Tuesday , February 7 2023
Breaking News
Home / କୃଷି / ଧରତିପେନୁ କୃଷକ ଉତ୍ପାଦକ କମ୍ପାନୀର ତୃତୀୟ ବାର୍ଷିକ ବୈଠକ

ଧରତିପେନୁ କୃଷକ ଉତ୍ପାଦକ କମ୍ପାନୀର ତୃତୀୟ ବାର୍ଷିକ ବୈଠକ

ରାୟଗଡା, ୦୧/୧୦/୨୦୧୯ (ଓଡ଼ିଶା ସମାଚାର)-ରାୟଗଡ ଜିଲା ଧରତିପେନୁ କୃଷକ ଉତ୍ପାଦକ କମ୍ପାନୀର ତୃତୀୟ ବାର୍ଷିକ ସାଧାରଣ ବୈଠକ ସ୍ଥାନୀୟ ଜିଲା ମୁଖ୍ୟାଳୟସ୍ଥ ମିଶନ ଶକ୍ତି ସମ୍ମିଳନୀ କକ୍ଷଠାରେ ସୋମବାର ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବେ ରାୟଗଡ ଜିଲା ଓରମାସର ସହାୟକ ନିର୍ଦେଶକ ମନୋଜ କୁମାର ପାତ୍ର, ସମ୍ମାନିତ ଅତିଥି ଭାବେ ଓଡ଼ିଶା ଜୀବିକା ମିଶନର ଜିଲା ପ୍ରକଳ୍ପ ପରିଚାଳକ ହେମନ୍ତ କୁମାର ବାଗ, ଜୀବନ ଜୀବିକା ବିଭାଗର ଅତିରିକ୍ତ ପ୍ରକଳ୍ପ ନିର୍ଦେଶକ ଅଜାତଶତ୍ରୁ ରାଉତ, ଧରତିପେନୁ କମ୍ପାନୀ ପକ୍ଷରୁ ଅଧ୍ୟକ୍ଷା ନମିତା ସିଂ, ସମ୍ପାଦିକା ଜୟା କୁମାରୀ ସାରକା, ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ସୁବାସ ନାୟକ, ମାର୍କେଟିଂ ମ୍ୟାନେଜର ପ୍ରେମାନନ୍ଦ ମଲ୍ଳିକ ପ୍ରମୁଖ ବୈଠକରେ ମଂଚାସୀନ ଥିଲେ । ଧରତିପେନୁ କମ୍ପାନୀର ନିର୍ଦ୍ଧେଶକ ମଣ୍ଡଳି, ବିଭିନ୍ନ ଉତ୍ପାଦକ ଗୋଷ୍ଠର କୃଷକ ଓ ଉଦ୍ୟୋଗମିତ୍ରଙ୍କ ସମେତ ଯୁବ ପ୍ରୋଫେସନାଲ ରଞ୍ଜିତ କୁମାର ଦାଶ ଓ ଲାଲବାହାଦୁର ପ୍ରମୁଖ ଯୋଗ ଦେଇଥିଲେ । ‘ଚାଷ ଅଛି ଯାହାର କି ଆନନ୍ଦ ତାହାର’ ବିଷୟବସ୍ତୁକୁ ନେଇ ବୈଠକରେ ଆଲୋଚନା ହୋଇଥିବା ବେଳେ ମହିଳା କୃଷକଙ୍କର ଅର୍ଥନୈତିକ ଉନ୍ନତୀ ନିମନ୍ତେ ୨୦୧୨ମସିହାରୁ ଓଏଲଏମ ଓ ଓରମାସ କାର୍ଯ୍ୟରତ ରହିଥିବା ବେଳେ ରାୟଗଡ ଜିଲାର ମହିଳା କୃଷକଙ୍କ ଉନ୍ନତି,ବିଶ୍ୱବ୍ୟାଙ୍କ ସହାୟତାରେ ଏକ ସ୍ୱତନ୍ତ୍ର ଯୋଜନା କାର୍ଯ୍ୟକାରୀ ହେଉଛି । ଏଥିସହ ଉତ୍ପାଦିତ ହେଉଥିବା କୃଷିଜାତ ଦ୍ରବ୍ୟକୁ ମୂଲ୍ୟଯୁକ୍ତ କରି, ବଜାର ସଂଯୋଗ ମାଧ୍ୟମରେ ନାମମାତ୍ର , କ୍ଷୁଦ୍ର ଓ ମଧ୍ୟମ ମହିଳା କୃଷକଙ୍କ ହାତକୁ ଠିକ୍ ମୂଲ୍ୟ ପ୍ରଦାନ ନିମନ୍ତେ ୧୦ ମହିଳା ପ୍ରୋତ୍ସାହନକାରୀଙ୍କ ଦ୍ୱାରା ଧରତିପେନୁ କୃଷକ ଉପôାଦକ କମ୍ପାନୀ  ଗତ ୧୮ସେପ୍ଟେମ୍ବର ୨୦୧୭ରେ ଗଠନ କରାଯାଇଛି । ରାୟଗଡ ଜିଲା ୩ଟି ବ୍ଳକର ମୋଟ ୫୬ଗୋଟି ଆମ୍ବ, ଫୁଲଝାଡୁ ଉତ୍ପାଦକ ଗୋଷ୍ଠୀର ନାମମାତ୍ର, କ୍ଷୁଦ୍ର ଓ ମଧ୍ୟମ ମହିଳା କୃଷକଙ୍କୁ ଉକ୍ତ କମ୍ପାନୀରେ ସାମିଲ କରାଯିବା ସହିତ କଲ୍ୟାଣସିଂହପୁର, କୋଲନରା ଓ ରାମନାଗୁଡାର ଉପôାଦକ ଗୋଷ୍ଠୀଙ୍କୁ ମଧ୍ୟ ସାମିଲ କରାଯାଇଥିବା ଜଣାଯାଇଛି । ଆଗାମୀ ଦିନରେ ଉଦ୍ୟାନ ଭିତିକ କୃଷି ଓ କୃଷି ଜାତୀୟ ଉତ୍ପାଦକ ର ବ୍ୟବସାୟ କରିବାର ଯୋଜନା ରହିଛି । ଏଥିରେ ଅନ୍ୟବ୍ଲକର ଉତ୍ପାଦକ ଗୋଷ୍ଠୀମାନଙ୍କୁ ଭବିଷ୍ୟତରେ ସାମିଲ କରାଯିବ ବୋଲି କମ୍ପାନୀ କର୍ତୃପକ୍ଷ ଅଧ୍ୟକ୍ଷା ନମିତା ସିଂ ସଭାରେ ପ୍ରକାଶ କରିଛନ୍ତି । ଜିଲାର ମହିଳା ଚାଷୀଙ୍କ ଉପôାଦିତ ଦ୍ରବ୍ୟକୁ ସଙ୍ଗଠିତ କରାଇ ଉଚିତ ମୂଲ୍ୟରେ ବିକ୍ରୟ କରିବା ଦ୍ୱାରା ସେମାନଙ୍କ ଆର୍ଥିକ ପ୍ରଗତିରେ ଏବଂ ଏକ ବିକାଶଶୀଳ ଜୀବନ ଜୀବିକା ନିର୍ବାହ କରିବାରେ ସହାୟକ ହେବାର କମ୍ପାନୀର ମୂଳଲକ୍ଷ୍ୟ ରହିଛି ବୋଲି ସମ୍ପାଦିକା ଜୟା ସାରକା ସଭାରେ ମତବ୍ୟକ୍ତ କରିଥିଲେ । ବୈଠକରେ ମୁଖ୍ୟ ଅତିଥି ଉପôାଦକ ଗୋଷ୍ଠୀଙ୍କୁ ବାଣିଜ୍ୟ କରଣରେ ବୃଦ୍ଧି ସମ୍ବନ୍ଧରେ ଆଲୋକପାତ  କରିଥିଲେ । ଏହି ଅବସରରେ କୃଷକ ମିତ୍ର ଉତ୍ପାଦକ, ଉଦ୍ୟୋଗ ମିତ୍ର ଗୋଷ୍ଠୀ ସଦସ୍ୟ ପ୍ରମୁଖ ବୈଠକରେ ଉପସ୍ଥିତ ଥିଲେ । ଓଡ଼ିଶା ସମାଚାର

Leave a Reply

Your email address will not be published.