Monday , October 18 2021
Breaking News
Home / ବିଶେଷ / ହାଟଡିହି ବିଡ଼ିଓଙ୍କୁ ଦୁର୍ବ୍ୟବହାର ପ୍ରସଙ୍ଗ : ଡିଏସପିଙ୍କ ପ୍ରତିଶ୍ରୁତି ପରେ କଲମ ଛାଡ଼ ଆନ୍ଦୋଳନ ସ୍ଥଗିତ

ହାଟଡିହି ବିଡ଼ିଓଙ୍କୁ ଦୁର୍ବ୍ୟବହାର ପ୍ରସଙ୍ଗ : ଡିଏସପିଙ୍କ ପ୍ରତିଶ୍ରୁତି ପରେ କଲମ ଛାଡ଼ ଆନ୍ଦୋଳନ ସ୍ଥଗିତ

ଆନନ୍ଦପୁର, ୩୦/୦୯/୨୦୧୯ (ଓଡ଼ିଶା ସମାଚାର)- କେନ୍ଦୁଝର ଜିଲା ହାଟଡିହି ବ୍ଲକର ବିଡ଼ିଓ ସୁଶାନ୍ତ ବାରିକଙ୍କୁ ତେନ୍ତୁଳିନଣ୍ଡା ଗ୍ରାମର ସୁଧାଂଶୁ ମଲ୍ଲିକ ଅଶ୍ଳିଳ ଭାଷାରେ ଗାଳିଗୁଲଜ କରିବା ସହିତ ର୍ଦୁବ୍ୟବହାର କରିଥିଲେ । ଏହାକୁ ନେଇ ବିଡ଼ିଓ ଶ୍ରୀ ବାରିକ ନନ୍ଦିପଦା ଥାନାରେ ଅଭିଯୋଗ କରିଥିଲେ । ଏହାକୁ ନେଇ ନନ୍ଦିପଦା ପୁଲିସ କେସ ନଂ ୯୨/୨୦୧୯ରେ ଏକ ମକଦ୍ଧମା ରୁଜୁ କରିଥିଲେ । ଏହି ଘଟଣାରେ ଜଣକୁ ଗିରଫ କରିଥିବା ବେଳେ ମୁଖ୍ୟ ଅଭିଯୁକ୍ତକୁ ଶ୍ରୀ ମଲ୍ଲିକଙ୍କୁ ପୁଲିସ ଗିରଫ କରି ପାରିନଥିବାରୁ ଏହାର ପ୍ରତିବାଦରେ ଆଜି ହାଟଡିହି ବ୍ଲକର ସବୁ ବିଭାଗର କର୍ମଚାରୀ କଲମ ଛାଡ଼ ଆନ୍ଦୋଳନ କରି କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଥିଲେ । ଏହାକୁ ନେଇ ଉତେଜନା ପ୍ରକାଶ ପାଇଥିଲା । ନନ୍ଦିପଦା ପୁଲିସ ସମୟ ନେବାରୁ ସ୍ଥଗିତ ହୋଇଥିଲା । କିନ୍ତୁ କୌଣସି ସୁଫଳ ନମିଳିବାରୁ ପୁଣି କର୍ମଚାରୀମାନେ କଲମ ଛାଡ଼ ଆନ୍ଦୋଳନ କରିଥିଲେ । ଏହାକୁ ନେଇ ଆନନ୍ଦପୁର ଡିଏସପି ବିଦୁ୍ୟତ ଚନ୍ଦ୍ର ପଣ୍ଡା ବ୍ଲକ କାର୍ଯ୍ୟାଳୟରେ ପହଂଚିଥିଲେ । ତାସହିତ ନନ୍ଦିପଦା ଓ ସୋସୋ ଥାନାର ଅଧିକାରୀ ଓ ଫୋର୍ସ ପହଂଚି ଧାରଣା କାରୀ କର୍ମଚାରୀ ମାନଙ୍କୁ ବୁଝାସୁଝା କରିବା ସହିତ ଖୁବ ଶୀଘ୍ର ଗିରଫ କରିବାକୁ ପ୍ରତିଶ୍ରୁତି ଦେବାକୁ କଲମ ଛାଡ଼ ଆନ୍ଦୋଳନ ସ୍ଥଗିତ ରହିଥିଲା । ଓଡ଼ିଶା ସମାଚାର

About admin

Check Also

ଅସ୍ଥାୟୀ ଲଂଚ ଡ୍ରାଇଭର ଓ ଖଲାସୀ ମହାସଂଘର ଜରୁରୀ ବୈଠକ

ଭୁବନେଶ୍ୱର,୧୮/୧୦/୨୦୨୧(ଓଡ଼ିଶା ସମାଚାର)- ରବିବାର ଦିନ ଅସ୍ଥାୟୀ ଲଂଚ ଡ୍ରାଇଭର ଓ ଖଲାସୀ ମହାସଂଘର ଏକ ଜରୁରୀ ବୈଠକ ନାଗଭୂଷଣ ଭବନ, …

Leave a Reply

Your email address will not be published. Required fields are marked *