Wednesday , October 27 2021
Breaking News
Home / ବିଶେଷ / ଫନି ବାତ୍ୟାରେ ଯୋଗ୍ୟହିତାଧିକାରୀ ସରକାରୀ ସାହାଯ୍ୟ ତାଲିକାରୁ ବାଦ୍

ଫନି ବାତ୍ୟାରେ ଯୋଗ୍ୟହିତାଧିକାରୀ ସରକାରୀ ସାହାଯ୍ୟ ତାଲିକାରୁ ବାଦ୍

ନାଉଗାଁ ୦୧/୧୦/୨୦୧୯ (ଓଡ଼ିଶା ସମାଚାର)-ନାଉଗାଁ ବ୍ଲକରେ ୧୬ଟି ପଂଚାୟତରେ ଫନି ବାତ୍ୟାରେ ଅନେକ ଲୋକଙ୍କର ଘର ଭାଙ୍ଗି କ୍ଷୟ କ୍ଷତି ଘଟିଛି । ଏପରିକି ଫନି ବାତ୍ୟାର ୭ ମାସ ପରେ ଏବେବି ଅନେକ ଲୋକ ସରକାରୀ ସାକାଯ୍ୟକୁ ଅନାଇ ବସିଛନ୍ତି । ଦାରିଦ୍ର ସିମାରେଖା ତଳେ ଥିବା ଅନେକ ଲୋକ ମୁଣ୍ଡ ଗୁଞ୍ଜିବା ପାଇଁ ଭଲ ଘର ପରିବର୍ତେ ଅସଯଡା ଭଙ୍ଗା ଘରେ ଜୀଜନ ବିତାଉଛନ୍ତି । ଏହି ବ୍ଲକରେ ଫନିରେ କ୍ଷୟ କ୍ଷତି ହେଉଥିବା ମୋଟ ୩ ହଜାର ରୁ ଉଦ୍ଧ୍ୱର୍ ହିତାଧାରିକୁ ନାଉଗାଁ ତହସିଲ୍ ତରଫରୁ ରାଜସ୍ୱ ନିରୀକ୍ଷକ ମାନଙ୍କ ଦ୍ୱାରା ସର୍ଭେ କରାଯାଇ ଏକ ତାଲିକା ପ୍ରସ୍ତୁତ କରାଯାଇଛି । ବଡ ଦୁଃଖ ଓ ପରିତାପର ବିଷୟ ଯେ ଅନେକ ବ୍ୟକ୍ତି ଯୋଉଁମାନେକି ଫନି ବାତ୍ୟାରେ କ୍ଷତିଗ୍ରସ୍ଥ ହୋଇଥିବା ସ୍ଥଳେ ସେମାନଙ୍କ ନାଁ ବାଦ ପଡିଛି । ନାଉଗାଁ ପଂଚାୟତ ଗୋଠଦା ଗ୍ରାମର ସରତ ମଲ୍ଲିକ୍,ରବିନ୍ଦ୍ର ସାହୁ,ତିହୁଡାର ଟୁଲୁ ପ୍ରସାଦ ଲେଙ୍କା, ବଛାଳୋ ପଂଚାୟତର ଅଲଣା-୨ ବଟକୃର୍ଷ୍ଣ ସ୍ୱାଇଁ,ଜଟାଧାରି ସ୍ୱାଇଁ,ଛବି ସ୍ୱାଇଁ.ଲିଜା ସ୍ୱାଇଁ,ବସନ୍ତ କୁମାର ବେହେରା,ଉମାକାନ୍ତ ଲେଙ୍କା ପ୍ରମୁଖ ଫନି ସହାୟତାରେ ବଂଚିତ ହୋଇଥିବା ନାଉଗାଁ ତହସିଲଦାରଙ୍କ ନିକଟରେ ଏକ ଲିଖିତ ଅଭିଯୋଗ କରିଛନ୍ତି । ଫନିରେ କ୍ଷତିଗ୍ରସ୍ତ ହିତାଧାରିଙ୍କୁ ଚିହ୍ନଟ କରାଯାଇ କ୍ଷତି ପୁରଣ ଦବାପାଇଁ ବଛାଳୋ ପୁର୍ବତନ ସଭ୍ୟ ବିପ୍ଲବ ପରିଡା,ବିକ୍ରମ କିଶ୍ୱର ସାହୁ ଦାବି କରିଛନ୍ତି । ଓଡ଼ିଶା ସମାଚାର

About admin

Check Also

ଯୁବ ରେଡକ୍ରସର ସଙ୍କୁଳ ସ୍ତରୀୟ ଶିବିର ଉଦଘାଟିତ 

ବାଲିଗୁଡ଼ା,୨୬/୧୦/୨୧(ଓଡିଶା ସମାଚାର/ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ସ୍ଥିତ ଆଦିବାସୀ ମହାବିଦ୍ୟାଳୟରେ କନ୍ଧମାଳ ଜିଲ୍ଲାର ଦ୍ଵିତୀୟ ଯୁବ ରେଡକ୍ରସ୍ …

Leave a Reply

Your email address will not be published. Required fields are marked *