବଂ ଜୟପୁର ଉପଖଣ୍ଡ ପୁଲିସ ଅଧିକାରୀଙ୍କ ନିର୍ଦେଶକ୍ରମେ ଏହି ଚଢ଼ଉ କରାଯାଇଥିଲା । ଜୁଆଡିଙ୍କ ଠାରୁ ନଗଦ ୧୫୬୩୦୦ ଟଙ୍କା, ୮ଟି ମୋବାଇଲ ଫୋନ ସହ ଅନ୍ୟାନ୍ୟ ଜୁଆ ସାମଗ୍ରୀକୁ ପୁଲିସ ଜବତ କରିଛି । ସହରରେ ଅବାଧ ଜୁଆ ଆଡ୍ଡା ଚାଲିଥିବା ବେଳେ ବିଶେଷ ସୂତ୍ରରୁ ଖବର ପାଇ ସବଇନ୍ସପେକ୍ଟର ଏମ.ଡି ନାୟକଙ୍କ ନେତୃତ୍ୱରେ ଏହି ଚଢ଼ଉ ହୋଇଥିଲା । ଏହାର ତଦନ୍ତ ଦାୟିତ୍ୱରେ ସବଇନ୍ସପେକ୍ଟର ଏସ.କେ ସ୍ୱାଇଁ ରହିଥିବା ବେଳେ ଆଗକୁ ଏହିପରି ଆହୁରି ଚଢ଼ଉ ହେବା ନେଇ ଜୟପୁର ସଦର ଥାନା ଅଧିକାରୀ ଶିବଶଙ୍କର ସାହୁ ସୂଚନା ପ୍ରଦାନ କରିଛନ୍ତି । ଓଡ଼ିଶା ସମାଚାର

About admin

Check Also

ଦୁଇ ବନ୍ଧୁକ ବେପାରୀ ଗିରଫ – ୨ ଟି ଦେଶୀ ବନ୍ଧୁକ, ୨ଟି ଗୁଳି, ଗୋଟିଏ ମାଗାଜିନ୍ ଜବତ

କଟକ ୧୫/୧୦/୨୦୨୧(ଓଡ଼ିଶା ସମାଚାର)- ବନ୍ଧୁକ ବିକ୍ରି ପାଇଁ ଗ୍ରାହକ ଖୋଜୁଥିବା ବେଳେ ମାଲଗୋଦାମ ଥାନା ପୋଲିସ ହାତରେ ଧରା ପଡିଛନ୍ତି …

Leave a Reply

Your email address will not be published. Required fields are marked *