Tuesday , October 19 2021
Breaking News
Home / ଶିକ୍ଷା / ଜାଗୁଳେଇ ବିଦ୍ୟାପୀଠର ଅସୁରକ୍ଷିତ ଶ୍ରେଣୀ ଓ ଅଫିସ ଗୃହ ସମ୍ପର୍କରେ ଜିଲ୍ଲାପାଳଙ୍କୁ ଗ୍ରାମବାସୀଙ୍କ ନିବେଦନ

ଜାଗୁଳେଇ ବିଦ୍ୟାପୀଠର ଅସୁରକ୍ଷିତ ଶ୍ରେଣୀ ଓ ଅଫିସ ଗୃହ ସମ୍ପର୍କରେ ଜିଲ୍ଲାପାଳଙ୍କୁ ଗ୍ରାମବାସୀଙ୍କ ନିବେଦନ

କେନ୍ଦ୍ରାପଡା ୦୧/୧୦/୨୦୧୯ (ଓଡ଼ିଶା ସମାଚାର)-କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଚକ୍ରୋଡା ଗ୍ରାମପଂଚାୟତର ତରାପୁରସ୍ଥିତ ଜାଗୁଳେଇ ବିଦ୍ୟାପୀଠର ଶ୍ରେଣୀଗୃହ ଅଫିସ ଗୃହ ଅତ୍ୟନ୍ତ ଅସୁରକ୍ଷିତ ହୋଇପଡିଥିବା ସମ୍ପର୍କରେ ମଙ୍ଗଳବାର ଅପରାହ୍ନରେ ଗ୍ରାମବାସୀ,ଛାତ୍ରଛାତ୍ରୀ ଓ ଅଭିଭାବକଙ୍କ ପକ୍ଷରୁ ଜିଲ୍ଲାପାଳ ସମର୍ଥ ବର୍ମାଙ୍କ ନିକଟରେ ଅଭିଯୋଗ କରାଯିବା ସହ ଏହାର ପ୍ରତିକାର କରାଯିବାକୁ ନିବେଦନ କରାଯାଇଛି । ୧୯୮୪ମସିହାରେ ପ୍ରତିଷ୍ଠା କରାଯାଇଥିବା ଏହି ବିଦ୍ୟାପୀଠ ୧୯୮୬ମସିହାରେ ଅନୁମତି ଏବଂ ୧୯୮୭ମସିହାରେ ସରକାରୀ ସ୍ୱିକୃତୀ ପ୍ରାପ୍ତ ଶିକ୍ଷାନୁଷ୍ଠାନ ଭାବରେ ସେହି ଅଂଚଳରେ ଶିକ୍ଷାର କେନ୍ଦ୍ରବିନ୍ଦୁ ପାଲଟିଥିଲା । ସେହି ବିଦ୍ୟାପୀଠରେ ୩୨ଟି ବ୍ୟାଚ ମାଟ୍ରିକ ପରୀକ୍ଷା ଦେଇଥିବା ବେଳେ ସର୍ବଦା ସ୍କୁଲର ଫଳାଫଳ ଉତମ ରହିଆସିଛି । ବର୍ତମାନ ସେହି ବିଦ୍ୟାଳୟରେ ଶିକ୍ଷାଦାନ ନିମନ୍ତେ ସୁରକ୍ଷିତ ଶ୍ରେଣୀ ଗୃହ ଓ ଅଫିସ ଗୃହର ଜରୁରୀ ଆବଶ୍ୟକତା ଦେଖାଦେଇଛି । ଏତଦଭିନ୍ନ ବିଦ୍ୟାପୀଠରେ ତୃତୀୟ ଭାଷା ଓ ବିଜ୍ଞାନାଗାର ପାଇଁ ସ୍ୱତନ୍ତ୍ର ଗୃହ ମଧ୍ୟ ନାହିଁ । ଶ୍ରେଣୀଗୃହରେ ବର୍ଷାଦିନେ ପାଣି ଛାତବାଟେ ଶ୍ରେଣୀଗୃହରେ ପ୍ରବେଶ କରୁଥିବାରୁ ପାଠପଢାରେ ଗୁରୁର ବାଧା ସୃଷ୍ଟି ହେଉଛି । ତେଣୁ ଏହି ବିଦ୍ୟାପୀଠର ନୂତନ ଶ୍ରେଣୀ ଗୃହ ଓ ଅଫିସ ଗୃହ ନିର୍ମାଣ ନିମନ୍ତେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ଗ୍ରାମବାସୀ,ଛାତ୍ରଛାତ୍ରୀ ଓ ଅଭିଭାବକଙ୍କ ପକ୍ଷରୁ ଡଃ.ପୁରୁଷୋତମ ସାହୁ,ତ୍ରିନାଥ ଦାସ,ମିହିର ଦାସ,ଅମୀୟ କୁମାର ଦଳେଇ,ଅନିରୁଦ୍ଧ ମଲିକ,ଅଦୈତ ସ୍ୱାଇଁ,ବିଜୟଲକ୍ଷ୍ମୀ ରାଉତ,ଶ୍ରଦ୍ଧାଞ୍ଜଳି ରାଉତ,ଇତିଶ୍ରୀ ବେହେରା,ରୁନୁପ୍ରଭା ରାଉତ,ଅର୍ଚ୍ଚନା ନାୟକ,ମାନସୀ ଦାସ ପ୍ରମୁଖ ଶତାଧିକ ବ୍ୟକ୍ତି ଜିଲ୍ଲାପାଳଙ୍କୁ ଭେଟି ନିବେଦନ କରିଥିଲେ । ଓଡ଼ିଶା ସମାଚାର

About admin

Check Also

କେନ୍ଦ୍ରାପଡ଼ା ମହାବିଦ୍ୟାଳୟରେ ଋଷ ଦେଶର ଟ୍ୟାଙ୍କ୍

କେନ୍ଦ୍ରାପଡ଼ା, ୧୬/୧୦/୨୦୨୧(ଓଡ଼ିଶା ସମାଚାର)-କେନ୍ଦ୍ରାପଡ଼ା ସ୍ୱୟଂଶାସିତ ମହାବିଦ୍ୟାଳୟକୁ ଆସିଛି ୧୯୭୧ ମସିହାରେ ଭାରତ ପାକିସ୍ତାନ ଯୁଦ୍ଧରେ ବ୍ୟବହୃତ ହୋଇଥିବା ଋଷ ଦେଶର …

Leave a Reply

Your email address will not be published. Required fields are marked *