Monday , January 17 2022
Breaking News
Home / ବିଶେଷ / ସ୍ୱଚ୍ଛତା ନେଇ ଆଲୋଚନାଚକ୍ର

ସ୍ୱଚ୍ଛତା ନେଇ ଆଲୋଚନାଚକ୍ର

ମାଥିଲି, ୦୧/୧୦/୨୦୧୯ (ଓଡ଼ିଶା ସମାଚାର)-ରାୟଗଡା ମାଲକାନଗିରି ଜିଲା ମାଥିଲି ବ୍ଲକ ସଦର ପଂଚାୟତ କାର୍ଯ୍ୟାଳୟ ସଭାଗୃହରେ ଶନିବାର ସ୍ୱଚ୍ଛତାକୁ ନେଇ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି । ମାଥିଲି ପିଇଓ ଅଶୋକ ମହାରଣାଙ୍କ ତତ୍ୱାବଧାନରେ କାର୍ଯ୍ୟକ୍ରମରେ ଅତିଥି ଭାବେ ମାଥିଲି ବିଡିଓ ଆଶିଷ କୁମାର ଭୋଇ, ତହସିଲଦାର ଶ୍ରୀ ବାଗ, ମାଥିଲି ଥାନା ଆଇଆଇସି ଜନ ଖୁଜୁର, ମାଥିଲି ସରପଂଚ ଗୌରୀ ବଟେ, ଜିଲା ପରିଷଦ ସଭ୍ୟ ବାଲରାଜୁ କପେ ଉପସ୍ଥିତ ଥିଲେ । ଏହି ଅବସରରେ ମାଥିଲିର ବରିଷ୍ଠ ନାଗରିକ, ସାମ୍ବାଦିକ, ବୁଦ୍ଧିଜୀବୀ, ଯୁବପିଢି, ମାର୍କେଟ କମିଟି ସଭ୍ୟମାନେ ପ୍ରମୁଖ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ । ସ୍ୱଚ୍ଛତାକୁ ନେଇ ଜିଲାରେ ୧ନମ୍ବର କ୍ଲିନ ଅନ ମାଥିଲିକୁ କରିବାକୁ ଆଲୋଚନା କରାଯାଇଥିଲା । ତେବେ ଟ୍ରାଫିକ ସମସ୍ୟା ଦିନକୁ ଦିନ ମାଥିଲିରେ ବୃଦ୍ଧି ପାଇବାକୁ ଲାଗିଛି । ଏଥିପାଇଁ ନିଜେ ସଚେତନତା ହୋଇ ଯାନବାହାନକୁ ଧାଡିରେ ରଖିବା, ମୁଖ୍ୟରାସ୍ତା ଓ ଗାଁ’ ଦାଣ୍ଡରେ ଅଳିଆ ନ ପକାଇବା ସହ ପଞ୍ଚାୟତର ସହଯୋଗରେ ପ୍ରତିଦିନ ଏକ ଅଳିଆ ଫିଙ୍ଗା ଗାଡିରେ ଅଳିଆ ପକାଇବା ଏବଂ ମାସିକ ପଞ୍ଚାୟତ ଅଧୀନରେ ରାଜସ୍ୱ ପୈଠ କରିବା ଆଦିକୁ ନେଇ ଆଲୋଚନା ହୋଇଥିଲା । ଏହାସହିତ ଆଗାମୀ ଦିନରେ ସଚେତନତା ବୈଠକ କରି ଲୋକଙ୍କୁ ସଚେତନତା କରିବାକୁ ନିଷ୍ପତି ନିଆଯାଇଥିଲା । ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ସରପଂଚ କାନାମରାଜୁ ନାୟକ, ଅବଦୁଲ ଗାଫାର, ୱାର୍ଡମେମ୍ବର ରୋହିତ ବେହେରା, ଯୁବନେତା କୁନାଲ ମିଶ୍ରଙ୍କ ସମେତ ଏସଏଚଜି ମହିଳା ଓ ଯୁବଗୋଷ୍ଠୀ ପ୍ରମୁଖ ଅଂଶଗ୍ରହଣ କରିଥିଲେ । ଓଡ଼ିଶା ସମାଚାର

About admin

Check Also

ବିଶ୍ୱ ଶାନ୍ତି ସର୍ବଧର୍ମ ପ୍ରାର୍ଥନା ଦିବସର ସମୀକ୍ଷା ବୈଠକ

କେନ୍ଦ୍ରାପଡା, ୧୬/୧/୨୦୨୨ (ଓଡ଼ିଶା ସମାଚାର)-ଗରାପୁରସ୍ଥିତ ଦିବ୍ୟ ଜୀବନ ସଂଘ ଶିବାନନ୍ଦ ଆଶ୍ରମ ପରିସରରେ ଶ୍ରୀମା ସ୍ୱାମୀ ଦିବ୍ୟ ସ୍ୱରୁପାନନ୍ଦ ସରସ୍ୱତୀଙ୍କ …

Leave a Reply

Your email address will not be published. Required fields are marked *