Friday , October 22 2021
Breaking News
Home / ସ୍ୱାସ୍ଥ୍ୟ / ଗୋପିନାଥପୁରରେ ରକ୍ତଦାନ ଶିବିର, ୬୦ ୟୁନିଟ୍ ରକ୍ତ ସଂଗ୍ରହ

ଗୋପିନାଥପୁରରେ ରକ୍ତଦାନ ଶିବିର, ୬୦ ୟୁନିଟ୍ ରକ୍ତ ସଂଗ୍ରହ

ସାଲେପୁର,୦୨/୧୦/୨୦୧୯ (ଓଡ଼ିଶା ସମାଚାର/ ଅଭୟ ଜେନା)- ଜାତୀୟ ସ୍ୱେଚ୍ଛାକୃତ ରକ୍ତଦାତା ଦିବସ-୨୦୧୯ ଅବସରରେ ସାଲେପୁର ବ୍ଲକ୍ ଅନ୍ତର୍ଗତ ଗୋପିନାଥପୁରସ୍ଥିତ ଶ୍ରୀ ଶ୍ରୀ ବାଲୁେଙ୍କଶ୍ୱର ମହାଦେବ ମନ୍ଦିର ପରିସରରେ  ବିଜୟାନନ୍ଦ ଯୁବ ପରିଷଦ ଆନୁକୂଲ୍ୟରେ  ଜାତୀୟ ସ୍ୱେଚ୍ଛାକୃତ ରକ୍ତଦାତା ଦିବସ ଅନୁଷ୍ଠିତ ହୋଇଯାଇଛି । ଶ୍ରୀ ଶ୍ରୀ ବାଲୁେଙ୍କଶ୍ୱର ମନ୍ଦିର ମ୍ୟାନେଜିଂ ଟ୍ରଷ୍ଟି  ବିରଂଚି ନାରାୟଣ ଦାଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ମୁଖ୍ୟଅତିଥି ଭାବରେ କେନ୍ଦ୍ରୀୟ ରେଡ୍କ୍ରସ୍ ରକ୍ତଭଣ୍ଡାର ପରି•ଳନା କମିଟି ଅଧ୍ୟକ୍ଷ ଯୋଗଦେଇ ରକ୍ତଦାନର ମହତ୍ୱ ବର୍ଣ୍ଣନା କରିବା ସହିତ ସ୍ୱେଚ୍ଛାକୃତ ରକ୍ତଦାନ ଶିବିରକୁ ବ୍ୟାପକ କରିବା ସହିତ ରକ୍ତଦାନ ସମ୍ବନ୍ଧରେ ସଚେତନତା ବୃଦ୍ଧି କରିବାକୁ ଆହ୍ୱାନ ଜଣାଇଥିଲେ । ମୁଖ୍ୟବକ୍ତା ଭାବରେ ସେଂଟ୍ରାଲ ରେଡକ୍ରସ୍ ବ୍ଲଡ୍ ବ୍ୟାଙ୍କ ଅଧିକାରୀ ଡା. ଦିପକ କୁମାର ପୃଷ୍ଟି ଯୋଗଦେଇ ରକ୍ତଦାନ କରିବା ଦ୍ୱାରା ନିଜର କିଭଳି ସୁଫଳ ମିଳେ ତାହା ବର୍ଣ୍ଣନା କରିଥିଲେ । ସମ୍ମାନୀତ ଅତିଥି ଭାବରେ ଲାୟନସ୍ କ୍ଲବ୍ ଅଫ୍ କଟକ ପ୍ରାଇଡ୍ର ସଭାପତି ସୁନିଲ୍ କୁମାର ମୁରାର୍କା, ଶିରିଡି ସାଇ କୃପା ଟ୍ରଷ୍ଟର ଅଧ୍ୟକ୍ଷ ଦିଲିପ୍ କୁମାର ଦାଶ, ବିକଳାନନ୍ଦ କର ମେମୋରିଆଲ୍ ଟଷ୍ଟର ଅଧ୍ୟକ୍ଷ ପ୍ରଶାନ୍ତ କୁମାର କର, ସମର୍ପିତ ସୋସିଆଲ ଫାଉଣ୍ଡେସନ୍ ର ଅଧ୍ୟକ୍ଷ ସଦାଶିବ ଜେନା ଯୋଗଦେଇ ସାଲେପୁର ଅଞ୍ଚଳରେ ଏଭଳି କାର୍ଯ୍ୟକ୍ରମ ହେଉଥିବାରୁ  ଉଚ୍ଚପ୍ରଶଂସା କରିଥିଲେ । ଏହି ଅବସରରେ ରକ୍ତଦାନ ସହିତ ଜଡିତ ଏବଂ ୩୦ରୁ ଉଦ୍ଧ୍ୱର୍ ଥର ରକ୍ତଦାନ କରିଥିବା ୯ଜଣ ବ୍ୟକ୍ତି ସୁନିଲ୍ କୁମାର ମୁରାରକା, ଯୋଗେନ୍ଦ୍ର ବେହେରା, ନବକୃଷ୍ଣ ଦାଶ ଅଧିକାରୀ, ଗୌରୀ ପ୍ରସାଦ ଦାଶ, ସିପ୍ରା ଚକ୍ରବର୍ତୀ, ଅଜିତ୍ କୁମାର ଚୌଧୁରୀ, ସାର୍ଥକ କୁମାର ପରିଡା, ଅଶ୍ୱିନୀ କୁମାର ବାରିକ୍, ସାକ୍ୟସିଂହ ସାହୁଙ୍କୁ ମାନପତ୍ର ଓ ଟ୍ରଫି ପ୍ରଦାନ କରାଯାଇ ସମ୍ମାନୀତ କରାଯାଇଥିଲା । ବିଜୟାନନ୍ଦ ଯୁବ ପରିଷଦର ସମ୍ପାଦକ ବିଶ୍ୱରଂଜନ ସାହୁ ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିବା ସହିତ ଏହି କାର୍ଯ୍ୟକ୍ରମର ଆଭିମୁଖ୍ୟ ବିଷୟରେ ବର୍ଣ୍ଣନା କରିଥିଲେ । ଧନେଶ୍ୱର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଅବସରରେ କେନ୍ଦ୍ରୀୟ ରେଡକ୍ରସ୍ ରକ୍ତ ଭଣ୍ଡାର ପକ୍ଷରୁ ଡା. ଦିପକ କୁମାର ପୃଷ୍ଟି, ଅବିନାଶ ଦାଶ, ସନ୍ଦିପ୍ କୁମାର ସ୍ୱାଇଁ, ବିଜୟ ସ୍ୱାଇଁ, ସଞ୍ଜୟ ପାତ୍ର, ପି. ପି. ମୁଦୁଲି ରକ୍ତ ସଂଗ୍ରହ କରିଥିଲେ । ଏହି ଶିବିରରୁ ୬୦ୟୁନିଟ୍ ରକ୍ତ ସଂଗ୍ରହ ହୋଇଥିଲା । ପ୍ରାରମ୍ଭରେ ରକ୍ତଦାନ ଶିବିରକୁ ଦର୍ପଣୀ ତହସିଲର ତହସିଲଦାର ଡଃ ଅଶୋକ କୁମାର ଦାସ ଏବଂ ବିଜୟାନନ୍ଦ ଯୁବ ପରିଷଦର ଉପଦେଷ୍ଟା ଦୟାନିଧି ନାୟକ ଉଦଘାଟନ କରିଥିଲେ । ଏହି କାର୍ଯ୍ୟକ୍ରମକୁ ବିଜୟାନନ୍ଦ ଯୁବ ପରିଷଦର ସମସ୍ତ କର୍ମକର୍ତା ପରିଚାଳନା କରିଥିଲେ । ଓଡ଼ିଶା ସମାଚାର

About admin

Check Also

ଗତ ୨୪ ଘଣ୍ଟା ମଧ୍ୟରେ ଓଡ଼ିଶା ରେ ୩୪୦ ଜଣ ନୂତନ କରୋନା ସଂକ୍ରମିତ ଚିହ୍ନଟ- ୫୦ ଜଣ ଶିଶୁ ସଂକ୍ରମିତ – ୫ଜଣଙ୍କ ମୃତ୍ୟୁ

ଭୁବନେଶ୍ୱର,୧୮/୧୦/୨୦୨୧(ଓଡ଼ିଶା ସମାଚାର/ସୁଚେତା ଦେବତା)- ଗତ ୨୪ ଘଣ୍ଟା ମଧ୍ୟରେ ଓଡ଼ିଶା ରେ ୩୪୦ ଜଣ ନୂତନ କରୋନା ସଂକ୍ରମିତ ଚିହ୍ନଟ …

Leave a Reply

Your email address will not be published. Required fields are marked *