Friday , October 22 2021
Breaking News
Home / ବିଶେଷ / ପୋଷଣ ଅଭିଯାନ କାର୍ଯ୍ୟକ୍ରମ

ପୋଷଣ ଅଭିଯାନ କାର୍ଯ୍ୟକ୍ରମ

ସୁନାବେଡା,୦୧/୧୦/୨୦୧୯ (ଓଡ଼ିଶା ସମାଚାର)- ସୁନାବେଡା ମହିଳା ମହାବିଦ୍ୟାଳୟରେ ପୋଷଣ ଅଭିଯାନ ଉପରେ ଏକ କର୍ମଶାଳା ଆୟୋଜିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଡା. ପାର୍ଥସାରଥି ସେଠୀ ଯୋଗଦେଇ ଛାତ୍ରୀଙ୍କୁ ପୋଷଣ କଣ, ଏହାଦ୍ୱାରା ହେଉଥିବା ସମସ୍ୟା ଏବଂ ନିରାକରଣ ଉପରେ ଅବଗତ କରାଇଥିଲେ । ମହାବିଦ୍ୟାଳୟର ଅଧ୍ୟକ୍ଷା ଉଷାରାଣୀ ଦାସ କାର୍ଯ୍ୟକ୍ରମ ପରିଚାଳନା କରିବା ସହିତ ପୌଷ୍ଟିକ ଖାଦ୍ୟ ଉପରେ ଛାତ୍ରୀମାନଙ୍କୁ ସଂକ୍ଷିପ୍ତରେ ଧାରଣା ଦେଇଥିଲେ । ଏନଏମଏମ ପ୍ରୋଗ୍ରାମ ଅଫିସର ସରିତା ପରିଡା ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିବା ସମୟରେ ମହାବିଦ୍ୟାଳୟର ଅନ୍ୟ ଅଧ୍ୟାପକଅଧ୍ୟାପିକା ଉପସ୍ଥିତ ରହିଥିଲେ । ଶେଷରେ ୱାଇଆରସି କାଉସିଲର ସୁଶ୍ରୀ ଶୁଭଶ୍ରୀ ପରିଡା ଧନ୍ୟବାଦ ଅର୍ପଣ କରିଥିଲେ । ଓଡ଼ିଶା ସମାଚାର

About admin

Check Also

ସନ୍ଦେହ ଘେରରେ ଯୁବ ବ୍ୟବସାୟୀ ଲିଟୁ (କବାଡିଆ)ନିଖୋଜ ମାମଲା

ପାରାଦୀପ,୨୨/୧୦/୨୦୨୧(ଓଡ଼ିଶା ସମାଚାର)- ପାରାଦୀପ ଅଂଚଳର ଜଣାଶୁଣା କବାଡିଆ ବ୍ୟବସାୟୀ ବିଶ୍ୱ ଭୂଷଣ ରାଉତରାୟ (ଲିଟୁ) ନିଖୋଜ ମାମଲାର ପର୍ଦ୍ଧାଫାଶ୍ ଏଯାଏ …

Leave a Reply

Your email address will not be published. Required fields are marked *