ସାଲେପୁର,୦୨/୧୦/୨୦୧୯ (ଓଡ଼ିଶା ସମାଚାର/ ଅଭୟ ଜେନା)- ସାଲେପୁର ବ୍ଲକ୍ ଅନ୍ତର୍ଗତ କଟରପା ପଞ୍ଚାୟତ ଅଧିନସ୍ଥ ଜପକୁଦ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରରେ ମାତୃସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠାନର ସଭାପତି ବିନତା ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉସôବରେ ମୁଖ୍ୟ ଅତିଥି ଭାବେ ଅଧ୍ୟାପିକା ମମତା ପଣ୍ଡା, ସମ୍ମାନୀତ ଅତିଥି ଭାବେ ଅନୁଷ୍ଠାନର ସଦସ୍ୟ ଜ୍ୟୋର୍ତିମୟୀ ସ୍ୱାଇଁ, ରବିନ୍ଦ୍ର ସେଠୀ, ଅଜୟ କୁମାର ସେନାପତି ପ୍ରମୁଖ ଯୋଗଦେଇ ମାଆ ହିଁ ପିଲାମାନଙ୍କର ପ୍ରଥମ ଗୁରୁ ବୋଲି କହିବା ସହ ରାଷ୍ଟ୍ର ଗଠନରେ ମା’ମାନଙ୍କର ଭୂମିକା ଗୁରୁତ୍ୱପୂର୍ଣ୍ଣ ବୋଲି ଆଲୋକପାତ କରିଥିଲେ । ଏଥିରେ ପ୍ରଧାନ ଆଚାର୍ଯ୍ୟା ସୁଦେଷ୍ଣା ନନ୍ଦ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ସଂପାଦକ ସୁଧିର କୁମାର ପ୍ରଧାନ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ଏହି ଅବସରରେ ମା’ମାନଙ୍କ ମଧ୍ୟରେ ହୁଳହୁଳି, ସଂଗୀତ, ସାଧାରଣ ଜ୍ଞାନ, ଚିତ୍ରାଙ୍କନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିବାବେଳେ ଏଥିରେ ୧୧ଜଣ ପ୍ରତିଯୋଗୀ କୃତିତ୍ୱ ଅର୍ଜନ କରିଥିଲେ । କାର୍ଯ୍ୟକ୍ରମକୁ ଶିଶୁବିଦ୍ୟାମନ୍ଦିରର ଉପ-ସଭାପତି ଚନ୍ଦ୍ରମଣି ଭୂୟାଁ ସଂଯୋଜନା କରିଥିବା ବେଳେ ଧରିତ୍ରୀ ମିଶ୍ର, କଲ୍ୟାଣୀ ପ୍ରଭା ନନ୍ଦ, ଜୋସ୍ନାରାଣୀ ପରିଡ଼ା, ତୁଷାରବାଳା ସ୍ୱାଇଁ, ସସ୍ମିତା ଦାଶ, ଶୁଭସ୍ମିତା ମିଶ୍ର, ଶୁଭେନ୍ଦୁ ମିଶ୍ର, ସତ୍ୟବ୍ରତ ସ୍ୱାଇଁ, କେଶବ ଚନ୍ଦ୍ର ପାତ୍ର, ବ୍ରଜବନ୍ଧୁ ମଲ୍ଲିକ୍, ଅଜୟ ପରିଡ଼ା, ବେଙ୍ଗ ଗୋଚ୍ଛାୟତ, ପ୍ରଭାବତୀ ଓଝାଙ୍କ ସମେତ ଅନୁଷ୍ଠାନର ସମସ୍ତ ଗୁରୁଜୀ ଗୁରୁମା ମାନେ ପରିଚାଳନାରେ ସହଯୋଗ କରିଥିଲେ । ଓଡ଼ିଶା ସମାଚାର