Sunday , October 1 2023
Home / ବିଶେଷ / ଜିଲାପାଳଙ୍କ ଅଙ୍ଗନବାଡି କେନ୍ଦ୍ର ପରିଦର୍ଶନ ଛତୁଆ ବଂଟନ ନେଇ ତଦାରଖ

ଜିଲାପାଳଙ୍କ ଅଙ୍ଗନବାଡି କେନ୍ଦ୍ର ପରିଦର୍ଶନ ଛତୁଆ ବଂଟନ ନେଇ ତଦାରଖ

କୋରାପୁଟ, ୦୨/୧୦/୨୦୧୯ (ଓଡ଼ିଶା ସମାଚାର)-କୋରାପୁଟ ଜିଲାପାଳ ଲକ୍ଷ୍ମୀପୁର ବ୍ଳକ କାକିରଗୁମା ଅଙ୍ଗନବାଡି କେନ୍ଦ୍ରକୁ ଅଚାନକ ଗସ୍ତ କରିଥିଲେ । ଜିଲାପାଳ ମଧୂସୁଦନ ମିଶ୍ର କାକିରିଗୁମାର ଅଙ୍ଗନବାଡି କେନ୍ଦ୍ର ୨ ଠାରେ ପହଂଚିଥିଲେ । ସେଠାରେ ଛତୁ ଆବଂଟନ ବ୍ୟବସ୍ଥାକୁ ତଦାରଖ କରିବା ସହ ଗର୍ଭବତୀ ମହିଳା, ପ୍ରସୂତି ଓ ୬ ମାସର ଶିଶୁଙ୍କର ଖାଦ୍ୟ ଓ ତିନିରୁ ୬ ବର୍ଷ ପର୍ଯ୍ୟନ୍ତ ଅତିଶୟ ପୁଷ୍ଟିହୀନ ଶିଶୁମାନଙ୍କୁ ବଂଟନ ଖାଦ୍ୟ ପାଉଛନ୍ତି କି ନାହିଁ ତାହା ପଚାରି ବୁଝିବା ସହ ମା’ମାନଙ୍କ ସହ ଆଲୋଚନା କରିଥିଲେ । ଛତୁଆ ବଂଟନ କରାଯିବା ପରେ ଛତୁଆକୁ ଠିକ ଭାବେ ବ୍ୟବହାର କରୁଛନ୍ତି କି ନାହିଁ, ଅଣ୍ଡା ପାଉଛନ୍ତି କି ନାହିଁ ସେସବୁ ପଚାରି ବୁଝି ଥିଲେ । ଏହି ଜିଲାପାଳଙ୍କ ଗସ୍ତ ବେଳେ କୋରାପୁଟ ଜିଲା ସମାଜମଙ୍ଗଳ ଅଧିକାରୀ ହରେକୃଷ୍ଣ ପ୍ରଧାନ, ୟୁନିସେଫର ରାଜ୍ୟ ପ୍ରକଳ୍ପ ପରିଚାଳକ ଅକ୍ଷୟ ନିମାଲ, କୋରାପୁଟ ଜିଲା ଆସିଡିଏସର ଜିଲା କାର୍ଯ୍ୟକ୍ରମ ପରିଚାଳିକା ମମତା ମହନ୍ତି ପ୍ରମୁଖ ଉପସ୍ଥିତ ଥିଲେ । ଓଡ଼ିଶା ସମାଚାର

Leave a Reply

Your email address will not be published. Required fields are marked *