Thursday , October 6 2022
Breaking News
Home / ବିଶେଷ / ପଲିଥିନ ମୁକ୍ତ ଭାରତ ପାଇଁ ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନ

ପଲିଥିନ ମୁକ୍ତ ଭାରତ ପାଇଁ ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନ

ନୂଆଦିଲ୍ଲୀ / ଭୁବନେଶ୍ୱର,୦୧/୧୦/୨୦୧୯ ( ଓଡ଼ିଶା ସମାଚାର)- ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରବିବାର ଦିନ ରେଡ଼ିଓ କାର୍ଯ୍ୟକ୍ରମ ମନ୍ କୀ ବାତ୍ ରେ ଲୋକମାନଙ୍କୁ ନବରାତ୍ରି ମହୋତ୍ସବ, ଗରବା, ଦୁର୍ଗାପୂଜା, ଦଶହରା, ଦୀପାବଳୀ, ଭାଇ-ଦୂଜ, ଛଠ ପୂଜା ଆଦି ପାଇଁ ବଧାଇ ଜଣାଇଛନ୍ତି । ସେ ୧୫୦ତମ ଗାନ୍ଧୀ ଜୟନ୍ତୀ ବିଷୟରେ ଚର୍ଚ୍ଚା କରିବା ସମୟରେ ପଲିଥିନ ମୁକ୍ତ ଭାରତ ପାଇଁ ଆହ୍ୱାନ ଦେଇଥିଲେ । ପ୍ରଧାନମନ୍ତ୍ରୀ ଇ ସିଗାରେଟ ର ଉଲ୍ଲେଖ କରି କହିଥିଲେ ଯେ, ସମସ୍ତଙ୍କୁ ନିଶାରୁ ଦୂରରେ ରହିବା ଉଚିତ । ସେ କହିଛନ୍ତି ଯେ, ତମାଖୁ ଦ୍ୱାରା ଲୋକଙ୍କ ମୃତୁ୍ୟ ହେବାର ସମ୍ଭାବନା ରହିଛି । ତମାଖୁ ଦ୍ୱାରା ମସ୍ତିଷ୍କ ପ୍ରଭାବିତ ହୋଇଥାଏ । ଏହା ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ କ୍ଷତିକାରକ ବୋଲି ସେ କହିଛନ୍ତି । ଓଡ଼ିଶା ସମାଚାର

Leave a Reply

Your email address will not be published.