Friday , September 30 2022
Breaking News
Home / ତାଜା ଖବର / ପୂର୍ବ ଶତ୍ରୁତାରୁ ଯୁବକଙ୍କୁ ଗୋଡ଼େଇ ଗୋଡ଼େଇ ହାଣିଲେ ଦୁର୍ବୃତ

ପୂର୍ବ ଶତ୍ରୁତାରୁ ଯୁବକଙ୍କୁ ଗୋଡ଼େଇ ଗୋଡ଼େଇ ହାଣିଲେ ଦୁର୍ବୃତ

ଜଟଣୀ,୦୧/୧୦/୨୦୧୯(ଓଡ଼ିଶା ସମାଚାର)-ଖୋର୍ଦ୍ଧା ଜିଲ୍ଲା ଜଟଣୀ ନିକଟସ୍ଥ ପ୍ରଧାନସାହି ପାଂଚ ଗାଁରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଜଣେ ଯୁବକଙ୍କୁ ମରଣାତ୍ମକ ଆକ୍ରମଣ କରାଯାଇଥିବା ବେଳେ ଗୁରୁତର ଅବସ୍ଥାରେ ତାଙ୍କୁ ଭୁବନେଶ୍ୱରର ଏକଘରୋଇ ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତି କରାଯାଇଛି । ଏନେଇ ଏୟାରଫିଲ୍ଡ ଥାନାରେ ଅଭିଯୋଗ ହୋଇଛି  । ତେବେ  ଘଟଣାରେ ପୁଲିସ କାହାରିକୁ ଗିରଫ କରି ନଥିବା ଜଣାପଡିଛି । ସୂଚନାନୁସାରେ, ଜଟଣୀ ବ୍ଲକ ଅଧିନସ୍ଥ ଏୟାରଫିଲ୍ଡ ଥାନା ଅନ୍ତର୍ଗତ ପ୍ରଧାନସାହି,ପାଂଚ ଗାଁ ରେ ଶନିବାର ରାତିରେ ଏହି ଗ୍ରାମର ମୁକ୍ତରାଜ ଗୁରୁ (୨୪)ଙ୍କୁ କେତେଜଣ ଦୁର୍ବୁତ ଖଣ୍ଡା, ଭୁଜାଲି ଆଦି ମାରଣାସ୍ତ୍ର ସାହାଯ୍ୟରେ ଗୋଡାଇ ଗୋଡାଇ ହାଣିଥିଲେ । ଫଳରେ ମୁକ୍ତରାଜଙ୍କ ପିଠିରେ ଗଭୀର ଚୋଟଲାଗିବା ସହିତ ବାମ ହାତର ପାପୁଲି ଠାରୁ ଛିଣ୍ଡି ଯାଇଥିଲା । ଗୁରୁତର ଅବସ୍ଥାରେ ତାଙ୍କୁ ଉଦ୍ଧାର କରାଯାଇ ସ୍ଥାନିୟ ଲୋକଙ୍କ ସହାୟତାରେ ଭୁବନେଶ୍ୱର ସ୍ଥିତ ଏକ ଘରୋଇ ହସ୍ପିଟାଲରେ ଭର୍ତି କରାଯାଇଛି । ଏନେଇ ଏୟାରଫିଲ୍ଡ ଥାନାରେ ଲିଖିତ ଅଭିଯୋଗ ଦାୟର୍ ହୋଇଥିଲେ ସୁଦ୍ଧା ଅଦ୍ୟାବଧି ପୁଲିସ ମାମଲାରେ କାହାରିକୁ ଗିରଫ କରିନାହିଁ  । ଅନ୍ୟପକ୍ଷରେ ହିଂସାକାଣ୍ଡକୁ ନେଇ ଗ୍ରାମରେ ଚାପା ଉତେଜନା ଦେଖାଦେଇଛି  । ପୂର୍ବ ଶତ୍ରୁତାରୁ କେନ୍ଦ୍ରକରି ଘଟଣା ଘଟିଥିବା ଅନୁମାନ କରାଯାଉଛି  । ଓଡ଼ିଶା ସମାଚାର

Leave a Reply

Your email address will not be published.