Monday , December 5 2022
Breaking News
Home / ବିଶେଷ / ଓଡ଼ିଶା ନିର୍ମାଣ ଶ୍ରମିକ ୟୁନିଅନ ର ୬ଷ୍ଠ ବାର୍ଷିକ ସମ୍ମିଳନୀ

ଓଡ଼ିଶା ନିର୍ମାଣ ଶ୍ରମିକ ୟୁନିଅନ ର ୬ଷ୍ଠ ବାର୍ଷିକ ସମ୍ମିଳନୀ

ତାରପୁର, ୦୧/୧୦/୨୦୧୯ (ଓଡ଼ିଶା ସମାଚାର)- ନିର୍ମାଣ ଶ୍ରମିକଙ୍କୁ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ପ୍ରତାରିତ କରିଚାଲିଛନ୍ତି । ଛାତ୍ର ବୃତିକୁ ବନ୍ଦ କରିଦିଆଯାଇ ମାଗଣାରେ ଯୋତା ସାଇକେଲ ବଂଟନ କରିଦେଲେ ଶ୍ରମିକର ପିଲାଙ୍କ ଶିକ୍ଷା କ୍ଷେତ୍ରରେ ଉନ୍ନତି ହୋଇ ପାରିବନାହିଁ । ଶ୍ରମିକଙ୍କ ମଜୁରୀ ବୃଦ୍ଧି ସହ ଆନୁସଙ୍ଗିକ ପେନସନ୍ ବ୍ୟବସ୍ଥା ଅତ୍ୟନ୍ତ ଜରୁରୀ ଅଟେ । ସାହାଯ୍ୟ ନୁହେଁ ଆମର ନ୍ୟାଯ୍ୟ ହକ୍ ବୋଲି ଓଡ଼ିଶା ଶ୍ରମିକ ୟୁନିଅନ ତାରପୁର ଆଂଚଳିକ କମିଟିର ୬ଷ୍ଠ ବାର୍ଷିକ ସମ୍ମିଳନୀରେ ୟୁନିଅନ ର ରାଜ୍ୟ ଉପସଭାପତି ତଥା ଜିଲା ସଭାପତି ଲୋଭାକାନ୍ତ ସ୍ୱାଇଁ ମତ ବ୍ୟକ୍ତ କରିଥିଲେ । ଏହି ପରିପ୍ରେକ୍ଷିରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ନିର୍ମାଣ ଶ୍ରମିକ ଆଇନକୁ ପରିବର୍ତନ ପାଇଁ ନିଆଯାଇଥିବା ପଦକ୍ଷେପକୁ ବିରୋଧ କରିବା ସହ ଏଥିପାଇଁ ସଂଗଠିତ ହୋଇ ଜନ ଆନ୍ଦୋଳନ ପାଇଁ ସେ ପରାମର୍ଶ ରଖିଥିଲେ । ଆଂଚଳିକ କମିଟିର ମୁଖ୍ୟ ବିନ୍ଦୁସାଗର ଓଝାଙ୍କ ପୌରୋହିତ୍ୟରେ ଆୟୋଜିତ ସଭାରେ ଗଣତାନ୍ତ୍ରୀକ ମହିଳା ସମିତି ରାଜ୍ୟ ଉପସଭାନେତ୍ରୀ ପୁଷ୍ପା ଦାସ ମୁଖ୍ୟ ଅତିଥି ଭାବେ ମଂଚାସୀନ ହୋଇ ସରକାର ନାରୀ ଶସକ୍ତିିକରଣର ଡ଼ିଣ୍ଡିମ ପିଟୁଥିବାବେଳେ ପୁରୁଷ ମାନଙ୍କ ତୁଳନାରେ ମହିଳା ଶ୍ରମିକ ମାନଙ୍କୁ ସମାନ ମଜୁରୀ ଦିଆଯାଉନାହିଁ । ମହିଳା ମାନଙ୍କର ସମାନ ଅଧିକାର ଆସିଲା କେଉଁଠୁ ବୋଲି ସେ ତାଛଲ୍ୟ କରିଥିଲେ । ସମ୍ମାନୀତ ଅତିଥି ଭାବେ ସ୍ୱମ୍ଭକାର ବସନ୍ତ ମାଝୀ, ଦଳିତ ଶୋଶଣ ମୁକ୍ତି ମଂଚର ଜିଲା ଆବାହକ ଯୁଧିଷ୍ଠିର ଦାଶ , ଯୁଗ୍ମ ସମ୍ପାଦକ ଶରତ କୁମାର ବେହେରା, ରମେଶ କୁମାର ବେହେରା, ଚିତରଂଜନ ମଲିକ, କୃର୍ଷ୍ଣଚନ୍ଦ୍ର ବସ୍ତିଆ ପ୍ରମୁଖ ନିଜ ନିଜର ବକ୍ତବ୍ୟ ରଖିଥିଲେ । ଏହି ଅବସରରେ ଆଗାମି ବର୍ଷ ପାଇଁ ନିର୍ବାଚନ ପ୍ରକି୍ରୟା ଅନୁଷ୍ଠିତ ହୋଇଥିଲା । ସଭାପତି ଭାବେ ଧନେଶ୍ୱର ରାଉତ, ସମ୍ପାଦକ ଭାବେ ବିନ୍ଦୁସାଗର ଓଝା, ସହ ସମ୍ପାଦିକା ପ୍ରମିଳା ସେଠୀ , ଉପସଭାପତି ଶଚିକାନ୍ତ ମହାରଣା, କୋଷାଧ୍ୟକ୍ଷ ଯୁଗଳ ବାରିକଙ୍କ ସମେତ ସମିତିର ସଭ୍ୟ ଗଣ ନିର୍ବାଚିତ ହୋଇଥିଲେ । ପ୍ରାରମ୍ଭରେ ପତାକା ଉତୋଳନ କରାଯାଇଥିଲା । ଶେଷରେ ଶ୍ରମିକ ମାନଙ୍କୁ ନେଇ ବାମଦେବ ସ୍ୱାଇଁ ଙ୍କ ରଚିତ ପ୍ରକାଶ ଚନ୍ଦ୍ର ସ୍ୱାଇଁ ଙ୍କ ନିର୍ଦ୍ଧେଶିତ ନାଟକ – ଅଛୁ୍ରଆଁ ପରିବେଷଣ କରାଯାଇଥିଲା । ଓଡ଼ିଶା ସମାଚାର

Leave a Reply

Your email address will not be published.