Tuesday , October 26 2021
Breaking News
Home / ବିଶେଷ / ବରିଷ୍ଠ ନାଗରିକଙ୍କୁ ସାମାଜିକ ସୁରକ୍ଷା ପେନସନ୍ ରେ ଯୋଡିବାକୁ ଓ ପେନସନ୍ ର ପରିମାଣ ବଢାଇବାକୁ ଦାବି

ବରିଷ୍ଠ ନାଗରିକଙ୍କୁ ସାମାଜିକ ସୁରକ୍ଷା ପେନସନ୍ ରେ ଯୋଡିବାକୁ ଓ ପେନସନ୍ ର ପରିମାଣ ବଢାଇବାକୁ ଦାବି

ଭୁବନେଶ୍ୱର,୦୧/୧୦/୨୦୧୯ (ଓଡ଼ିଶା ସମାଚାର)- ବିଶ୍ୱ ବରିଷ୍ଠ ନାଗରିକ ଦିବସ ଅବସରରେ ସଭିଙ୍କୁ ସାମାଜିକ ସୁରକ୍ଷା ପେନସନ୍ ବିଷୟକୁ ନେଇ ଆଲୋଚନା ହୋଇଥିଲା । ହେଲ୍ପଏଜ୍ ଇଣ୍ଡିଆ ତଥା ସିଫାର ଦ୍ୱାରା ଆୟୋଜିତଏହି କାର୍ଯ୍ୟକ୍ରମରେ ସାମାଜିକ ପ୍ରତିଷ୍ଠାନ, ବରିଷ୍ଠ ନାଗରିକ ମଂଚର ସଦସ୍ୟବୃନ୍ଦ ତଥା ଛାତ୍ରଛାତ୍ରୀମାନେ ଯୋଗଦେଇ ଥିଲେ । ମାନ୍ୟବର ମନ୍ତ୍ରୀ ଶ୍ରୀ ଅଶୋକଚନ୍ଦ୍ର ପଣ୍ଡାମୂଖ୍ୟ ଅତିଥି ଭାବେ ତଥା ଶ୍ରୀମତୀ ବ୍ରତତୀ ହରିଚନ୍ଦନ – ନିର୍ଦ୍ଧେଶିକା (ସାମାଜିକ ସୁରକ୍ଷା ବିଭାଗ), ଶ୍ରୀ ରାଜ କିଶୋର ମିଶ୍ର – ଖାଦ୍ୟ ସୁରକ୍ଷା ଅଭିଯାନ ତଥା ଶ୍ରୀମତୀ ଭାରତୀ ଚକ୍ର –ରାଜ୍ୟ ଶାଖା ମୂଖ୍ୟ, ହେଲ୍ପ ଏଜ୍ ଇଣ୍ଡିଆ ଅନ୍ୟତମ ଅତିଥି ଭାବେଯୋଗ ଦେଇ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ ।
ଶ୍ରୀମତୀ ଭାରତୀ ଚକ୍ର ଭାରତର ବିଭିନ୍ନ ରାଜ୍ୟରେ ସାମାଜିକ ସୁରକ୍ଷା ପେନସନ୍ ର ସ୍ଥିତି ପ୍ରସ୍ତୁତ କରିବା ସହ ଓଡିଶାରେ ପେନସନ୍ ପାଉଥିବା ଲୋକଙ୍କର ସମସ୍ୟା ତଥା ନ ପାଉଥିବା ଲୋକଙ୍କ ସମସ୍ୟା ବାବଦରେ ଆଲୋଚନା କରିଥିଲେ ଓ ସମସ୍ତ ବରିଷ୍ଠ ନାଗରିକଙ୍କୁ ସାମାଜିକ ସୁରକ୍ଷା ପେନସନ୍ ରେ ଯୋଡିବାକୁ ଓ ପେନସନ୍ ର ପରିମାଣ ବଢାଇବାକୁ ଦାବି ଉପସ୍ଥାପନ କରିଥିଲେ ।
ଶ୍ରୀ ରାଜକିଶୋର ମିଶ୍ର ସାରା ରାଜ୍ୟରେ ଖାଦ୍ୟସୁରକ୍ଷା ତଥା ସାମାଜିକ ସୁରକ୍ଷା ପେନସନର ସ୍ଥିତିକୁ ନେଇ ଆଲୋଚନା କରିଥିଲେ ।
ଶ୍ରୀମତୀ ବ୍ରତତୀ ହରିଚନ୍ଦନ, ସାମାଜିକ ସୁରକ୍ଷା ବିଭାଗ ଦ୍ୱାରା ବରିଷ୍ଠ ନାଗରିକ ମାନଙ୍କ ପାଇଁ ହେଉଥିବା କାର୍ଯ୍ୟକ୍ରମ ସମ୍ବନ୍ଧରେ ଆଲୋଚନା କରିଥିଲେ । ମାନ୍ୟବର ମନ୍ତ୍ରୀ ଶ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ରାଜ୍ୟ ସରକାରଙ୍କର ଅସହାୟ ଲୋକଙ୍କ ପାଇଁ ସାମାଜିକ ସୁରକ୍ଷାର ପ୍ରତିବଦ୍ଧତା ବାବଦରେ ଆଲୋଚନା କରିଥିଲେ । ସେ ଉପସ୍ଥିତ ଲୋକଙ୍କ କଥା ଧ୍ୟାନର ସହ ଶୁଣିବା ସହିତ ରାଜ୍ୟସରକାର ସାମାଜିକ ସୁରକ୍ଷା ପେନସନକୁ (୬୦ରୁ ୮୦ ବର୍ଷ ମଧ୍ୟରେ) ଟ.୩୦୦ ରୁ ଟ. ୫୦୦ କୁତଥା (୮୦ ବର୍ଷରୁଉଦ୍ଧ୍ୱର୍) କ୍ଷେତ୍ରରେ ଟ୫୦୦ ରୁ ଟ.୭୦୦ କୁବୃଦ୍ଧି କରିଛନ୍ତି । ରାଜ୍ୟ ସରକାର ସର୍ବଦା ଲୋକାଭିମୂଖୀ କାର୍ଯ୍ୟ ଦିଗରେ ତପôର ଅଛନ୍ତି ବୋଲି ସେ ଜଣାଇଥିଲେ ।
କାର୍ଯ୍ୟକ୍ରମ ଶେଷରେ ଶ୍ରୀ ରଂଜୟକୁମାର ଦାସ, ଷ୍ଟେଟ୍୍ ପ୍ରୋଗ୍ରାମ ମ୍ୟାନେଜର୍, ହେଲ୍ପ ଏଜ୍ ଇଣ୍ଡିଆ ଧନ୍ୟବାଦ ଅର୍ପଣ କରିଥିଲେ । ଓଡ଼ିଶା ସମାଚାର

About admin

Check Also

ଗତ ୨୪ ଘଣ୍ଟା ମଧ୍ୟରେ ଓଡ଼ିଶା ରେ ୪୩୩ ଜଣ କରୋନା ସଂକ୍ରମିତ ଚିହ୍ନଟ, ୬୪ ଜଣ ଶିଶୁ ଆକ୍ରାନ୍ତ – ୪ ଜଣଙ୍କ ମୃତ୍ୟୁ

ଭୁବନେଶ୍ୱର,୨୬/୧୦/୨୦୨୧(ଓଡ଼ିଶା ସମାଚାର/ସସ୍ମିତା ବେହେରା)- ଗତ ୨୪ ଘଣ୍ଟା ମଧ୍ୟରେ ଓଡ଼ିଶା ରେ ୪୩୩ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି …

Leave a Reply

Your email address will not be published. Required fields are marked *