ପାରାଦ୍ୱୀପ,୦୨/୧୦/୨୦୧୯ (ଓଡ଼ିଶା ସମାଚାର)- ମୋନାଲିସା ସାହିତ୍ୟ ସଂସଦ ପକ୍ଷରୁ ଗୀତିକବି ଅନ୍ନପୂର୍ଣ୍ଣା ନନ୍ଦଙ୍କ ସ୍ମୃତିସଭା ପାଳିତ ହୋଇଯାଇଛି । ଶ୍ରୀମତୀ ନନ୍ଦଙ୍କ ଏକାଦଶାହ ତିଥି ଅବସରରେ ତାଙ୍କ ସାରସ୍ୱତ ପ୍ରତିଭା ଓ ସେବା ପରାୟଣତା ସମ୍ପର୍କରେ ଆଲୋଚନା କରାଯାଇଥିଲା । ସଭାରେ ପ୍ରାଧ୍ୟାପକ ସୁବାସ ଚନ୍ଦ୍ର ବିଶ୍ୱାଳ, ଶ୍ରୀମନ ମିଶ୍ର, ଡ.କୈଳାସ ଚନ୍ଦ୍ର ମହାରଣା, ଅନନ୍ତ କୁମାର ଦାସ, ଅକ୍ଷୟ କୁମାର ରାଉତ ଓ ଗଗନ ବିହାରୀ ସାହୁ ପ୍ରମୁଖ ଶ୍ରୀମତୀ ନନ୍ଦଙ୍କ ବହୁମୁଖୀ ପ୍ରତିଭା ସମ୍ପର୍କରେ ବିଷଦ ଭାବେ ଆଲୋଚନା କରିଥିଲେ । ସଂଜୀବ କୁମାର ମିଶ୍ର, ପ୍ରକାଶ ଚନ୍ଦ୍ର ଦାଶ, କୌଶଲ୍ୟା ମହାନ୍ତି, ତୁଳସୀ ବରାଳ, ପ୍ରେମଲତା ବାରିକ, ନାରାୟଣ ବେହେରା, ଗୀତା ଦାସ, ରଜନୀ ମିଶ୍ର, ଉର୍ମିଳା ମହାନ୍ତି, ସଂଯୁକ୍ତା ସ୍ୱାଇଁ ପ୍ରମୁଖ ଶ୍ରୀମତୀ ଅନ୍ନପୂର୍ଣ୍ଣା ନନ୍ଦଙ୍କ ସାରସ୍ୱତ ସୃଷ୍ଟି ସଂପର୍କରେ ଆଲୋକପାତ କରିଥିଲେ । ପାରାଦ୍ୱୀପ ସାକ୍ଷରତା ସମିତିରେ ତାଙ୍କର ଦୀର୍ଘଦିନର ଦକ୍ଷତା ପ୍ରତିପାଦନ ସଂପର୍କରେ ବକ୍ତାମାନେ ଅଲୋକପାତ କରିବା ସହ ତାଙ୍କ ସ୍ମୃତି ଚାରଣ କରିଥିଲେ । ଏହି ସ୍ମୃତିସଭାକୁ ମୋନାଲିସା ସାହିତ୍ୟ ସଂସଦର ସଂପାଦିକା ସଂଘମିତ୍ରା ସ୍ୱାଇଁ ପରିଚାଳନା କରିଥିଲେ । ଓଡ଼ିଶା ସମାଚାର