Wednesday , December 7 2022
Breaking News
Home / ଶିକ୍ଷା / ଛାଣିପୁର ହାଇସ୍କୁଲରେ ବ୍ୟାପକ ଅବ୍ୟବସ୍ଥା ପ୍ରତିବାଦରେ ଗଣଧାରଣା

ଛାଣିପୁର ହାଇସ୍କୁଲରେ ବ୍ୟାପକ ଅବ୍ୟବସ୍ଥା ପ୍ରତିବାଦରେ ଗଣଧାରଣା

ସାଲେପୁର, ୦୧/୧୦/୨୦୧୯ (ଓଡ଼ିଶା ସମାଚାର/ ଅଭୟ ଜେନା)– ଛାଣିପୁର ଉଚ୍ଚ ବିଦ୍ୟାଳୟରେ ବ୍ୟାପକ ଅବ୍ୟବସ୍ଥା ନେଇ ଆଜି ସ୍କୁଲ ପରିଚାଳନା କମିଟି, ଅଭିଭାବକ ଓ ପୁରାତନ ଛାତ୍ରଛାତ୍ରୀମାନେ ଗଣଧାରଣାରେ ବସିଛନ୍ତି । ଖବରରୁ ପ୍ରକାଶ ଯେ ଛାଣିପୁର ହାଇସ୍କୁଲର ପରିଚାଳନା କମିଟିର ସଭାପତି ଓ ସଭ୍ୟମାନେ ଏହି ବିଦ୍ୟାଳୟରେ ବ୍ୟାପକ ଅବ୍ୟବସ୍ଥା, ଶିକ୍ଷାଦାନରେ ଅବହେଳା, ଦୀର୍ଘଦିନ ଧରି ପ୍ରଧାନଶିକ୍ଷକ ତଥା ୩ଗୋଟି ଶିକ୍ଷକ ପଦବୀ ୪/୫ବର୍ଷଧରି ଖାଲିପଡିବା ନେଇ ବିଭାଗୀୟ ଉଚ୍ଚ କର୍ତୃପକ୍ଷଙ୍କୁ ବାରମ୍ବାର ଲିଖିତ ଅଭିଯୋଗ କରୁଥିଲେ ମଧ୍ୟ ଏ ଦିଗରେ କେହି କର୍ଣ୍ଣପାତ କରୁନଥିବାରୁ ଶେଷରେ ଆଜିଠାରୁ ସ୍କୁଲର ମୁଖ୍ୟ ଫାଟକରେ ତାଲା ପକାଇ ଧାରଣାରେ ବସିଛନ୍ତି । ସେମାନଙ୍କର ଦାବି ମୁତାବକ ଏହି ଉଚ୍ଚ ବିଦ୍ୟାଳୟରେ ଥିବା କିରାଣୀ ବଦଳି, ସ୍ଥାୟୀ ପ୍ରଧାନଶିକ୍ଷକ ନିଯୁକ୍ତି, ୩ଗୋଟି ଶିକ୍ଷକ ପଦବୀ ପୂରଣ ଆଦି ଦାବି ନେଇ ଗଣ ଧାରଣାରେ ବସିଛନ୍ତି । ଯେଉଁ ପର୍ଯ୍ୟନ୍ତ ସେମାନଙ୍କର ଏହି ଦାବି ଗୁଡ଼ିକ ପୂରଣ ନହୋଇଛି, ସେପର୍ଯ୍ୟନ୍ତ ଗଣଧାରଣା ଚାଲୁରହିବ ବୋଲି ଧାରଣାକାରୀମାନେ ପ୍ରକାଶ କରିଛନ୍ତି । ଏହି ଧାରଣାରେ ଶିକ୍ଷାକମିଟି ସଭାପତି ଏସ୍. ପଟ୍ଟନାୟକ, ସୁକାନ୍ତ ସାମଲ, ବସନ୍ତ କୁମାର ବିଶ୍ୱାଳ, ଶରତ ପରିଜା, ଦେବାଶିଷ କର, ଦୀପକ କୁମାର ସେଠୀ, ମାନସ କୁମାର ଧଳ, ଶୁଭ୍ରାଂଶୁ ଶେଖର ସାହୁ, ଉମେଶ ଚନ୍ଦ୍ର ବେହେରା, ସୁକାନ୍ତ ସାମଲ, ମାନସ ରଂଜନ ମହାନ୍ତି, ଆଲୋକ ଦାସଙ୍କ ସମେତ ଶତାଧିକ ଛାତ୍ରାଭିଭାବକ, ପୁରାତନ ଛାତ୍ର, ପରିଚାଳନା କମିଟି ସଦସ୍ୟ ଓ ଗ୍ରାମବାସୀମାନେ ଏହି ଧାରଣାରେ ସାମିଲ ହୋଇଥିଲେ । ଓଡ଼ିଶା ସମାଚାର

Leave a Reply

Your email address will not be published.