Wednesday , October 20 2021
Breaking News
Home / ବିଶେଷ / ମନ୍ତ୍ରୀ ପ୍ରତାପ ଜେନାଙ୍କ ଦ୍ୱାରା ସାଲେପୁର ସହର ଆଲୋକୀକରଣର ଶୁଭ ଉଦଘାଟନ

ମନ୍ତ୍ରୀ ପ୍ରତାପ ଜେନାଙ୍କ ଦ୍ୱାରା ସାଲେପୁର ସହର ଆଲୋକୀକରଣର ଶୁଭ ଉଦଘାଟନ

ସାଲେପୁର, ୦୧/୧୦/୨୦୧୯ (ଓଡ଼ିଶା ସମାଚାର/ ଅଭୟ ଜେନା)– ସାଲେପୁର ସହରର ଉଜ୍ଜ୍ୱଳ ଆଲୋକୀକରଣର ଶୁଭ ଉଦଘାଟନ ସୋମବାର ସନ୍ଧ୍ୟାରେ ଅନୁଷ୍ଠିତ ହୋଇଯାଇଛି । ଯୁବନେତା ବିରଂଚିନାରାୟଣ କରଙ୍କ ସଭାପତିତ୍ୱରେ ସାଲେପୁର ପୁରୁଣା ବସ୍ ଷ୍ଟାଣ୍ଡ୍ ରେ ଅନୁଷ୍ଠିତ ଏହି ଉଦଘାଟନୀ ସଭାରେ  ପଂଚାୟତିରାଜ, ନଗର ଉନ୍ନୟନ ଓ ଆଇନ୍ ମନ୍ତ୍ରୀ ପ୍ରତାପ ଜେନା ଉଦଘାଟକ ଭାବେ ଯୋଗଦେଇ ଏହି ଆଲୋକୀକରଣକୁ ସୁଇଜ୍ ଟିପି ଉଦଘାଟନ କରିଥିଲେ । ଏହି ଅବସରରେ ମନ୍ତ୍ରୀ ଶ୍ରୀ ଜେନା ସାଲେପୁରର ବିକାଶ ପାଇଁ ସବୁ ପ୍ରକାର ସହାୟତା ଯୋଗାଇ ଦିଆଯିବ ବୋଲି ପ୍ରକାଶ କରିବା ସହ ୨୦୨୦ ମାର୍ଚ୍ଚ ସୁଦ୍ଧା ରାଜ୍ୟର ସମସ୍ତ ସହରକୁ ଆଲୋକୀକରଣ କରାଯିବା ସହ ସମସ୍ତ ଗ୍ରାମାଂଚଳକୁ ପାନୀୟଜଳ ଯୋଗାଇ ଦେବାପାଇଁ ରାଜ୍ୟ ସରକାର ଲକ୍ଷ୍ୟ ରଖିଛନ୍ତି ବୋଲି ସେ ଘୋଷଣା କରିଥିଲେ । ମୁଖ୍ୟଅତିଥି ଭାବେ ସାଲେପୁର ବିଧାୟକ ପ୍ରଶାନ୍ତ କୁମାର ବେହେରା ଯୋଗଦେଇ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ୱତନ୍ତ୍ର ନଜର ସାଲେପୁର ନିର୍ବାଚନ ମଣ୍ଡଳୀ ପ୍ରତି ରହିଥିବାରୁ ଏହି ନିର୍ବାଚନ ମଣ୍ଡଳୀର ବିକାଶଧାରା ଜାରି ରହିବା ସହ ଓଡ଼ିଶାରେ ଏକ ସ୍ୱତନ୍ତ୍ର ନିର୍ବାଚନ ମଣ୍ଡଳୀ ଭାବେ ସୁନାମ ଅର୍ଜନ କରିବ ବୋଲି ପ୍ରକାଶ କରିଥିଲେ । ଏହି କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ଜିଲ୍ଲାପରିଷଦ ଅଧ୍ୟକ୍ଷା ଜ୍ୟୋତିରେଖା ନାୟକ, ସାଲେପୁର ବ୍ଲକ୍ ଉପାଧ୍ୟକ୍ଷ ରମେଶ ଚନ୍ଦ୍ର ଜେନା, ଚନ୍ଦ୍ରାଦେଇପୁର ସମିତିସଭ୍ୟ ସନ୍ତୋଷ କୁମାର ମହାପାତ୍ର, ଜିଲ୍ଲାପରିଷଦ ସଭ୍ୟ ଚିତରଂଜନ ମହାନ୍ତି, ଅଶୋକ କୁମାର ଭୂୟାଁ, ଶୁଭାଶିଷ ପ୍ରଧାନ ଯୋଗଦେଇଥିଲେ । ପ୍ରଥମେ ଅତିଥିମାନଙ୍କୁ ଶିଶୁଆ ଡାକବଙ୍ଗଳା ନିକଟରୁ ଏକ ବିରାଟ ଶୋଭାଯାତ୍ରାରେ ଅଣାଯାଇ ସଭାସ୍ଥଳ ନିକଟରେ ପହଂଚିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଏହି କାର୍ଯ୍ୟକ୍ରମରେ ସାଲେପୁର ବ୍ଲକ୍ ବିଜେଡି ସଭାପତି ଅନନ୍ତ ଚରଣ ପ୍ରଧାନ, କାର୍ଯ୍ୟକାରିଣୀ ସଭାପତି ନାରାୟଣ ପତି, ଚନ୍ଦ୍ରାଦେଇପୁର ପଂଚାୟତର ସରପଂଚ ଅନିଲ କୁମାର ଦାସ, ମନୋରଂଜନ ଭୂୟାଁ, ସୌମ୍ୟରଂଜନ ମଲ୍ଲ, ଲୋଲୁପ ବିଶ୍ୱାଳ, ରାଜେଶ ମହାନ୍ତି, ଛାତ୍ରବିଜେଡି ସଭାପତି ଶୁଭମ୍ ଦାଶ, ଯୁବ ବିଜେଡି ସଭାପତି ସଂଜିତ୍ ଦାଶ, ସମିମ୍ ଅଖତର, ପୁଷ୍ପକ ମହାନ୍ତି ପ୍ରମୁଖ ଉପସ୍ଥିତ ରହି ଏହାକୁ ପରିଚାଳନା କରିଥିଲେ । ଏହି ଅବସରରେ ସାଲେପୁର ବଜାରର ବିଭିନ୍ନ କମିଟି ପକ୍ଷରୁ ଅତିଥିମାନଙ୍କୁ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା । ଏହି ଅବସରରେ ସାଲେପୁର ବିଧାୟକ ପ୍ରଶାନ୍ତ ବେହେରାଙ୍କ ନେତୃତ୍ୱକୁ ସମର୍ଥନ କରି ତରିତୋ ଗ୍ରାମର ବରିଷ୍ଠ ବିଜେପି କର୍ମୀ ବସନ୍ତ ଦାସ ମନ୍ତ୍ରୀ ଶ୍ରୀ ଜେନାଙ୍କ ଉପସ୍ଥିତିରେ ବିଧିବଦ୍ଧ ଭାବେ ବିଜେଡି ଦଳରେ ସାମିଲ ହୋଇଥିଲେ । ଏଠାରେ ପ୍ରକାଶ ଯୋଗ୍ୟ ଯେ ଦୀର୍ଘଦିନ ଧରି ସାଲେପୁର ସହରର ବିଭିନ୍ନ ବଜାର କମିଟି ପକ୍ଷରୁ ସାଲେପୁର ସହରକୁ ଆଲୋକୀକରଣ କରିବାପାଇଁ ସ୍ଥାନୀୟ ବିଧାୟକଙ୍କ ନିକଟରେ ଦାବି ହୋଇଆସୁଥିଲା । ଆଜି ଏହି ଉଜ୍ଜ୍ୱଳ ଆଲୋକୀକରଣର ଶୁଭ ଉଦଘାଟିତ ହୋଇଥିବାରୁ ସ୍ଥାନୀୟ ଅଂଚଳବାସୀଙ୍କ ମଧ୍ୟରେ ଆନନ୍ଦ ପ୍ରକାଶ ପାଇଛି ।  ଓଡ଼ିଶା ସମାଚାର

About admin

Check Also

ସମସ୍ୟା ରେ ଜର୍ଜରିତ କରଡ଼ା ପଞ୍ଚାୟତ : ଗ୍ରାମବାସୀଙ୍କ ସମସ୍ୟା ନ ସୁଧୁରିଲେ ଭୋଟ ବର୍ଜନ ନିଷ୍ପତି

ବାଲିଗୁଡା,୨୦/୧୦/୨୧(ଓଡିଶା ସମାଚାର/ସଞ୍ଜୟ କୁମାର ପାଣିଗ୍ରାହୀ):ମୋବାଇଲ ଟାୱାର ନାହିଁ ତ ଭୋଟ ନାହିଁ, ଭୋଟ କଥା ପୁରାପୁରି ଭୁଲିଯାଅ ବୋଲି ଏବେଠାରୁ …

Leave a Reply

Your email address will not be published. Required fields are marked *