ସାଲେପୁର, ୦୧/୧୦/୨୦୧୯ (ଓଡ଼ିଶା ସମାଚାର/ ଅଭୟ ଜେନା)– ଗତକାଲି ବିଳମ୍ବିତ ରାତ୍ରିରେ ମାଛୁଆତି ଗ୍ରାମର କମଳାକାନ୍ତ ବିଶ୍ୱାଳଙ୍କ ଘରେ ଭଡ଼ା ସୂତ୍ରରେ ରହିଆସୁଥିବା ମହାନଦୀ ମହାବିଦ୍ୟାଳୟର ଅଧ୍ୟାପକ ପ୍ରମୋଦ କୁମାର ମଲ୍ଲିକଙ୍କ ଘର ଗ୍ରୀଲ୍ ଭାଙ୍ଗି କେହି ଦୁର୍ବୃତ ବାରଣ୍ଡାରେ ରଖାଯାଇଥିବା ଓ.ଆର.୦୨ବିବି ୨୫୪୧ ନମ୍ବର ବିଶିଷ୍ଟ ଏକ ଡିସକଭରୀ ମୋଟରସାଇକେଲ୍ ନେବା ସହ ଏକ ମୋବାଇଲ୍କୁ ଚୋରି କରି ନେଇଯାଇଥିବା ସାଲେପୁର ଥାନାରେ ଅଭିଯୋଗ ହୋଇଛି । ଦୁର୍ବୃତମାନେ ଏକ ଶାବଳ ସାହାଯ୍ୟରେ ଗ୍ରୀଲ୍ ଭାଙ୍ଗି ଏହି କାଣ୍ଡ ଘଟାଇ ତରବରିଆ ଭାବରେ ଶାବଳଟି ଛାଡି ଚାଲିଯାଇଛନ୍ତି । ସାଲେପୁର ପୋଲିସ ଏହି ଘଟଣାସ୍ଥଳରେ ପହଂଚି ତଦନ୍ତ କରି ଫେରିଥିବାବେଳେ ଏହି ଘଟଣାରେ କାହାରିକୁ ଗିରଫ କରାଯାଇନାହିଁ । ଓଡ଼ିଶା ସମାଚାର