ସାଲେପୁର, ୦୧/୧୦/୨୦୧୯ (ଓଡ଼ିଶା ସମାଚାର/ ଅଭୟ ଜେନା)– ସାଲେପୁର ହାଇସ୍କୁଲ ପରିସରରେ ବିଦାୟକାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି । ପ୍ରଧାନଶିକ୍ଷୟିତ୍ରୀ ଲକ୍ଷେହୀରା ଲାବଣ୍ୟବତୀ ବେହେରାଙ୍କ ଅଧ୍ୟକ୍ଷତାରେ ବିଦ୍ୟାଳୟର ହିନ୍ଦୀ ଶିକ୍ଷକ ସୁଜୟ କୁମାର ବିଶ୍ୱାଳ ଅବସର ଗ୍ରହଣ କରିବା ଅବସରରେ ଏହି ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଥିଲା । ଏଥିରେ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ସମେତ ଶିକ୍ଷୟିତ୍ରୀ ସରଳା ନାୟକ, ବରିଷ୍ଠ ଶିକ୍ଷକ ଦତ୍ତକୃଷ୍ଣ ବେହେରା, ବନ୍ଦନା ଜେନା, ଚିନ୍ମୟୀ ଦେବୀ, ପ୍ରମୋଦ ନାୟକ, ଶ୍ରୀକାନ୍ତ ପରିଡ଼ା, ପ୍ରଭାମୟୀ ଦାଶ, ମୌଲାନା ସଫିଉର ରହେମାନ୍ ପ୍ରମୁଖ ବିଦାୟୀ ଶିକ୍ଷକଙ୍କ ଗୁଣଗାନ କରିଥିବାବେଳେ ମୁଖ୍ୟଅତିଥି ଭାବେ ପୂର୍ବତନ ପ୍ରଧାନଶିକ୍ଷକ ଭାରତଭୂଷଣ ଦାସ ଯୋଗଦେଇଥିଲେ । ଡଃ ଗୌତମ ମହାରଣା ସଭା ପରିଚାଳନା କରିଥିବାବେଳେ ଶିକ୍ଷକ କମଳାକାନ୍ତ ମୁଦୁଲି ଧନ୍ୟବାଦ ପ୍ରଦାନ କରିଥିଲେ । ଏହି ଅବସରରେ ଆଜି ବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀ ଓ ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କ ପାଇଁ ମଧ୍ୟାହ୍ନ ଭୋଜନର ଆୟୋଜନ କରାଯାଇଥିଲା । ଓଡ଼ିଶା ସମାଚାର